Posted inଫୁରସତ

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। କାଉକୁ ଶନି ଓ ପୂର୍ବପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି। ତେଣୁ ପିତୃପକ୍ଷରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କାଉକୁ ବିଶେଷ ରୂପେ ଖାଦ୍ୟ ଦିଆଯିବାର ପରମ୍ପରା ରହିଛି। ତେବେ ଘରର ଆଖପାଖରେ କାଉ ଦେଖାଦେଲେ ମଧ୍ୟ ଧନ ଆଗମନର ସଙ୍କେତ ମିଳିଥାଏ ବୋଲି କୁହାଯାଇଥାଏ। ଏଥିସହ ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କାଉ ସୂଚନା ଦେଇଥାଏ।

ପାଣି ଭର୍ତ୍ତି ଥିବା ପାତ୍ର ପାଖରେ କାଉ:

ଯଦି ଆପଣଙ୍କ ଘରେ ରଖାଯାଇଥିବା ପାଣି ଭର୍ତ୍ତି ପାତ୍ର ନିକଟରେ କାଉ ବସିଯାଏ, ତେବେ ତାହା ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହେବାର ସୂଚନା ଦେଇଥାଏ। ଏଥିସହ ଆର୍ଥିକ ସ୍ଥିତି ମଜଭୂତ ହେବା ସହ ପରିବାରରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ରୁଟି ଖାଇବାକୁ ଆଗଭର :

ମୁହଁରେ ରୁଟି ଖଣ୍ଡ ଥିବା କିମ୍ବା କୌଣସି ଖାଦ୍ୟଦ୍ରବ୍ୟ ନେଇ ଯାଉଥିବା କାଉ ଯଦି ଆପଣଙ୍କ ଘରର ଛାତ ଉପରେ ବସିଯାଏ। ତେବେ ଏହା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ।

କାଉ କ୍ଷୀଣ ସ୍ବରରେ ରାବୁଥିଲେ:

କାଉ କ୍ଷୀଣ ସ୍ବରରେ ରାବୁଥିଲେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଯଦି ସେ କର୍କଶ ସ୍ବରରେ ରାବୁଥାଏ, ତେବେ ପରିବାର ସଦସ୍ୟଙ୍କ ଉପରେ କିଛି ସଙ୍କଟ ଆସିବାର ସେ ସଙ୍କେତ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri