Posted inଖେଳ

ବକ୍ସିଂ ଡେ’ ଟେଷ୍ଟରୁ ଆରମ୍ଭ ହେବ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର୍‌

ଜୋହାନ୍ସବର୍ଗ, ୬ା୧୨- ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ର ସଂଶୋଧିତ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି। ତଦନୁସାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଡିସେମ୍ବର ୨୬ରୁ ସିରିଜ ବକ୍ସିଂ ଡେ’ ଟେଷ୍ଟ ସହ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ସେଞ୍ଚୁରିଅନଠାରେ ଖେଳାଯିବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ) ତରଫରୁ ସୋମବାର ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟ ଜାନୁୟାରୀ ୩ରୁ ୭ ନ୍ୟୁଲାଣ୍ଡ୍ସରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟେଷ୍ଟ କେପ୍‌ଟାଉନ୍‌ଠାରେ ଜାନୁୟାରୀ ୧୧ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହାପରେ ଦୁଇ ଦେଶ ମଧ୍ୟରେ ୩ ଅନ୍ତର୍ଜାତୀୟ ଦିନିକିଆ ବୋଲାଣ୍ଡ ପାର୍କ (ଜାନୁୟାରୀ ୧୯), ପାର୍ଲ (ଜାନୁୟାରୀ ୨୧) ଓ କେପ୍‌ଟାଉନ୍‌ (ଜାନୁୟାରୀ ୨୩)ଠାରେ ଖେଳାଯିବ। ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସଂସ୍କରଣର ଅଂଶବିଶେଷ ସ୍ବରୂପ ଟେଷ୍ଟ ସିରିଜ ଖେଳାଯିବାକୁ ଥିବା ବେଳେ ବିଶ୍ୱକପ୍‌ ୨୦୨୩ ପାଇଁ କ୍ୱାଲିଫିକେଶନ ଟୁର୍ନାମେଣ୍ଟ ଆଇସିସି ଓ୍ବାଲର୍‌ଡକପ୍‌ ସୁପର ଲିଗ୍‌ର ଅଂଶବିଶେଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଦେଖାଦେଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପରେ ପରେ ସମୟ ସୁବିଧା ଦେଖି ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri