୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ସେ ନେଇ ବିଶ୍ୱବାସୀ ଚିନ୍ତିତ। ଏହା ମଧ୍ୟରେ ଅଶୋଧିତ ତୈଳ ଦର କ୍ରମାଗତ ୬ ସପ୍ତାହ ଧରି ବଢ଼ି ଛାଲିଛି। ଶନିବାର ଓପେକ ସମୂହର ସୂଚନା ଅନୁସାରେ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାର ରହିଛି। ଗତ କିଛିଦିନ ହେବ ଲଗାତର କ୍ରୁଡ୍‌ ମୂଲ୍ୟ ବୃଦ୍ଧି ପାଇବାରୁ ବର୍ତ୍ତମାନ ଏହା ୭ ବର୍ଷର ରେକର୍ଡ ଭାଙ୍ଗି ସର୍ବାଧିକ ଦରରେ କାରବାର କରୁଛି। ଫଳରେ ୨୦୨୨ ଆରମ୍ଭରୁ ଅଶୋଧିତ ମୂଲ୍ୟ ପ୍ରଭାବ ବିସ୍ତାର କରି ଚାଲିଛି। ବିଶେଷ କରି ପଶ୍ଚିମ ଟେକ୍ସାସ୍‌ ଅଞ୍ଚଳର ଅନେକ ସମସ୍ୟା କାରଣରୁ ଆଗାମୀ ସପ୍ତାହଗୁଡିକ ପାଇଁ ଅତିରିକ୍ତ ୨% ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ସମୟରେ କ୍ରୁଡ୍‌ର ଦ୍ରୁତ ଚାହିଦା ଯୋଗୁ ବିଶ୍ୱ ବଜାରକୁ ଏହା ପ୍ରଭାବିତ କରିଛି। ଅପରପକ୍ଷରେ ବିଭିନ୍ନ କାରଣ ପାଇଁ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ୱାଲ୍‌ ଷ୍ଟ୍ରିଟ୍‌ ବ୍ୟାଙ୍କ ଏବଂ ସମସ୍ତ ତୈଳ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏକ ମିଳିତ ବୈଠକ ହେବା ଯୋଜନା ରହିଛି। ବୈଠକ ପୂର୍ବରୁ ତୈଳ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କ୍ରୁଡ୍‌ ମୂଲ୍ୟ ଆଗାମୀ ଦିନରେ ୧୦୦ ଡଲାର ଛୁଇଁବା ଆଶଙ୍କା କରାଯାଉଛି। ସେହିଭଳି ଭୌଗୋଳିକ, ରାଜନୈତିକ କାରଣ ଯୋଗୁ ତୈଳ ମୂଲ୍ୟ ବୃଦ୍ଧି ହେବା ଯଥେଷ୍ଟ ଆଶଙ୍କା ରହୁଛି। ନିକଟରେ ଏହାର ଚାହିଦା ମଧ୍ୟ ଦ୍ରୁତ ଅଭିବୃଦ୍ଧି କରିଛି। ଏହା ବଜାୟ ରଖିବା ପାଇଁ ଯୋଗାଣ ସଂସ୍ଥାଗୁଡିକ ମଧ୍ୟ ସଂଘର୍ଷ କରୁଛନ୍ତି। କୋଭିଡ୍‌ଠାରୁ ନେଇ ମହାଦେଶୀୟ ସମସ୍ୟା ଓ ରୁଷିଆ ଏବଂ ୟୁକ୍ରେନ୍‌ର ରାଜନୈତିକ ସମସ୍ୟାର ପ୍ରଭାବ ତୈଳ ବଜାରରେ ପ୍ରତିଫଳିତ ହୋଇଛି ବୋଲି ଚେଭ୍ରନ୍‌ କର୍ପ କହିଛନ୍ତି। ବ୍ଲୁମ୍‌ବର୍ଗ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଇକ୍‌ ୱିର୍ଥ କହିଛନ୍ତି, ଭୌଗୋଳିକ ଓ ରାଜନୈତିକ ଘଟଣା ଯୋଗୁ ଅତୀତ ତୁଳନାରେ ବର୍ତ୍ତମାନ ଦ୍ରବ୍ୟ ବଜାର ଉପରେ ଏହା ଅଧିକ ପ୍ରଭାବ ପକାଉଛି ଏବଂ ଆସନ୍ତା କିଛି ମାସ ମଧ୍ୟରେ ଆମେ ଯାହା ଦେଖିପାରୁଛୁ । ତେଣୁ ଏହା ୧୦୦ ଡଲାରକୁ ଛୁଇଁବ। ସେହିପରି ଫେଡେରାଲ୍‌ ରିଜର୍ଭ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପ୍ରସ୍ତୁତ ହେବା ପରେ ବିଶ୍ୱର ଇକ୍ୱିଟି ବଜାରରେ ମଧ୍ୟ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ଅନେକଙ୍କୁ ବିପଦ ଆଡ଼କୁ ଟାଣିନେବ। ଏହାଦ୍ୱାରା ପୁଣି ଥରେ ପୂର୍ବ ମହାମାରୀସ୍ତରକୁ ଫେରି ଆସିବ। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ଓ ସଂଗଠନ ଏବଂ ଏହାର ସହଯୋଗୀମାନେ ଫେବୃୟାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ରେ ଶ୍ରମିକ ସଂଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୪-୧: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ଚଳିତ ମାସ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେତନ ଏବଂ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ...

ଭାରତରୁ ୟୁରୋପ ଚାଲିବ ଟ୍ରେନ: ଆମେରିକ ସାଉଦି ସହ ମିଳିତ ହୋଇ ନିର୍ମାଣ ହେବ ରେଲ ଶିପିଂ କରିଡର…

ନୂଆଦିଲ୍ଲୀ,୯।୯ : ‘ବେଲ୍ଟ ଆଣ୍ଡ ରୋଡ’ ପଦକ୍ଷେପ (ବିଆରଆଇ) ଅନ୍ତର୍ଗତ ଅନ୍ତର୍ଜାତୀୟ ବ୍ୟବସାୟରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ଚାଇନା ଅନେକ ଦେଶକୁ ନିଜ ଅଧୀନରେ...

ଜିଡିପି ଆକଳନ କମାଇଲା କେୟାର ରେଟିଂସ

ନୂଆଦିଲ୍ଲୀ, ୧୩।୯ : ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ପୂର୍ବାନୁମାନକୁ ରେଟିଂ ଏଜେନ୍ସି କେୟାର ଖସାଇ ଦେଇଛି। ୨୦୨୦-୨୧ରେ...

ଜିଡିପି ୭%ରୁ ଅଧିକ ରହିବ: କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ଚାଲୁଥିବାରୁ ଦେଶରେ ଆର୍ଥତ୍କ ଗତିବିଧି ଏବେ ଧିମା ପଡ଼ିଯାଇଛି। ଉଦ୍ୟୋଗ ଜଗତ ନୂଆ ସରକାରକୁ ଅପେକ୍ଷା କରିଥିବା ବେଳେ ଚଳିତ ଆର୍ଥିକ...

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ...

ଏ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା: ମିଡିଆରେ କରୁଥିଲେ କାମ…

ଚଳିତ ବର୍ଷ ହୁରୁନ ଇଣ୍ଡିଆ କୋଟକ ଓ୍ବେଲ୍ଥ ସହ ମିଶି ଭାରତର ସବୁଠାରୁ ଧନୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାର ସବୁଠୁ...

ଚାଇନାରୁ ଭାରତ ଆସିବ ଟପ୍‌ ଖେଳଣା କମ୍ପାନୀ

ନୂଆଦିଲ୍ଲୀ,୨୬-୭: ଆମେରିକା ସହିତ ଜାରି ଟ୍ରେଡ୍‌ ଓ୍ବାର୍‌ ଚାଇନା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। କମ୍ପାନୀଗୁଡ଼ିକ ଚାଇନାରୁ ନିଜର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା...

କୋଭିଡ୍‌ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ

ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍‌-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍‌ ପକ୍ଷରୁ ଏ...

Advertisement
Archives

Model This Week