Posted inଖେଳ

ସାଉଥ୍‌ ଡର୍ବିରେ ସିଏସ୍‌କେ-ଆର୍‌ସିବି

ଚେନ୍ନାଇ,୨୨ା୩ (ପି.ଟି.):ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ ତମ ସଂସ୍କରଣ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇର ଏମ୍‌. ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଦେଖିବାକୁ ମିଳିବ ସାଉଥ୍‌ ଡର୍ବି। ଦୁଇ ଦକ୍ଷିଣ ଭାରତୀୟ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଓ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ପରସ୍ପରର ମୁକାବିଲା କରିବେ। ଆଇପିଏଲ୍‌ର ସବୁଠୁ ଲୋକପ୍ରିୟ ଦଳ ଆର୍‌ସିବି ଟ୍ରଫି ଶୂନ୍ୟ ରହିଥିବା ବେଳେ ପ୍ରଥମ ଟାଇଟଲ ଆଶାରେ ରହିବ। ଅନ୍ୟପକ୍ଷରେ ୫ ଟ୍ରଫି ସହ ଆଇପିଏଲ୍‌ ଇତିହାସର ସଫଳ ଦଳ ତଥା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିବ। ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡିବା ସହିତ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ବାଟନ ପାସ୍‌ କରିଛନ୍ତି। ଧୋନୀଙ୍କ ପରାମର୍ଶରେ ଗାଏକ୍ୱାଡ୍‌ ସିଜନର ସଫଳ ଆରମ୍ଭ ପାଇଁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ଓମେନ୍ସ ପ୍ରିମିୟର ଲିଗ୍‌ରେ ପ୍ରଥମ ଟାଇଟଲ ଜିତିଥିବା ଆର୍‌ସିବି ଆଇପିଏଲ୍‌ରେ ପୁରୁଷ ଦଳ ସହ ସମାନ ସଫଳତା ହାସଲ କରିବାକୁ ପ୍ରୟାସ କରିବ।
ଧୋନୀଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଚଳିତ ସିଜନ ଶେଷରେ ଅବସର ନେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଆଉ ଏକ ଟାଇଟଲ ସହିତ ଆଇପିଏଲ୍‌ର ଶ୍ରେଷ୍ଠ ଅଧିନାୟକଙ୍କୁ ବିଦାୟ ଜଣାଇବାକୁ ଚାହିଁବ ସିଏସ୍‌କେ। ଡେଭନ୍‌ କନ୍‌ଓ୍ବେଙ୍କ ଅନୁପସ୍ଥିତିରେ ରାଚିନ୍‌ ରବୀନ୍ଦ୍ରଙ୍କୁ ଟପ୍‌ ଅର୍ଡରରେ ଦେଖିବାକୁ ମିଳିବ। ଅନ୍ୟତମ ନ୍ୟୁଜିଲାଣ୍ଡ ଖେଳାଳି ଡାରିଲ୍‌ ମିଚେଲ୍‌ଙ୍କୁ ମଧ୍ୟକ୍ରମରେ ଦେଖିବାକୁ ମିଳିପାରେ। ସେହିପରି ଗତ ସିଜନର ଷ୍ଟାର ଅଜିଙ୍କ୍ୟ ରାହାନେଙ୍କ ଅଭିଜ୍ଞତା ଓ ଋତୁରାଜ ଗାଏକ୍ୱାଡ୍‌ଙ୍କ ଅଧିନାୟକତ୍ୱରୁ ଫାଇଦା ନେବାକୁ ପ୍ରୟାସ କରିବ। ଗାଏକ୍ୱାଡ୍‌ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟରେ ସର୍ବାଧିକ ସ୍କୋରର ଭାବେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ସେହିପରି ଏମ୍‌. ଏ. ଚିଦାମ୍ବରମ୍‌ ଷ୍ଟାଡିୟମ ସ୍ପିନରଙ୍କୁ ସୁହାଉଥିବା ବେଳେ ଚେନ୍ନାଇ ନିକଟରେ ଏକାଧିକ ସ୍ପିନ ବୋଲିଂ ଅଲରାଉଣ୍ଡର ବିକଳ୍ପ ଉପଲବ୍ଧ ରହିଛି। ରବୀନ୍ଦ୍ର ଜାଡେଜା, ମୋଇନ୍‌ ଅଲୀ, ମିଚେଲ ସାଣ୍ଟନର ଓ ମହୀଷ ଥିକ୍‌ସାନାଙ୍କ ଉପସ୍ଥିତି ଦଳକୁ ଶକ୍ତିଶାଳୀ କରୁଛି। ଦୀପକ ଚହର ଓ ଶାର୍ଦ୍ଦୂଳ ଠାକୁରଙ୍କ ରୂପରେ ଦଳ ନିକଟରେ ଦୁଇ ପେସ୍‌ ବୋଲିଂ ଅଲରାଉଣ୍ଡର ରହିଛନ୍ତି। ତେବେ ଶ୍ରୀଲଙ୍କାର ସ୍ଲିଙ୍ଗର ମଥିଶା ପଥିରାନାଙ୍କୁ ମିସ୍‌ କରିବ ଚେନ୍ନାଇ।
ପ୍ରଥମ ଟାଇଟଲ୍‌ ଲକ୍ଷ୍ୟରେ ଥିବା ଆଇପିଏଲ୍‌ ଫ୍ରାଞ୍ଚାଇଜି ଆର୍‌ସିବି ପାଇଁ ଆଶାର କିରଣ ରହିବେ ଅଧିନାୟକ ଫାଫ୍‌ ଡୁ ପ୍ଲେସି ଓ ବିରାଟ କୋହଲି। ଉଭୟ ଖେଳାଳି ଦୁଇ ମାସର ବ୍ରେକ୍‌ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚମତ୍କାର ଇନିଂସ ଆଶା କରିବେ ଫ୍ୟାନ୍‌। ସେହିପରି କାମେରନ୍‌ ଗ୍ରୀନ୍‌ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ମଧ୍ୟକ୍ରମରେ ରଜତ ପଟିଦାର ଓ ଦୀନେଶ କାର୍ତ୍ତିକଙ୍କ ଉପରେ ସଭିଙ୍କ ନଜର ରହିବ। ଚଳିତ ସିଜନରେ ଆର୍‌ସିବିର ପେସ୍‌ ବୋଲିଂ କିନ୍ତୁ ବେଶ୍‌ ଶକ୍ତିଶାଳୀ ରହିଛି। ମହମ୍ମଦ ସିରାଜଙ୍କ ନେତୃତ୍ୱରେ ଲୋକି ଫର୍ଗୁସନ, ଆଲଜାରି ଯୋଶେଫ, ଆକାଶ ଦୀପ ଓ ରିସି ଟପ୍‌ଲେଙ୍କ ପରି ଖେଳାଳି ରହିଛନ୍ତି। ତେବେ ଦଳର ସ୍ପିନ୍‌ ଆକ୍ରମଣ ସାମାନ୍ୟ ଦୁର୍ବଳ ମନେହେଉଛି। ହସରଙ୍ଗାଙ୍କୁ ଦଳ ରିଲିଜ୍‌ କରିଥିବା ବେଳେ କର୍ନ ଶର୍ମା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଉପରେ ସ୍ପିନ ବୋଲିଂ ଭାର ରହିବ। ଦଳ ନିକଟରେ ହିମାଂଶୁ ଶର୍ମା ଓ ମୟଙ୍କ ଡାଗର ରହିଥିଲେ ମଧ୍ୟ ଉଭୟଙ୍କ ନିକଟରେ ଅଭିଜ୍ଞତାର ଅଭାବ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଚେନ୍ନାଇରେ କ୍ୟାପଟେନ୍ସ ମିଟ୍‌ ହୋଇଥିବା ବେଳେ ୮ ଫ୍ରାଞ୍ଚାଇଜର ଅଧିନାୟକ ଯୋଗ ଦେଇଥିଲେ। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ପଞ୍ଜାବ କିଙ୍ଗ୍ସ ଉପ ଅଧିନାୟକ ଜୀତେଶ ଶର୍ମା କ୍ୟାପଟେନ୍ସ ମିଟ୍‌ରେ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?