ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର ୭୬ ପ୍ରତିଶତରୁ ଅଧିକ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ ସକ୍ରିୟ ମାମଲା ୨୧.୮୭ ପ୍ରତିଶତକୁ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ୬୩,୧୭୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ୭,୦୭,୨୬୭ ରହିଥିବାବେଳେ ଏହାଠାରୁ ୧୭,୬୦,୪୮୯ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।
ଦିନକରେ ୬୭,୧୫୧ ଜଣ କରୋନାରେ ଆକ୍ରାନ୍ତ ହେବା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨.୩୪ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଗୋଟିଏ ଦିନରେ ୧୦୫୯ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୫୯,୪୪୯କୁ ବୃଦ୍ଧି ପାଇଛି। ଦେଶରେ ମୋଟ ୩,୭୬,୫୧,୫୧୨ ନମୁନା ପରୀକ୍ଷା କରାଗଲାଣି।

ଭାରତରେ ଅକ୍ସଫୋର୍ଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଭାରତରେ ବୁଧବାର ଆରମ୍ଭ ହୋଇଛି। ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହି ଟିକା ପ୍ରସ୍ତୁତ କରୁଥିଲାବେଳେ ପୁଣେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହାର ପରୀକ୍ଷା ଆରମ୍ଭ ହୋଇଛି। ଦୁଇଜଣ ପୁରୁଷ ସ୍ବେଚ୍ଛାସେବୀଙ୍କୁ ଏହି କୋଭିସିଲ୍ଡ ଟିକା ଦିଆଯାଇଛି। ଟିକା ଦେବା ପୂର୍ବରୁ ଡାକ୍ତରମାନେ ସେମାନଙ୍କ ତାପମାତ୍ରା, ରକ୍ତଚାପ ଓ ହୃଦ୍‌ସ୍ପନ୍ଦନ ମାପିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୫ ସ୍ବେଚ୍ଛାସେବୀ ନିଜକୁ ପଞ୍ଜୀକୃତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ

ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ...

ପାକିସ୍ତାନ ଜେଲ୍‌ରେ ଏବେ ବି ୩ ଶହ ୫୫ ଭାରତୀୟ ଧୀବର

ଅମୃତସର,୨୩।୪: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଏବେ ବି ୩ ଶହ ୫୫ ଜଣ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟମାନେ...

ଅଧିକ ଶିଶୁ ହେଉଛନ୍ତି କରୋନାରେ ଆକ୍ରାନ୍ତ …

ଓ୍ବାଶିଂଟନ,୧୩।୫: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏବେ ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହା ଯୋଗୁ...

କେରଳରେ ବର୍ଷା ନେଲାଣି ୨୬ ଜୀବନ

ନୂଆଦିଲ୍ଲୀ, ୧୮।୧୦: କେରଳରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରେ ୩ ଶିଶୁଙ୍କ ସମେତ ୨୬ ଜଣଙ୍କ ଜୀବନ ଗଲାଣି। କେବଳ କୋଟ୍ଟାୟାମ...

ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ…

ନୂଆଦିଲ୍ଲୀ, ୧୬।୮ : ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି।...

ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ...

ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ବାରମୂଳାରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୨୮।୧: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବାରମୁଳା ଜିଲାର ଅଣ୍ଡରଗାମ ପାଟ୍ଟନ ଅଞ୍ଚଳରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି।...

Advertisement
Archives

Model This Week