ଏପର୍ଯ୍ୟନ୍ତ ମୋଇନଙ୍କୁ ଭିଜା ମିଳିନାହିଁ

ନୂଆଦିଲ୍ଲୀ,୨୩।୩: ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୧୬ ତାରିଖରେ ଗତ ଥରର ରନର୍ସଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍‌ରେ ସିଏସ୍‌କେକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ବିନା ଖେଳିବାକୁ ପଡ଼ିବ। ଭିଜା ସମସ୍ୟା ଯୋଗୁ ସେ ଏ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରି ନାହାନ୍ତି। ଅଲି ଗୁରୁବାର ସୁଦ୍ଧା ଭାରତରେ ପହଞ୍ଚିଲେ ମଧ୍ୟ ସେ କ୍ୱାରେଣ୍ଟିନ ପ୍ରୋଟୋକଲ କାରଣରୁ ପ୍ରଥମ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ। ତାଙ୍କୁ ୩ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଛନ୍ତି ସିଏସ୍‌କେ ସିଇଓ କାସି ବିଶ୍ୱ ନାଥନ।

“ଏହା ନିଶ୍ଚିତ ଯେ, ମୋଇନ ଅଲି ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କୁ ଏପର୍ଯ୍ୟନ୍ତ ଭିଜା ମିଳିନାହିଁ। ଏ ସମ୍ପର୍କରେ ଆମକୁ ବିସିସିଆଇ ସହଯୋଗ କରୁଛି। ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ଆଶା କରୁଛୁ। ଏହା ଦୁଃଖର ବିଷୟ ଯେ, ସେ ଏବେ ଆମ ସହିତ ଯୋଗ ଦେଇ ନାହାନ୍ତି। ପାକିସ୍ତାନ ବଂଶଦ୍ଭବଙ୍କ ପାଇଁ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି। ଏହା ହିଁ ଭିଜା ନ ଆସିବାର କାରଣ ହୋଇଥାଇପାରେ” ବୋଲି ସିଏସ୍‌କେ ସିଇଓ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମୋଇନଙ୍କ ଜେଜେବାପା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଇଂଲଣ୍ଡ ଚାଲି ଯାଇଥିଲେ। ମୋଇନଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିଲା। ସେ ବିଭିନ୍ନ ସମୟରେ ଭାରତ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍‌ ଏସିଆ କପ୍‌ : ସାଇକ୍ଲିଂ ଜାତୀୟ ରେକର୍ଡ ସହ ବ୍ରୋଞ୍ଜ ଜିତିଲେ ସ୍ବସ୍ତି

କଟକ ଅଫିସ, ୧୨ା୯-  ଓଡ଼ିଶାର ସ୍ବସ୍ତି ସିଂ ଟ୍ରାକ୍‌ ଏସିଆ ଅନ୍ତର୍ଜାତୀୟ ସାଇକ୍ଲିଂ ପ୍ରତିଯୋଗିତାରେ ନୂଆ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିବା ସହ ବ୍ରୋଞ୍ଜ ପଦକ...

ଲୁଚିଛପି ବିବାହ କଲେ ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଜୟଦେବ ଉନାଦକଟ ମଙ୍ଗଳବାର ତାଙ୍କ ବାନ୍ଧବୀ ରିନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ କେବଳ ନିକଟତର ବନ୍ଧୁ ଉପସ୍ଥିତ...

ଆଫଗାନିସ୍ତାନର ଐତିହାସିକ ବିଜୟ

ଚଟ୍ଟଗ୍ରାମ (ବାଂଲାଦେଶ), ୯।୯ (ଏଏଫ୍‌ପି)- ଅଧିନାୟକ ତଥା ରଶିଦ ଖାଁଙ୍କ ଚମତ୍କାର ବୋଲିଂ ବଳରେ ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ...

ଧୋନୀଙ୍କ ପାଇଁ ଜୁନ୍‌ ୨୩ ଲକି କାହିଁକି

ନୂଆଦିଲ୍ଲୀ, ୨୩।୬- ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ କରାଯାଏ। କ୍ରିକେଟ୍‌ ଇତିହାସର ପ୍ରଥମ ଅଧିନାୟକ ଭାବେ ଧୋନୀ ଅନ୍ତର୍ଜାତୀୟ...

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର...

ଶୁବମନ ଗିଲ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ: ଜିମ୍ବାଓ୍ବେକୁ ୨୯୦ ରନ୍‌ର ଟାର୍ଗେଟ୍‌

ହରାରେ,୨୨।୮: ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଘରୋଇ ଜିମ୍ବାଓ୍ବେକୁ ୨୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି...

ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍‌ଲରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା...

ଅଲିମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌

ନୂଆଦିଲ୍ଲୀ,୨୨।୧: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଅଭିଯାନକୁ ତ୍ୱରାନ୍ବିତ କରିଛି। ଆୟୋଜକ...

Advertisement
Archives

Model This Week