ଅଧିକ ଦାମରେ ମଦ ବିକ୍ରିକୁ ନେଇ ଗ୍ରାହକ-କର୍ମଚାରୀ ମାରପିଟ

କୁଚିଣ୍ଡା,୨୪ା୫(ଡି.ଏନ.ଏ.): ବାମରା ବ୍ଲକ ମହୁଲପାଲି ଥାନା ଅଧୀନ କେଶାଇବାହାଲ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମଦ ବିକ୍ରିକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଗ୍ରାହକଙ୍କ ସହ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି। ଏହାକୁ ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ବିଦେଶୀ ମଦ ବୋତଲରେ ମୁଦ୍ରିତ ମୂଲ୍ୟରେ ମଦ ବିକ୍ରୟ କରିବାକୁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ନିର୍ଦ୍ଦେଶ ରହିଥିଲେ ହେଁ ବାମରା ବ୍ଲକ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନଗୁଡିକରେ ଏହାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଅବକାରୀ ଅଧୀକ୍ଷକଙ୍କୁ ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। କେଶାଇବାହାଲରେ ଘଟିଥିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ଏହି ମଦ ଦୋକାନକୁ ନୂଆଡ଼ିହି ଗ୍ରାମର ଜଣେ ଯୁବକ ବିୟର କିଣିବାକୁ ଆସିଥିଲେ। ମାତ୍ର ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଦାବି କରିବାକୁ ନେଇ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା। ଏଥିରେ ସମ୍ପୃକ୍ତ ଯୁବକଙ୍କ ସହ ଜଣେ ଦୋକାନ କର୍ମଚାରୀ ଆହତ ହୋଇଥିଲେ। ଗ୍ରାହକ ଯୁବକଙ୍କ ପକ୍ଷରୁ ଏ ନେଇ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ମଙ୍ଗଳବାର ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆପୋସ ସମାଧାନ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବାମରା ଅବକାରୀ ଅଧିକାରୀ ଫକୀର ମୋହନ ଦେହୁରିଙ୍କୁ ପଚାରିବାରେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri