ପ୍ରାଣୀଛୁଆ ପ୍ରତି ନିଷ୍ଠୁରତା

ମାନେକା ଗାନ୍ଧୀ

ଶିଶୁ ବା ଛୁଆଟିଏ ଯେ କୌଣସି ପ୍ରଜାତିର ହୋଇଥାଉ ନା କାହିଁକି ତା’ଠାରୁ ସୁନ୍ଦର କିଛି ନ ଥାଏ। ଯେତେବେଳେ ଗୋଟିଏ ମଣିଷ ଶିଶୁ ମୃତ୍ୟୁର ଶିକାର ହୁଏ ସେତେବେଳେ ଆମ କ୍ରୋଧ ଚରମ ସୀମାରେ ପହଞ୍ଚେ। ଗୋଟିଏ ଜୀବନ ନଷ୍ଟ ହେବା, ଗୋଟିଏ ନିରୀହ ଜୀବନ ପ୍ରତି ନିଷ୍ଠୁରତା ଆମକୁ ଦାରୁଣ ଆଘାତ ଦିଏ। କିନ୍ତୁ ଏହି ପ୍ରକାର ସମ୍ବେଦନଶୀଳତା ଆମେ ଅନ୍ୟ ଛୁଆମାନଙ୍କ କ୍ଷେତ୍ରରେ ଦେଖାଇ ନ ଥାଉ। କୋଭିଡ୍‌ ସମୟରେ ଲୋକମାନେ ନିର୍ଦ୍ଦୟ ଏବଂ ଅସହିଷ୍ଣୁ ହୋଇ ନବଜାତ କୁକୁର ଓ ବିଲେଇ ଛୁଆଙ୍କୁ ଅଖାରେ ପୂରାଇ ନାଳୀ,ପୋଖରୀ ଏବଂ ଅଳିଆ ଗଦାରେ ଫିଙ୍ଗିି ଦେଲେ। ଏବେ ଏକମାତ୍ର ପ୍ରଭେଦ ହେଲା, ଜନ୍ମ ହୋଇଥିବା ଗୋଟିଏ ଛୁଆ ଅଦୃଶ୍ୟ ହୋଇଗଲେ ଆନିମଲ ଓ୍ବେଲ୍‌ଫେୟାର୍‌ର ସଦସ୍ୟମାନେ ତାକୁ ଖୋଜୁଛନ୍ତି ଓ ପୋଲିସରେ ଅଭିଯୋଗ କରୁଛନ୍ତି।
ପ୍ରାଣୀଛୁଆଙ୍କୁ ଖାଇ ଉତ୍ସବ ପାଳନ କରିବା ଲୋକମାନେ ବି ଅଛନ୍ତି। ଘୁଷୁରି ମଣିଷ ପରି ବୁଦ୍ଧିଆ ଓ ମଣିଷ ସହ କାହିଁ କେଉଁ କାଳରୁ ରହିଆସିଛି। କିନ୍ତୁ ମା’କ୍ଷୀର ଖାଉଥିବା ୨ରୁ ୬ ମାସର ଘୁଷୁରି ଛୁଆକୁ ମାରି ବିବାହ ଉତ୍ସବ ଭୋଜିରେ କିମ୍ବା ନବଜାତ ଶିଶୁର ପ୍ରଥମ ମାସ ପୂର୍ତ୍ତି ଉତ୍ସବରେ ଖିଆଯାଏ। କ୍ଷୀରଖାଉଥିବା ଘୁଷୁରି ଛୁଆର ମାଂସ ଖାଇବାକୁ ମୁଖ୍ୟତଃ ଦକ୍ଷିଣ ଆମେରିକାବାସୀ ଭଲ ପାଆନ୍ତି। ଲୁଇସିନାରେ ପ୍ରତିବର୍ଷ ଦି କୋଚନ ଡୋଲଟ ଉତ୍ସବ ପାଳନ କରାଯାଏ। ଏଥିରେ ଘୁଷୁରି ଛୁଆଙ୍କୁ ଜିଅନ୍ତା ରୋଷ୍ଟ୍‌ କରାଯାଏ। ଯିଏ ଖାଇବେ ସେ ଘୁଷୁରି ଛୁଆଙ୍କ ମୃତ୍ୟୁକୁ ଦେଖିବାକୁ ଚାହାନ୍ତି। ଛୁଆମାନଙ୍କୁ ଫାର୍ମରେ ମରାଯାଏ। ସେମାନଙ୍କୁ ପଛ ଗୋଡରେ ବାରମ୍ବାର ପହଁରିବା ଲାଗି ଛଡାଯାଏ ଓ ଖୁବ୍‌ ଜୋର୍‌ରେ ପକ୍କା କାନ୍ଥରେ ପିଟି ମାରିଦିଆଯାଏ। ଭିଲ୍‌୍‌ କହିଲେ ବାଛୁରିର ମାଂସକୁ ବୁଝାଏ । ଅନେକ ପ୍ରକାର ଭିଲ୍‌ ରହିଛି। ଏମାନଙ୍କ ମଧ୍ୟରେ ବବ୍‌ ଭିଲ ଅନ୍ୟତମ ଯେଉଁଥିରେ ବାଛୁରି ଜନ୍ମ ହେବାର ୨ ଘଣ୍ଟାରୁ ୨ଦିନ ମଧ୍ୟରେ କଂସେଇଖାନାରେ ମରାଯାଏ। ଏହି ସମୟରେ ଏମାନଙ୍କୁ କିଛି ଖାଇବାକୁ କି ପିଇବାକୁ ଦିଆଯାଏ ନାହିଁ। ଫଳରେ ସେମାନଙ୍କ ମାଂସ ଧଳା ପଡିଯାଏ। ସ୍ଲିଙ୍କ୍‌ ଭିଲ୍‌ ଗର୍ଭସ୍ଥ, ସମୟପୂର୍ବରୁ କିମ୍ବା ମୃତ ଭାବେ ଜନ୍ମିତ ବାଛୁରିରୁ ପ୍ରସ୍ତୁତ କରାଯାଏ। ଏହାକୁ ନିଷିଦ୍ଧ କରାଯାଇଥିତ୍ଲେ ବି ବଜାରରେ ଏବେ ଚମଡା ଓ ମାଂସ ପାଇଁ ବିକ୍ରି ହେଉଛି। ସାରା ବିଶ୍ୱରେ ବିକ୍ରି କରାଯାଉଥିବା ଆଉ ଏକ ପ୍ରକାର ଭିଲ୍‌ ରହିଛି । ଏଥିରୁ ପ୍ରସ୍ତୁତ ଖରାପ ଡିଶ୍‌କୁ ସବୁଠୁ ରୁଗ୍‌ଣ ବ୍ୟକ୍ତି ହିଁ ଖାଉଛନ୍ତି। ଏହି ମାଂସ ଅଣ୍ଡିରା ବାଛୁରିଠାରୁ ମିଳେ। ଛୁଆ ଜନ୍ମ ହେବା ପରେ ମା’ଠାରୁ ଅଲଗା କରି ତାକୁ ଏକ ଟାଇଟ୍‌ ଯନ୍ତା ମଧ୍ୟରେ ରଖାଯାଏ। ତାକୁ କିଛି ବି କଠିନ ଖାଦ୍ୟ ଖାଇବାକୁ ଦିଆଯାଏନି। ୧୮ରୁ ୨୨ ସପ୍ତାହ ଯାଏ ବଞ୍ଚାଇ ରଖିବା ଲାଗି କିଛି ରାସାୟନିକ ମିଶ୍ରଣ ଦିଆଯାଇଥାଏ। କଠିନ ଖାଦ୍ୟ ଓ ମିନେରାଲସ ଅଭାବରୁ ତ’ାର ମାଂସ ଈଷତ ହଳଦିଆ ହୋଇଯାଏ।
ଟ୍ୟୁବ୍‌ ଭଳି ଦେଖିତ୍ବାକୁ ସ୍କୁଇଡ୍‌ ସାମୁଦ୍ରିକ ଜୀବ ମଧ୍ୟରେ ଚତୁର। ସ୍କୁଇଡ୍‌ ଗଭୀର ଜଳରେ ରହିଲେ ବି ଗର୍ଭଣୀ ସ୍କୁଇଡମାନେ ଅଗଭୀର ଜାଗାକୁ ଆସି ପାଣି ଉପରକୁ ଡାଇଭ୍‌ ମାରନ୍ତି। ଗର୍ଭାବସ୍ଥାରେ ସେମାନେ ଅଣ୍ଡାର ଏକ ବଡ ଥଳୀ ୯ ମାସ ଯାଏ ଧାରଣ କରିଥାନ୍ତି ଓ ସେଥିରେ ବଢୁଥିତ୍ବା ଛୁଆଙ୍କର ଯନତ୍ ନଅନ୍ତି । କିନ୍ତୁ ସେହି ଛୁଆମାନଙ୍କୁ ଧରି ସେଥିରୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏଭଳି ଖାଦ୍ୟକୁ ଇଟାଲୀରେ କାଲାମାରି ,ସ୍ପେନ୍‌ରେ ପୁଣ୍ଟିଲିଟିଟାସ୍‌ (ସ୍କୁଇଡ୍‌ ଛୁଆ ଘୋଳ ଏବଂ ଫ୍ରାଏ) କୁହାଯାଏ। ସ୍କୁଇଡ ଶରୀରରେ ଥିବା ଏକ ପ୍ରକାର କଳା ଇଙ୍କ୍‌ ସଂଗ୍ରହ କରାଯାଇ ସେଥିରେ ତାହାକୁ ସିଝାଯାଇ ଏକ ପ୍ରକାର ଡିଶ୍‌ ପ୍ରସ୍ତୁତ କରଯାଏ। ମା’ ଅକ୍ଟୋପସର କାହାଣୀ ବି ଭାରି ଦୁଃଖଦାୟକ। ସେ ୪-୫ ମାସ ଯାଏ ଗର୍ଭଧାରଣ କରିବା ପରେ ଅଣ୍ଡା ଛାଡିଥାଏ। ମାସାଧିକରୁ ଅଧିକ ସମୟ ଅଣ୍ଡା ଦେବା ପ୍ରକ୍ରିୟା ଜାରି ରଖେ। ସେ ଏହି ଅଣ୍ଡାଗୁଡିକୁ ଯୋଡି ଯୋଡି ଝୁଲନ୍ତା ଫିତା ଆକାରର କରେ, ଯାହା ଏକ ମାଳାର ପରଦା ଭଳି ଦେଖାଯାଏ। ତା’ପରେ ସେ ରହୁଥିବା ଗୁମ୍ଫାକୁ ଯାଇ ତାହାକୁ ସେଠାରେ ଝୁଲାଇଦିଏ। ମାସ ମାସ ଧରି ଅଣ୍ଡାକୁ ଜଗି ରହେ ଓ ଲଗାତର ଶୁଣ୍ଢ ହଲାଇ ଛୁଆମାନଙ୍କୁ ସୁରକ୍ଷିତ ରଖେ। ସମ୍ଭାବ୍ୟ ଶତ୍ରୁଙ୍କ ବିରୋଧରେ ଲଢ଼େଇ କରି ଅଣ୍ଡାଠାରୁ ସେମାନଙ୍କୁ ଦୂରେଇ ଦିଏ। ଅଣ୍ଡାରୁ ଛୁଆ ଫୁଟିବାକୁ ୬ ମାସ ଲାଗିଯାଏ ଓ ଏହି ସମୟ ମଧ୍ୟରେ ସେ କିଛି ବି ଖାଏ ନାହିଁ। ମରିଯିବା ଭଳି ସ୍ଥିତିରେ ରହିଥାଏ। ତଥାପି ଦେହର ଶେଷ ଶକ୍ତି ଖଟାଇ ତା’ଶୁଣ୍ଢ ସାହାଯ୍ୟରେ ଛୁଆମାନଙ୍କୁ ଗୁମ୍ଫାରୁ ପାଣିକୁ ଆହୁଲାଇ ଦିଏ। ଛୁଆଗୁଡ଼ିକ ପାଣିକୁ ଚାଲି ଯିବା ପରେ ସେ ମରିଯାଏ। ଛୁଆପାଇଁ ଏତେ କଷ୍ଟ କରିଥିବା ମା’ଟି ସିନା ମରିଯାଏ ,ହେଲେ ଆମେ ତା’ଛୁଆଗୁଡ଼ିକୁ ଆଣି ମାରି ଖାଇଯାଉ। ତାହାକୁ ସସ୍‌ରେ ବୁଡାଇ କକ୍‌ଟେଲ ସହ ସ୍ନାକ୍ସ ଭଳି ଖିଆଯାଏ। ଅକ୍ଟୋପସର ୫୬,୦୦୦ରୁ ଅଧିକ ଛୁଆଙ୍କ ମଧ୍ୟରୁ ଗୋଟିଏ କି ଦୁଇଟା ବୟସ୍କ ସ୍ତରରେ ପହଞ୍ଚିଥାନ୍ତି।
ଇଲ୍‌(ବମି ମାଛ ବା କୋଚିଆ)ଛୁଆ ପୃଥିତ୍ବୀର ସବୁଠୁ ଅଦ୍ଭୁତ ଜୀବ। ସେମାନେ କେବଳ ସରଗାସୋ ସାଗରରେ ଜନ୍ମ ନିଅନ୍ତି ଓ ଧୀରେ ଧୀରେ ହଜାର ହଜାର ମାଇଲ ଅତିକ୍ରମ କରି ୟୁରୋପରେ ପହଞ୍ଚିଥାନ୍ତି। ଏଠାରେ ସେମାନେ ଏକ ସ୍ବଚ୍ଛ କାଚ ସଦୃଶ ଦେଖାଯାଆନ୍ତି। ଯେଉଁମାନେ ଛୋଟ ଛୋଟ ଜଳାଧାର କିମ୍ବା ନଦୀରେ ଯାଆନ୍ତି ସେମାନେ ହଳଦିଆ ରଙ୍ଗର ହୋଇଯାଆନ୍ତି। ଯଦି ଶିକାର କରା ନ ଯାଏ ତେବେ ସେମାନେ ୨୦୦ ବର୍ଷ ଯାଏ ବଞ୍ଚିପାରିବେ। କିନ୍ତୁ ଲୋକେ କୋଚିଆ ଛୁଆକୁ ଧରି ଖାଇଯାଉଛନ୍ତି। ଏବେ ଏହାର ବଂଶ ଦ୍ରୁତ ଗତିରେ ଲୋପ ପାଇଚାଲିଛି। ହୁଏତ ଆମ ପିଲାମାନେ ସେମାନଙ୍କୁ ଦେଖିତ୍ବାକୁ ପାଇ ନ ପାରନ୍ତି। ସ୍ପେନ୍‌ରେ ଠେକୁଆ ଛୁଆକୁ ଚକୋଲେଟ ସସ୍‌ରେ ରନ୍ଧାଯାଇ ଏକ ସ୍ବତନ୍ତ୍ର ଡିଶ୍‌ ପ୍ରସ୍ତୁତ କରାଯାଏ। ଚାଇନାରେ ମୂଷା ଛୁଆକୁ ମଦରେ ବୁଡାଇ ବର୍ଷେ ରଖାଯାଏ। ପରେ ସେହି ମଦକୁ ହେଲ୍‌ଥ ଟନିକ ଭାବେ ବିକ୍ରି କରାଯାଇଥାଏ।
ପର ବିହୀନ ପାରାଛୁଆ( ସ୍କ୍ବାବ) ହିଟଲରଙ୍କର ଥିଲା ପ୍ରିୟ ଖାଦ୍ୟ। ପାରା ପ୍ରାୟ ୬ ବର୍ଷ ବଞ୍ଚନ୍ତି ଓ ଏକାଠି ପାରିବାରିକ ବନ୍ଧନରେ ରହନ୍ତି। ଛୁଆ ବୟସ୍କ ହେବା ଯାଏ ସେମାନେ ତା’ର ଯନତ୍ ନିଅନ୍ତି। ଛୁଆକୁ ପାଖାପାଖି ମାସକ ଯାଏ ପାଳନ୍ତି। ଏହି ସମୟରେ ସେମାନଙ୍କ ପର ଉଠି ନ ଥିବାରୁ ଉଡିପାରନ୍ତି ନାହିଁ। ହେଲେ ସେମାନଙ୍କୁ ମାରି ରନ୍ଧାଯାଏ । ରୋମାନରେ ପ୍ରଥମେ ପାରାଛୁଆ ମାଂସ ରୋଷେଇ ଆରମ୍ଭ କରାଯାଇଥିଲା ଓ ଏବେ ଅନେକ ଦେଶରେ ଏହା ଖାଦ୍ୟ ପାଲଟିଯାଇଛି।
ମେଣ୍ଢା କିମ୍ବା ଛେଳି ଛୁଆ ମାଂସର ଡିଶ୍‌ ଏକ ସାଧାରଣ କଥା। ମେଣ୍ଢା କିମ୍ବା ବାଛୁରିର ଗଳା,ବେକ କିମ୍ବା ପାନକ୍ରିୟାଜ, ଜିଭ ଓ ଅଣ୍ଡକୋଷ ସୁଇଟ୍‌ବ୍ରେଡ ଭାବେ ଜଣାଶୁଣା। ବାଛୁରିର ଜିଭକୁ ଅନେକ ସମୟରେ ରୁଷିଆନ ସାଲାଡରେ ପକାଯାଏ। ଜାପାନରେ ଏହି ଜିଭକୁ ଭାଜି ଏକ ପ୍ରକାର ଡିଶ୍‌ (ଗ୍ୟୁଟାନ)ପ୍ରସ୍ତୁତ କରାଯାଏ। ମେଣ୍ଢାଛୁଆର କିଡନୀ ଏବଂ ଲିଭର୍‌ରୁ ସ୍ବାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ବହୁ ବର୍ଷ ପୂର୍ବେ ମୁଁ ଅମୁଲର ସଫଲ ଲାଗି ଏକ ବିଜ୍ଞାପନ କରିଥିଲି। ଗୋଟିଏ ମେଣ୍ଢା ଛୁଆକୁ ମୁଁ ହାତରେ ଧରିଥିଲି ଓ ଆଉ ସବୁ ଛୁଆ ମୋ ଚାରି ପାଖରେ ଘେରି ରହିଥିଲେ। ଜାଣିବାକୁ ପାଇଲି ଯେ,ଶୁଟିଂ ପରେ ସେମାନଙ୍କୁ ମାରିବା ଲାଗି ନେବାର ଥିତ୍ଲା। ଏଣୁ ବିଜ୍ଞାପନରୁ ପାଇବାକୁ ଥିବା ଟଙ୍କା ବାବଦରେ ମୁଁ ସବୁ ମେଣ୍ଢାଛୁଆଙ୍କୁ ନେଇ ଆସିଲି। ଆଉ ଯାହା ପ୍ରାପ୍ୟ ରହିଲା ସେଥିରେ ମୋ ପ୍ରାଣୀ ହସ୍ପିଟାଲରେ ଗାଈଙ୍କୁ ଖାଇବା ଲାଗି ସେମାନେ ବର୍ଷକ ଯାଏ ପିଶେଲ୍‌ ଯୋଗାଇ ଦେଇଥିଲେ। ପେରୁପକ୍ଷୀ( ଟର୍କି)ର ଆୟୁଷ ୧୦ ବର୍ଷ। କିନ୍ତୁ ୮ ସପ୍ତାହର ଛୁଆର ମାଂସରୁ ପ୍ରସ୍ତୁତ ଡିଶ୍‌ ଥ୍ୟାଙ୍କସ୍‌ଗିଭିଙ୍ଗ ଡିନର୍‌ରେ ପରଷା ଯାଏ । ବତକ ଛୁଆର ପର ନ ଉଠୁଣୁ ତାକୁ ମାରି ଖିଆଯାଏ। ପ୍ରକୃତରେ କି ଘୃଣିତ ଜୀବ ଆମେ? ଆମ ସାଙ୍ଗରେ ରହୁଥିବା ପ୍ରାଣୀଛୁଆଙ୍କୁ ମଧ୍ୟ ଆମେ ବଞ୍ଚାଇପାରୁନାହଁୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?