୨ ରହୁଛି ଖୋଲା, ୫ରେ ତାଲା

ବଇଣ୍ଡା,(ପରିକ୍ଷିତ ସାହୁ) ୨୭ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାସେବା। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଜଙ୍ଗଲ ଅଧ୍ୟୁଷିତ ୭ ପଞ୍ଚାୟତର ୪୦ ଗ୍ରାମବାସୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୋଟ୍‌ ୭ଟି ହୋମିଓପ୍ୟାଥି ଓ ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ହେଲେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆ ନ ଯିବା କାରଣରୁ ବର୍ଷ ବର୍ଷ ଧରି ୫ଟି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି। ଅନ୍ୟ ୨ଟି ଡାକ୍ତରଖାନାରେ ଜଣେ ଲେଖାଏ ଡାକ୍ତର ଥିବାରୁ ଅଳ୍ପ କିଛି ଲୋକ ଉପକୃତ ହେଉଛନ୍ତି।
ଆଠମଲ୍ଲିକ ବ୍ଲକର ଆମ୍ବଶରମୁଣ୍ଡା, ଜାମ୍ବୁଡୋଲି ଏବଂ କିଶୋରନଗର ବ୍ଲକର ଆମ୍ବପାଳ, ସଞ୍ଜାମୁରାରେ ରହିଛି ହୋମିଓପାଥି ସ୍ବାସ୍ଥ୍ୟକେନ୍ଦ୍ର। ସେହିପରି ଆଠମଲ୍ଲିକ ବ୍ଲକର ପାଇକସାହି, କିଆକଟା ଏବଂ କିଶୋରନଗର ବ୍ଲକର କଣ୍ଟେଇକୁଳିଆ ପଞ୍ଚାୟତରେ ଗୋଟିଏ ଲେଖାଏ ଆୟୁର୍ବେଦ ଚିକିତ୍ସାଳୟ ରହିଛି। ଉପଖଣ୍ଡର ଏହି ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏ ଡାକ୍ତର, ଫାର୍ମାସିଷ୍ଟ, ଆସିଷ୍ଟାଣ୍ଟ, ପିଅନ, ସୁଇପର ଏବଂ ଓ୍ବାଚମ୍ୟାନଙ୍କ ଆବଶ୍ୟକତା ରହିଛି। କିନ୍ତୁ କିଶୋରନଗର ବ୍ଲକର ଆମ୍ବପାଳ ହୋମିଓପ୍ୟାଥି ଚିକିତ୍ସାଳୟରେ ଜଣେ ଡାକ୍ତର ଥିବାବେଳେ ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ହୋମିଓପ୍ୟାଥି ଚିକିତ୍ସାଳୟରେ ଡାକ୍ତରଙ୍କ ସହ ଜଣେ ପିଅନ ଅଛନ୍ତି। ଉପଖଣ୍ଡର ଅନ୍ୟ ୫ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ବର୍ଷ ବର୍ଷ ଧରି ସେଠାରେ ତାଲା ଝୁଲି ରହୁଛି। ଜାମ୍ବୁଡୋଲିରେ ଦୀର୍ଘ ୧୫ ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଛି। ଜଣେ ମାତ୍ର ପିଅନ ଡାକ୍ତରଖାନା ଜଗିଛନ୍ତି। ସଞ୍ଜାମୁରାରେ ମଧ୍ୟ ସମାନ ସ୍ଥିତି। ସେହିପରି କିଆକଟା ଓ କଣ୍ଟେଇକୁଳିଆରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାକ୍ତର, କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ। ଫଳରେ ଜଙ୍ଗଲାଞ୍ଚଳର ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ତ୍ତମାନର କରୋନା ସମୟରେ ଦୂରଦୂରାନ୍ତ ଚିକିତ୍ସାଳୟକୁ ଯିବାରେ ସମସ୍ୟା ଓ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଗଲେ ଉପକୃତ ହୋଇପାରନ୍ତେ ବୋଲି ଉପଖଣ୍ଡବାସୀ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଢେଙ୍କାନାଳ ସର୍କଲର ଜିଲା ଆୟୁର୍ବେଦିକ ମେଡିକାଲ ଅଫିସର ଡା. ଅମ୍ବୁଜ କୁମାର ସାହୁ କହିଛନ୍ତି, କିଛି ମାସ ତଳେ ସରକାର ରାଜ୍ୟରେ ୧୫୮ ଜଣ ଆୟୁର୍ବେଦିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡିଥିବା ଡାକ୍ତର ପଦବୀ କିପରି ପୂରଣ କରାଯିବ ସେ ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି ଡା. ସାହୁ ପ୍ରକାଶ କରିଛନ୍ତି।

ସର୍ବଦା ଅବହେଳା
ପାଇକସାହି ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ଡାକ୍ତର ନାହାନ୍ତି। କିଛି ମାସ ପୂର୍ବେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ତାଙ୍କୁ ଡେପୁଟେଶନରେ ଅନ୍ୟତ୍ର ବଦଳିକରି ପଠାଇ ଦିଆଗଲା। ଏହି ଡାକ୍ତରଖାନାକୁ ସର୍ବଦା ଅବହେଳା କରାଯାଇଆସୁଛି।
-ନିରଜକାନ୍ତ ସାହୁ,

ପାଇକସାହି, ଆଠମଲ୍ଲିକ

ବର୍ଷ ବର୍ଷ ଧରି ତାଲା
୧୦ ବର୍ଷ ହେବ କଣ୍ଟେଇକୁଳିଆ ଆୟୁର୍ବେଦ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ତେଣୁ ଏଠାରେ ତାଲା ଝୁଲାଇ ଦିଆଯାଇଛି। ଅପହଞ୍ଚ ଇଲାକା ହୋଇଥିବାରୁ ସରକାର ବର୍ଷ ବର୍ଷ ଧରି ଏପରି ଅବହେଳା କରିଆସୁଛନ୍ତି।
-ଅଭିରାମ ସାହୁ,

କଣ୍ଟେଇକୁଳିଆ, କିଶୋରନଗର

ସବୁ କ୍ଷେତ୍ରରେ ଉପେକ୍ଷା
ଜିଲାର ଉପାନ୍ତ ଅଞ୍ଚଳ ହୋଇଥିବାରୁ କିଆକଟାକୁ ସର୍ବଦା ଉପେକ୍ଷା କରାଯାଉଛି। ଏଠାରେ ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ପଡ଼ୋଶୀ ଜିଲା ବୌଦ୍ଧ ଉପରେ ନିର୍ଭର କରିବାକୁ ପଡ଼ୁଛି।
-ପ୍ରତାପଚନ୍ଦ୍ର କର୍ଣ୍ଣ,
କିଆକଟା, ଆଠମଲ୍ଲିକ

୧୫ ବର୍ଷ ହେଲା ପଦବୀ ଖାଲି
ଜାମ୍ବୁଡୋଲି ହୋମିଓପ୍ୟାଥି ଚିକିତ୍ସାଳୟରେ ୧୫ ବର୍ଷ ହେବ ଡାକ୍ତର, କର୍ମଚାରୀ ପଦବୀ ଖାଲି ପଡ଼ିଛି। ତେଣୁ ସ୍ବାସ୍ଥ୍ୟସେବା ପାଇଁ ଏଠାକାର ଲୋକେ ଘରୋଇ ବୈଦ୍ୟଙ୍କ ଉପରେ ନିର୍ଭର କରୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ଜ୍ଞାନରଞ୍ଜନ ଜେନା,
ଜାମ୍ବୁଡୋଲି, ଆଠମଲ୍ଲିକ

ତୁରନ୍ତ ପଦକ୍ଷେପ ନିଆଯାଉ
ସଞ୍ଜାମୁରାରେ ହୋମିଓପ୍ୟାଥି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ସରକାର ଏଠାରେ ଡାକ୍ତର ନିଯୁକ୍ତି ଦେଉ ନ ଥିବାରୁ ଏଠାକାର ଜନସାଧାରଣଙ୍କୁ ସୁବିଧାରେ ଚିକିତ୍ସା ସେବା ମିଳିପାରୁ ନାହିଁ। ବର୍ତ୍ତମାନ କରୋନା ସମୟରେ ଲୋକେ ବେଶି ଅସୁବିଧାରେ ଅଛନ୍ତି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ।
-ସୁକାନ୍ତ ସାହୁ, ସଞ୍ଜାମୁରା,
କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍‌ ପ୍ରକ୍ରିୟାରେ ସ୍ବଚ୍ଛତା: ୩ୟରେ ଓଡ଼ିଶା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟର ଆର୍ଥିକ ପ୍ରସଙ୍ଗରେ ୫-ଟି ଫ୍ରେମଓ୍ବାର୍କ କାର୍ଯ୍ୟକାରୀ କରିବା ସହ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବଜେଟ୍‌ ସ୍ବଚ୍ଛତା ରକ୍ଷା କରିବାରେ ଓଡ଼ିଶା ଦେଶରେ ତୃତୀୟ...

ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୧୩ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀଙ୍କ ଲାଗି ୧୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଭିନ୍ନ...

ମୃତ୍ୟୁ ଏମିତି ଆସେ : ପାଣି ହାଣ୍ଡିରେ ପଡ଼ି ଶିଶୁଙ୍କ ଜୀବନଗଲା

ଦେବଗଡ଼,୨୦।୧୦(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ...

ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି...

ଖବରଦାତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୪।୪-ବାଲେଶ୍ୱର ଜିଲା ସଦର ମହକୁମା ଠାରେ ଥିବା ଖବରଦାତାମାନଙ୍କ ପକ୍ଷରୁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର...

ଜିଲା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା: ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

ଢେଙ୍କାନାଳ ଅଫିସ, ୨୪।୭: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।...

ମାସରେ ୪ ଥର ବର୍ଷାପାଣି ପ୍ରବାହିତ

ଭବାନୀପାଟଣା,୧୦ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟ ହାଲେର ଜୋର ଆପ୍ରୋଚ୍‌ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ଗତ...

ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର

ପୁରୀ ଅଫିସ, ୨୯।୧୦: ଶ୍ରୀମନ୍ଦିର ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଜେଟିପି ଚର୍ଚ୍ଚାଘର...

Advertisement
Archives

Model This Week