Posted inଖେଳ

ଏଟିପି ଫାଇନାଲ୍ସ: ଥିମ୍‌, ସିତ୍‌ସିପାସ ବିଜୟୀ

ଲଣ୍ଡନ, ୧୯।୧୧(ଏପି)- ଏଠାରେ ଚାଲିଥିବା ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ) ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଡୋମିନିକ୍‌ ଥିମ୍‌। ଅନ୍ୟ ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଷ୍ଟିଫାନୋସ ସିତ୍‌ସିପାସ ନବାଗତ ଆନ୍ଦ୍ରେ ରୁବଲେଭ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ ଆଶା ଉଜ୍ଜୀବିତ କରିଛନ୍ତି। ଅଷ୍ଟ୍ରିଆର ଥିମ୍‌ ଟାଇବ୍ରେକରରେ ଦମ୍‌ଦାର ପ୍ରଦର୍ଶନ କରି ୨୦ ଥର ଚାମ୍ପିୟନ ସ୍ପେନର ନାଡାଲଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଥିମ୍‌ ୭-୬(୭), ୭-୬(୪) ସେଟ୍‌ରେ ବିଜୟୀ ହୋଇଛନ୍ତି। ଗତ ଜାନୁୟାରୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟର ଫାଇନାଲ ପରେ ନାଡାଲଙ୍କୁ ପ୍ରଥମଥର ଭେଟିଥିଲେ ଥିମ୍‌। ମାତ୍ର ସେତେବେଳ ପରି ଏଥର ମଧ୍ୟ ଟାଇବ୍ରେକରରେ ସେ ପ୍ରଭାବୀ ପ୍ରଦର୍ଶନ କରି ସଫଳ ହୋଇଛନ୍ତି। ୟୁଏସ୍‌ ଓପନ ଚାମ୍ପିୟନ ଥିମ୍‌ ଗତ ରବିବାର ସିତ୍‌ସିପାସଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ରୁବଲେଭ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛନ୍ତି। ନିଜର ଦ୍ୱିତୀୟ ମ୍ୟାଚରେ ସେ ସିତ୍‌ସିପାସଙ୍କଠାରୁ ୧-୬, ୬-୪, ୬(୬)-୭ ସେଟ୍‌ରେ ପରାସ୍ତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ସେ ନାଡାଲଙ୍କଠାରୁ ହାରିଥିଲେ। ଅନ୍ୟପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ନାଡାଲ ଦ୍ୱିତୀୟ ମ୍ୟାଚରେ ପରାଜିତ ହୋଇଥିବାରୁ ସେମିଫାଇନାଲରେ ପହଞ୍ଚତ୍ ପାରିନାହାନ୍ତି। ସେ ଗୁରୁବାର ସିତ୍‌ସିପାସଙ୍କୁ ଭେଟିବେ। ଏହି ମ୍ୟାଚରେ ବିଜୟୀ ହେଲେ ସେମିଫାଇନାଲ ପ୍ରବେଶ ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ସେ କେବେହେଲେ ଏଟିପି ଫାଇନାଲ୍ସ ଟାଇଟଲ ଜିତିପାରି ନାହାନ୍ତି। ମ୍ୟାଚପରେ ନାଡାଲ ଥିମ୍‌ଙ୍କୁ ପ୍ରଶଂସା କରିଥିଲେ ହେଁ ଉଭୟ ଭଲ ପ୍ରଦର୍ଶନ କରିଥିବା ପ୍ରକାଶ କରିଛନ୍ତି। ”ଆମେ ଦୁହେଁ ଉଚ୍ଚସ୍ତରର ପ୍ରଦର୍ଶନ ଦେଇଥିଲୁ। ମାତ୍ର ଉଚିତ ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇଦାରେ ରହିଲେ। ଆଗାମୀ ମ୍ୟାଚକୁ ନେଇ ମୁଁ ଦୃଢ଼ ଆଶାୟୀ“ ବୋଲି ନାଡାଲ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କ୍ୟାରିୟରରେ ଏହା ତାଙ୍କର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି ଥିମ୍‌ ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଇଲେକ୍ଟ୍ରୋନିକ୍‌ ଲାଇନ୍‌ କଲିଂ ବ୍ୟବହାର କରାଯାଉଛି। ତେଣୁ ବଲ୍‌ ଇନ୍‌ କିମ୍ବା ଆଉଟ୍‌ କ୍ଷେତ୍ରରେ ଖେଳାଳିମାନେ ଚ୍ୟାଲେଞ୍ଜ୍‌ କରିପାରିବେ ନାହିଁ। ମାତ୍ର ଡବଲ ବାଉନ୍ସ ପରି ଅନ୍ୟ ବିବାଦୀୟ ନିଷ୍ପତ୍ତି କ୍ଷେତ୍ରରେ ସେମାନେ ଭିଡିଓ ରିଭ୍ୟୁପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri