Posted inଖେଳ

ପୁଣି ଶୀର୍ଷକୁ ଫେରିଲା ସିଏସ୍‌କେ

ଶାରଜା,୨୪।୯: ସ୍ଥାନୀୟ ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ଉଇକେଟରେ ହରାଇ ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଏହି ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ୧୪ ପଏଣ୍ଟ ସହ ପୁଣି ଥରେ ଶୀର୍ଷକୁ ଉଠିଛି। ସିଏସ୍‌କେ ଭଳି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ମଧ୍ୟରେ ସମାନ ସଂଖ୍ୟକ ପଏଣ୍ଟ ରହିଛି। କିନ୍ତୁ ନେଟ୍‌ ରନ୍‌ ରେଟ୍‌ ଆଧାରରେ ଆଗରେ ରହିଛି ସିଏସ୍‌କେ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ତୃତୀୟ ସ୍ଥାନରେ ରହିଛି ବିରାଟ କୋହଲିଙ୍କ ଆରସିବି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ। ଦୁହେଁ ୧୩ ଓଭରରେ ୧୧୧ ରନ୍‌ କରିଥିଲେ। ଏହାପରେ ଆରସିବିର ମଧ୍ୟକ୍ରମର ଦୁର୍ବୃଳତା ପଦାରେ ପକାଇ ଦେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ବୋଲରମାନେ। ଅନ୍ତିମ ୪ ଓଭରରେ ୫ ଉଇକେଟ ହରାଇବାରୁ ଆରସିବି ଦଳୀୟ ସ୍କୋରରେ ମାତ୍ର ୨୫ ରନ୍‌ ଯୋଡ଼ିପାରିଥିଲା। ଫଳରେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ବାଙ୍ଗାଲୋର। ସିଏସ୍‌କେ ପାଇଁ ଡ୍ବେନ ବ୍ରାଭୋ ୩ ଉଇକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ହାତେଇଥିଲେ ୨ ଉଇକେଟ।

୧୫୭ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ସିଏସ୍‌କେ ପାଇଁ ମାପିଚୁପି ଇନିଂସ ଆରମ୍ଭ କରିଥିଲେ ରୁତୁରାଜ ଗାଏକ୍ୱାଡ (୩୮) ଓ ଫାଫ୍‌ ଡୁ’ ପ୍ଲେସି (୩୧)। ଦୁହେଁ ଆଉଟ୍‌ ହେବା ପରେ ମୋଇନ ଅଲି ଓ ଅମ୍ବାତି ରାୟୁଡୁ ୩ୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୪୭ ରନ୍‌ ଯୋଡ଼ିଥିଲେ। ଏହାପରେ ଅଧିନାୟକ ଧୋନୀ (୧୧) ଓ ସୁରେଶ ରାଇନା (୧୭) ଦଳକୁ ୧୯ତମ ଓଭରରେ ଦେଇଥିଲେ ବିଜୟ ଭେଟି। ସିଏସ୍‌କେ ୧୮.୧ ଓଭରରେ ୪ ଉଇକେଟ ହରାଇ ୧୫୭ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଆର୍‌ସିବି ପାଇଁ ହର୍ଶଲ ପଟେଲ ୨ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଛାଡ଼ି ସ୍ବଦେଶ ଫେରିଲେ ଷ୍ଟାର ବିଦେଶୀ ଖେଳାଳି

ଆବୁଧାବି, ୨୪।୯: ଚଳିତ ଆଇପିଏଲ ସିଜନରେ ସଂଘର୍ଷ କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ଗୁରୁବାର ଏକ ଶକ୍ତ ଧକ୍କା ଲାଗିଛି। ବାପାଙ୍କ ମୃତ୍ୟୁ କାରଣରୁ ହାଇଦ୍ରାବାଦ୍‌...

ଦ୍ୱିତୀୟ ସିଡ୍‌ଙ୍କୁ ହରାଇଲେ ବୋପାନ୍ନା-ଶରନ

ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ ଲୁକାଜ...

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୭୭/୧

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ...

ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆରେ ପହଞ୍ଚିଲେ ବୁମ୍‌ରାଙ୍କ ସ୍ତ୍ରୀ, ଫଟୋ ଶେୟାର କରି ହେଲେ ଟ୍ରୋଲ

ନୂଆଦିଲ୍ଲୀ,୮।୧୦: ଟି୨୦ ବିଶ୍ୱକପ୍‌ ଖେଲିବା ଲାଗି ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପର୍ଥରେ ଭାରତୀୟ ଟିମ୍‌ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି। ହେଲେ ଚଳିତ...

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ...

ଆଜି ଧୋନୀ-ପାଣ୍ଡ୍ୟା ଲଢେଇ: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ୍‌,୩୧।୩: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ଗତ ବର୍ଷର ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ...

ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ

ଅବୁଧାବି,୨୫।୯: ୟୁଏଇରେ ଚାଳିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ସ୍ଥାନକୁ ଉଠିଛି। ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲକୁ...

ଡି ଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ; କୋଲକାତା ସାମ୍ନାରେ ୧୯୫ ରନ୍‌ ଟାର୍ଗେଟ୍‌ ରଖିଲି ଆର୍‌ସିବି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା...

Advertisement
Archives

Model This Week