ବିପିସିଏଲ୍‌ ବିଡିଂରେ ବେଦାନ୍ତ

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ରେ ରହିଥିବା ସରକାରୀ ଅଂଶଧନ ନିଲାମ ବିଡିଂରେ ବେଦାନ୍ତ ସାମିଲ ହୋଇଛି। ବିପିସିଏଲ୍‌ରେ ରହିଥିବା ୫୨.୯୮% ଅଂଶଧନକୁ ବିକ୍ରି କରିବାକୁ ସରକାର ବର୍ତ୍ତମାନ ପ୍ରସ୍ତୁତ କରିଛନ୍ତି। ବିଡିଂରେ ମୋଟ ୪ କମ୍ପାନୀ ସାମିଲ ଅଛନ୍ତି। ରିଲାଏନ୍ସ, ବିପି ଏବଂ ସାଉଦି ଆରାମ୍‌କୋ ଭଳି କମ୍ପାନୀଗୁଡିକ ବିପିସିଏଲ୍‌ ବିଡିଂରେ ସାମିଲ ହୋଇ ନ ଥିବା ଖବର ସାମ୍ନାକୁ ଆସିଛି। ନିଲାମ ପ୍ରକ୍ରିୟାରେ ସାମିଲ ହେବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ(ଇଓଆଇ) ଦାଖଲ କରିବାର ଶେଷ ତାରିଖ ୧୬ ନଭେମ୍ବର ରହିଥିଲା। ଘରୋଇ କ୍ଷେତ୍ର କମ୍ପାନୀ ବେଦାନ୍ତ ବିଡିଂରେ ସାମିଲ ହେବା ନେଇ ବୁଧବାର ସ୍ପଷ୍ଟ କରିଛି। ବିପିସିଏଲ୍‌ ବର୍ତ୍ତମାନ ଭାରତର ଦ୍ୱିତୀୟ ବୃହତ୍‌ ତୈଳ ରିଟେଲିଂ କମ୍ପାନୀ। ଏହି କମ୍ପାନୀର କାରବାରକୁ ନିଜ ଅଧୀନକୁ ନେଲେ ବେଦାନ୍ତ ଏ କ୍ଷେତ୍ରରେ ଭଲ କାରବାର କରିବା ନେଇ ଆଶା ରଖିଛି। ଏଭଳି ପଦକ୍ଷେପ ଦ୍ୱାରା ବେଦାନ୍ତ ତୈଳ ଏବଂ ବାଷ୍ପ କାରବାର କ୍ଷେତ୍ରରେ ମୂଲ୍ୟାଙ୍କନ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିବା କମ୍ପାନୀର ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri