୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ସେ ନେଇ ବିଶ୍ୱବାସୀ ଚିନ୍ତିତ। ଏହା ମଧ୍ୟରେ ଅଶୋଧିତ ତୈଳ ଦର କ୍ରମାଗତ ୬ ସପ୍ତାହ ଧରି ବଢ଼ି ଛାଲିଛି। ଶନିବାର ଓପେକ ସମୂହର ସୂଚନା ଅନୁସାରେ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାର ରହିଛି। ଗତ କିଛିଦିନ ହେବ ଲଗାତର କ୍ରୁଡ୍‌ ମୂଲ୍ୟ ବୃଦ୍ଧି ପାଇବାରୁ ବର୍ତ୍ତମାନ ଏହା ୭ ବର୍ଷର ରେକର୍ଡ ଭାଙ୍ଗି ସର୍ବାଧିକ ଦରରେ କାରବାର କରୁଛି। ଫଳରେ ୨୦୨୨ ଆରମ୍ଭରୁ ଅଶୋଧିତ ମୂଲ୍ୟ ପ୍ରଭାବ ବିସ୍ତାର କରି ଚାଲିଛି। ବିଶେଷ କରି ପଶ୍ଚିମ ଟେକ୍ସାସ୍‌ ଅଞ୍ଚଳର ଅନେକ ସମସ୍ୟା କାରଣରୁ ଆଗାମୀ ସପ୍ତାହଗୁଡିକ ପାଇଁ ଅତିରିକ୍ତ ୨% ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ସମୟରେ କ୍ରୁଡ୍‌ର ଦ୍ରୁତ ଚାହିଦା ଯୋଗୁ ବିଶ୍ୱ ବଜାରକୁ ଏହା ପ୍ରଭାବିତ କରିଛି। ଅପରପକ୍ଷରେ ବିଭିନ୍ନ କାରଣ ପାଇଁ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ୱାଲ୍‌ ଷ୍ଟ୍ରିଟ୍‌ ବ୍ୟାଙ୍କ ଏବଂ ସମସ୍ତ ତୈଳ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏକ ମିଳିତ ବୈଠକ ହେବା ଯୋଜନା ରହିଛି। ବୈଠକ ପୂର୍ବରୁ ତୈଳ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କ୍ରୁଡ୍‌ ମୂଲ୍ୟ ଆଗାମୀ ଦିନରେ ୧୦୦ ଡଲାର ଛୁଇଁବା ଆଶଙ୍କା କରାଯାଉଛି। ସେହିଭଳି ଭୌଗୋଳିକ, ରାଜନୈତିକ କାରଣ ଯୋଗୁ ତୈଳ ମୂଲ୍ୟ ବୃଦ୍ଧି ହେବା ଯଥେଷ୍ଟ ଆଶଙ୍କା ରହୁଛି। ନିକଟରେ ଏହାର ଚାହିଦା ମଧ୍ୟ ଦ୍ରୁତ ଅଭିବୃଦ୍ଧି କରିଛି। ଏହା ବଜାୟ ରଖିବା ପାଇଁ ଯୋଗାଣ ସଂସ୍ଥାଗୁଡିକ ମଧ୍ୟ ସଂଘର୍ଷ କରୁଛନ୍ତି। କୋଭିଡ୍‌ଠାରୁ ନେଇ ମହାଦେଶୀୟ ସମସ୍ୟା ଓ ରୁଷିଆ ଏବଂ ୟୁକ୍ରେନ୍‌ର ରାଜନୈତିକ ସମସ୍ୟାର ପ୍ରଭାବ ତୈଳ ବଜାରରେ ପ୍ରତିଫଳିତ ହୋଇଛି ବୋଲି ଚେଭ୍ରନ୍‌ କର୍ପ କହିଛନ୍ତି। ବ୍ଲୁମ୍‌ବର୍ଗ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଇକ୍‌ ୱିର୍ଥ କହିଛନ୍ତି, ଭୌଗୋଳିକ ଓ ରାଜନୈତିକ ଘଟଣା ଯୋଗୁ ଅତୀତ ତୁଳନାରେ ବର୍ତ୍ତମାନ ଦ୍ରବ୍ୟ ବଜାର ଉପରେ ଏହା ଅଧିକ ପ୍ରଭାବ ପକାଉଛି ଏବଂ ଆସନ୍ତା କିଛି ମାସ ମଧ୍ୟରେ ଆମେ ଯାହା ଦେଖିପାରୁଛୁ । ତେଣୁ ଏହା ୧୦୦ ଡଲାରକୁ ଛୁଇଁବ। ସେହିପରି ଫେଡେରାଲ୍‌ ରିଜର୍ଭ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପ୍ରସ୍ତୁତ ହେବା ପରେ ବିଶ୍ୱର ଇକ୍ୱିଟି ବଜାରରେ ମଧ୍ୟ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ଅନେକଙ୍କୁ ବିପଦ ଆଡ଼କୁ ଟାଣିନେବ। ଏହାଦ୍ୱାରା ପୁଣି ଥରେ ପୂର୍ବ ମହାମାରୀସ୍ତରକୁ ଫେରି ଆସିବ। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ଓ ସଂଗଠନ ଏବଂ ଏହାର ସହଯୋଗୀମାନେ ଫେବୃୟାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?