କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ ସାଙ୍ଗକୁ ନାଚଗୀତର ଆୟୋଜନ ଦେଖିବାକୁ ମିଳିଛି। ବିଶେଷ କରି କାନଝରୀ, ଖଣ୍ଡାଧାର, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ, ହାଣ୍ଡିଭଙ୍ଗା, ମୁର୍ଗା, ହଦଗଡ ଆଦି ପର୍ଯ୍ୟଟନ କେନ୍ଦ୍ରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ସାନଘାଗରା, ଘଟଗାଁ ମା’ ତାରିଣୀ ପୀଠ ଛାଡିଦେଲେ ଅନ୍ୟ ପ୍ରାୟ ସବୁଠି ଭିଡ଼ ଦେଖିବାକୁ ମିଳିଛି। କାନଝରୀ ଜଳଭଣ୍ଡାରରେ ପର୍ଯ୍ୟଟକ ମାନେ ଗାଧୋଇବା ଓ ବୋଟିଂ ର ମଜା ଉଠାଇଛନ୍ତି। ଅନେକ ଜନଗହଳିପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା କିମ୍ବା ପୋଲିସ ମୁତୟନ କରାଯାଇ ନ ଥିଲେ ହେଁ ସେଭଳି କାୈଣସି ଅଘଟଣର ସୂଚନା ନାହିଁ ା କୋଭିଡ ପାଇଁ ଦୁଇ ବର୍ଷ ହେଲା ପର୍ଯ୍ୟଟନ କେନ୍ଦ୍ର ଗୁଡିକ ବନ୍ଦ ରହିଥିବା ବେଳେ ସେସବୁ ଖୋଲା ଯିବା ପରେ ପର୍ଯ୍ୟଟକଙ୍କ କ୍ରମାଗତ ଭିଡ଼ ଜମୁଥିଲା। ପୁଣି ବଡ଼ଦିନ ଠାରୁ ଅଧିକ ଭିଡ଼ ଆଶଙ୍କା କରି ସରକାର କଟକଣା ଲଗାଇଥିଲେ ହେଁ ଅନେକ ସ୍ଥାନରେ କୋଭିଡ ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ା
କାଗଜପତ୍ରରେ କଟକଣା ସୀମିତ ହୋଇଥିବା ବେଳେ ଅନେକ ସ୍ଥାନରେ କଟକଣା ସତ୍ତ୍ୱେ ଭୋଜିଭାତ, ସଭାସମିତି ଉତ୍ସବ ମଧ୍ୟ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତଙ୍କୁ ପିଟିଲେ ଉଠାଦୋକାନୀ, ଗୁରୁତର ଅବସ୍ତାରେ

ଘଟଗଁା.୨୭ା୧୧(ରାଜେନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗଁାସ୍ଥିତ ତାରିଣୀ ମନ୍ଦିରଠାରେ ଉଠାଦୋକାନୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଘଟଗାଁ...

କାର୍ତ୍ତିକ ପୂର୍ଣ୍ଣିମା: ବୈତରଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୨୭।୧୧(ବୀର କିଶୋର ଦାଶ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳନ କରାଯାଇଛି। ରବିବାର...

ଦୁଇ ବାଇକ୍‌ ମୁହାଁମୁହିଁ: ଜଣଙ୍କର ଜୀବନ ଗଲା, ଦୁଇ ଗୁରୁତର

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ପାଟଣା ରାସ୍ତାର କପାସପଡ଼ା ନିକଟରେ ଶନିବାର ସନ୍ଧ୍ୟାରେ...

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଯୁବକଙ୍କ ଖପୁରୀ ଦୁଇଫାଳ

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଝାଡ଼ବେଲଦା ନିକଟରେ ଶନିବାର ଏକ ବୋର୍‌ଓ୍ବେଲ ଟ୍ରକ୍‌ ପଛରେ ଜଣେ...

ମହୁମାଛି ଆକ୍ରମଣରେ ବାପ-ପୁଅ ଗୁରୁତର

ଘସିପୁରା,୨୫ା୧୧(ନିରଞ୍ଜନ ସାହୁ): ଚାଷଜମିକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri