ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ

ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍‌କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିରିୟାନୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୩୧ରେ ଜିରୋ ନାଇଟ ସେଲିବ୍ରେଶନ ପାଇଁ ହାଇଦ୍ରାବାଦର ଗୋଟିଏ ଗ୍ରାଣ୍ଡ ହୋଟେଲରେ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖଚାଖଚ ଭିଡ ହେବା ସହ ନାଚଗୀତର ମଧ୍ୟ ଆସର ଜମିଥିଲା। ଗ୍ରାହକଙ୍କୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ପାନୀୟ ପରଷା ଯାଉଥିଲା। ତେବେ ଏତିକି ବେଳେ କିଛି ଗ୍ରାହକ ବିରିୟାନୀ ଥଣ୍ଡା ପରଷା ଯାଉଥିବା ନେଇ ଅଭିଯୋଗ କରିଥିଲେ। ଜଣେ ଗ୍ରାହକ ରାଗିଯାଇ ହୋଟେଲର ଓ୍ବେଟରଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଓ୍ବେଟରଙ୍କର ଗ୍ରୁପ ଗ୍ରାହକଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ। ଓ୍ବେଟରମାନେ ବାଡି ଓ ଚେୟାର ବ୍ୟବହାର କରି ଗ୍ରାହକଙ୍କୁ ମାରପିଟ୍‌ କରିଥିଲେ।

ଭିଡିଓରେ ହୋଟେଲର ଓ୍ବେଟର ଗୋଷ୍ଠୀ ସମ୍ମିଳିତ ଭାବେ ଗ୍ରାହକଙ୍କୁ ବାଡିରେ ଆକ୍ରମଣ କରୁଥିବା ନଜିର ରହିଛି। ଜଣେ ଓ୍ବେଟର ବଡ ଚାମଚରେ ମଧ୍ୟ ଗ୍ରାହକଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ହୋଟେଲର ୫ଜଣ ସଦସ୍ୟଙ୍କ ବିରୋଧରେ ହୋଇଥିବାବେଳେ ଆଉ ଗୋଟିଏ ଜଣେ ଗ୍ରାହକଙ୍କ ବିରୋଧରେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?