ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ ମୁଣ୍ଡିରେ ରହିଥିବା ବାରୁଣୀ ସ୍ନାନ ମଣ୍ଡପ ନିକଟରେ ଏଭଳି ଜଙ୍ଗଲକୁ କାଟି ପଟ୍ଟା ପ୍ରସ୍ତୁତ କରି ବାହାର ଜିଲାକୁ ଚୋରାଚାଲାଣ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। କିଛି ଦୁର୍ବୃତ୍ତ ଏହି ବଡ଼ବଡ଼ ଗଛକୁ କାଟିବା ପାଇଁ ମେଶିନର ବ୍ୟବହାର କରୁଥିବା ବେଳେ ଧରାପଡ଼ିଯିବା ଭୟରେ ସେମାନେ ଜଙ୍ଗଲର ଗୋଟିଏ ସ୍ଥାନ ବଦଳରେ ସେମାନେ ପ୍ରାୟ ୩ରୁ ୫ କିମି ପରିସର ମଧ୍ୟରେ ବୁଲି ବୁଲି କାଟୁଥିବା ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି। ମାଫିଆଙ୍କ ଭୟରେ ଉକ୍ତ ଅଞ୍ଚଳରେ କେହି ମୁହଁ ଖୋଲୁ ନ ଥିବା ବେଳେ ଗତ ଏକ ସପ୍ତାହ ହେଲା ଅଧିକ ଜଙ୍ଗଲ କଟାଯାଉଛି। କିଛି ଲୋକ ଗଛଗୁଡିକୁ କାଟି ନେଇ ସ୍ଥାନ ଛାଡ଼ି ଯାଉଥିବା ବେଳେ ଆଉ କିଛି ଲୋକ ଗଛଗୁଡିକୁ ପଟ୍ଟା ପ୍ରସ୍ତୁତ କରିଦେଉଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ସଂରକ୍ଷିତ ଜଙ୍ଗଲଟି ଗଞ୍ଜାମ ଓ ଗଜପତି ସୀମାରେ ରହିଛି। ବନ ବିଭାଗର ପାଟ୍ରୋଲିଂ ହେଉ ନ ଥିବା ବେଳେ ମାଫିଆମାନେ ଏହାର ସୁଯୋଗ ନେଇ ଜଙ୍ଗଲ କାଟି ସଫା କରିଦେଲେଣି। ଏନେଇ ବନାଞ୍ଚଳ ଅଧିକାରୀ ବୀରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଏବେ ଉକ୍ତ ପାହାଡ଼କୁ କାଟି ରାସ୍ତା କାର୍ଯ୍ୟ ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ଉକ୍ତ ଅଞ୍ଚଳରେ ଘର ନିର୍ମାଣ କରିବା ପାଇଁ ଜଙ୍ଗଲକୁ କାଟି ଦେଉଛନ୍ତି। ଗତ କିଛିଦିନ ତଳେ ପାଟ୍ରୋଲିଂରେ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ବନ କର୍ମଚାରୀଙ୍କୁ ଦେଖି ଦୌଡ଼ି ପଳାଇଥିଲେ ବୋଲି ସେ କହିଛନ୍ତି। ବନ ବିଭାଗ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି କହିବା ସହ ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri