୨ ରହୁଛି ଖୋଲା, ୫ରେ ତାଲା

ବଇଣ୍ଡା,(ପରିକ୍ଷିତ ସାହୁ) ୨୭ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାସେବା। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଜଙ୍ଗଲ ଅଧ୍ୟୁଷିତ ୭ ପଞ୍ଚାୟତର ୪୦ ଗ୍ରାମବାସୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୋଟ୍‌ ୭ଟି ହୋମିଓପ୍ୟାଥି ଓ ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ହେଲେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆ ନ ଯିବା କାରଣରୁ ବର୍ଷ ବର୍ଷ ଧରି ୫ଟି ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି। ଅନ୍ୟ ୨ଟି ଡାକ୍ତରଖାନାରେ ଜଣେ ଲେଖାଏ ଡାକ୍ତର ଥିବାରୁ ଅଳ୍ପ କିଛି ଲୋକ ଉପକୃତ ହେଉଛନ୍ତି।
ଆଠମଲ୍ଲିକ ବ୍ଲକର ଆମ୍ବଶରମୁଣ୍ଡା, ଜାମ୍ବୁଡୋଲି ଏବଂ କିଶୋରନଗର ବ୍ଲକର ଆମ୍ବପାଳ, ସଞ୍ଜାମୁରାରେ ରହିଛି ହୋମିଓପାଥି ସ୍ବାସ୍ଥ୍ୟକେନ୍ଦ୍ର। ସେହିପରି ଆଠମଲ୍ଲିକ ବ୍ଲକର ପାଇକସାହି, କିଆକଟା ଏବଂ କିଶୋରନଗର ବ୍ଲକର କଣ୍ଟେଇକୁଳିଆ ପଞ୍ଚାୟତରେ ଗୋଟିଏ ଲେଖାଏ ଆୟୁର୍ବେଦ ଚିକିତ୍ସାଳୟ ରହିଛି। ଉପଖଣ୍ଡର ଏହି ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏ ଡାକ୍ତର, ଫାର୍ମାସିଷ୍ଟ, ଆସିଷ୍ଟାଣ୍ଟ, ପିଅନ, ସୁଇପର ଏବଂ ଓ୍ବାଚମ୍ୟାନଙ୍କ ଆବଶ୍ୟକତା ରହିଛି। କିନ୍ତୁ କିଶୋରନଗର ବ୍ଲକର ଆମ୍ବପାଳ ହୋମିଓପ୍ୟାଥି ଚିକିତ୍ସାଳୟରେ ଜଣେ ଡାକ୍ତର ଥିବାବେଳେ ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ହୋମିଓପ୍ୟାଥି ଚିକିତ୍ସାଳୟରେ ଡାକ୍ତରଙ୍କ ସହ ଜଣେ ପିଅନ ଅଛନ୍ତି। ଉପଖଣ୍ଡର ଅନ୍ୟ ୫ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ବର୍ଷ ବର୍ଷ ଧରି ସେଠାରେ ତାଲା ଝୁଲି ରହୁଛି। ଜାମ୍ବୁଡୋଲିରେ ଦୀର୍ଘ ୧୫ ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଛି। ଜଣେ ମାତ୍ର ପିଅନ ଡାକ୍ତରଖାନା ଜଗିଛନ୍ତି। ସଞ୍ଜାମୁରାରେ ମଧ୍ୟ ସମାନ ସ୍ଥିତି। ସେହିପରି କିଆକଟା ଓ କଣ୍ଟେଇକୁଳିଆରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାକ୍ତର, କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ। ଫଳରେ ଜଙ୍ଗଲାଞ୍ଚଳର ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ତ୍ତମାନର କରୋନା ସମୟରେ ଦୂରଦୂରାନ୍ତ ଚିକିତ୍ସାଳୟକୁ ଯିବାରେ ସମସ୍ୟା ଓ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଗଲେ ଉପକୃତ ହୋଇପାରନ୍ତେ ବୋଲି ଉପଖଣ୍ଡବାସୀ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଢେଙ୍କାନାଳ ସର୍କଲର ଜିଲା ଆୟୁର୍ବେଦିକ ମେଡିକାଲ ଅଫିସର ଡା. ଅମ୍ବୁଜ କୁମାର ସାହୁ କହିଛନ୍ତି, କିଛି ମାସ ତଳେ ସରକାର ରାଜ୍ୟରେ ୧୫୮ ଜଣ ଆୟୁର୍ବେଦିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡିଥିବା ଡାକ୍ତର ପଦବୀ କିପରି ପୂରଣ କରାଯିବ ସେ ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି ଡା. ସାହୁ ପ୍ରକାଶ କରିଛନ୍ତି।

ସର୍ବଦା ଅବହେଳା
ପାଇକସାହି ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ଡାକ୍ତର ନାହାନ୍ତି। କିଛି ମାସ ପୂର୍ବେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ତାଙ୍କୁ ଡେପୁଟେଶନରେ ଅନ୍ୟତ୍ର ବଦଳିକରି ପଠାଇ ଦିଆଗଲା। ଏହି ଡାକ୍ତରଖାନାକୁ ସର୍ବଦା ଅବହେଳା କରାଯାଇଆସୁଛି।
-ନିରଜକାନ୍ତ ସାହୁ,

ପାଇକସାହି, ଆଠମଲ୍ଲିକ

ବର୍ଷ ବର୍ଷ ଧରି ତାଲା
୧୦ ବର୍ଷ ହେବ କଣ୍ଟେଇକୁଳିଆ ଆୟୁର୍ବେଦ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ତେଣୁ ଏଠାରେ ତାଲା ଝୁଲାଇ ଦିଆଯାଇଛି। ଅପହଞ୍ଚ ଇଲାକା ହୋଇଥିବାରୁ ସରକାର ବର୍ଷ ବର୍ଷ ଧରି ଏପରି ଅବହେଳା କରିଆସୁଛନ୍ତି।
-ଅଭିରାମ ସାହୁ,

କଣ୍ଟେଇକୁଳିଆ, କିଶୋରନଗର

ସବୁ କ୍ଷେତ୍ରରେ ଉପେକ୍ଷା
ଜିଲାର ଉପାନ୍ତ ଅଞ୍ଚଳ ହୋଇଥିବାରୁ କିଆକଟାକୁ ସର୍ବଦା ଉପେକ୍ଷା କରାଯାଉଛି। ଏଠାରେ ଆୟୁର୍ବେଦ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ପଡ଼ୋଶୀ ଜିଲା ବୌଦ୍ଧ ଉପରେ ନିର୍ଭର କରିବାକୁ ପଡ଼ୁଛି।
-ପ୍ରତାପଚନ୍ଦ୍ର କର୍ଣ୍ଣ,
କିଆକଟା, ଆଠମଲ୍ଲିକ

୧୫ ବର୍ଷ ହେଲା ପଦବୀ ଖାଲି
ଜାମ୍ବୁଡୋଲି ହୋମିଓପ୍ୟାଥି ଚିକିତ୍ସାଳୟରେ ୧୫ ବର୍ଷ ହେବ ଡାକ୍ତର, କର୍ମଚାରୀ ପଦବୀ ଖାଲି ପଡ଼ିଛି। ତେଣୁ ସ୍ବାସ୍ଥ୍ୟସେବା ପାଇଁ ଏଠାକାର ଲୋକେ ଘରୋଇ ବୈଦ୍ୟଙ୍କ ଉପରେ ନିର୍ଭର କରୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ଜ୍ଞାନରଞ୍ଜନ ଜେନା,
ଜାମ୍ବୁଡୋଲି, ଆଠମଲ୍ଲିକ

ତୁରନ୍ତ ପଦକ୍ଷେପ ନିଆଯାଉ
ସଞ୍ଜାମୁରାରେ ହୋମିଓପ୍ୟାଥି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ସରକାର ଏଠାରେ ଡାକ୍ତର ନିଯୁକ୍ତି ଦେଉ ନ ଥିବାରୁ ଏଠାକାର ଜନସାଧାରଣଙ୍କୁ ସୁବିଧାରେ ଚିକିତ୍ସା ସେବା ମିଳିପାରୁ ନାହିଁ। ବର୍ତ୍ତମାନ କରୋନା ସମୟରେ ଲୋକେ ବେଶି ଅସୁବିଧାରେ ଅଛନ୍ତି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଉଚିତ।
-ସୁକାନ୍ତ ସାହୁ, ସଞ୍ଜାମୁରା,
କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?