ଗଣତାନ୍ତ୍ରିକ ଦେଶ ଉପରେ ସଙ୍କଟ, ସତର୍କତା ଜରୁରୀ: ମାକ୍ରୋନଙ୍କ ଚେତାବନୀ…

ଓ୍ବାଶିଂଟନ, ୨୫।୯ : ଆମେରିକା ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତାନ୍ତ୍ରିକ ଦେଶର ସଙ୍କଟ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଥିବା ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ରହିଛି। ମାକ୍ରୋନ କହିଛନ୍ତି ଯେ ବର୍ଷ ବର୍ଷ ଧରି ଅସ୍ଥିରତା ସୃଷ୍ଟି ପାଇଁ ଜାରି ରହିଥିବା ପ୍ରୟାସ ଯୋଗୁଁ ଏହି ପରିସ୍ଥିତି ଉପୁଜିଛି। ଆମେରିକାର ଟିଭି ଚ୍ୟାନେଲ ସିଏନଏନ କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମାକ୍ରୋନ ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଯେତେବେଳେ ତାଙ୍କୁ ଆମେରିକୀୟ ଗଣତନ୍ତ୍ର ବିଷୟରେ ପଚରାଗଲା, ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ ଯେ, ଏଠାକାର ପରିସ୍ଥିତି ମଧ୍ୟ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ମୁଁ କହିବାକୁ ପସନ୍ଦ କରେ ନାହିଁ ଯେ ମୁଁ ଆପଣ ମାନଙ୍କ ବିଷୟରେ ଚିନ୍ତା କରେ । କିନ୍ତୁ ମୋର ମତ ଯେ ଅଷ୍ଟାଦଶ ଶତାବ୍ଦୀ ପରେ ଆମେ ଯାହା ନିର୍ମାଣ କରିଥିଲୁ ତାହା ଆଜି ବିପଦରେ।

ପାଶ୍ଚାତ୍ୟ ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ବିଶ୍ୱ ସଜାଗ ରହିବା ଆବଶ୍ୟକ ବୋଲି ମାକ୍ରୋନ କହିଛନ୍ତି। ସେ କହିଛନ୍ତି ମୋ ମତରେ ଗଣତାନ୍ତ୍ରିକ ଦେଶଗୁଡିକ ଏକ ବଡ଼ ଅସୁବିଧାରେ ଅଛନ୍ତି। ମୁଁ ଏହି ଦେଶଗୁଡିକର ବ୍ୟବସ୍ଥାକୁ ଏକ ଉଦାରବାଦୀ ଗଣତନ୍ତ୍ର ବୋଲି କହୁଛି। କାରଣ ଗୋଟିଏ ପଟେ ସେମାନେ ଖୋଲା ସମାଜ, ଏଠାରେ ଅନେକ ଖୋଲା ମନୋଭାବ ଅଛି ଏବଂ ସେମାନେ ସମଯୋଗ କରୁଥିବା ଗଣତାନ୍ତ୍ରିକ ରାଷ୍ଟ୍ର। କିନ୍ତୁ ଏହା ପ୍ରତିପକ୍ଷମାନଙ୍କୁ ଏହି ବ୍ୟବସ୍ଥା ଉପରେ ଚାପ ପକାଇବାକୁ ସୁଯୋଗ ଦେଇଛି।

ମାକ୍ରୋନ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ଲୋକଙ୍କ ଇଚ୍ଛାକୁ ସମ୍ମାନ କରେ। ବିଭିନ୍ନ ସଂସ୍କୃତି ସେଠାରେ ସ୍ବାଗତଯୋଗ୍ୟ। ଏହି ବ୍ୟବସ୍ଥାରେ ସମସ୍ତ ବିଭାଗ ମଧ୍ୟରେ ସ୍ବଚ୍ଛତା ଏବଂ ସହଯୋଗର ଏକ ଭାବନା ବଜାୟ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ସନ୍ତୁଳନ ବଜାୟ ରଖିବା।

ବିଶ୍ଳେଷକଙ୍କ ଅନୁଯାୟୀ, ଗଣତାନ୍ତ୍ରିକ ସମାଜରେ ବଢୁଥିବା ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ ଧ୍ରୁବୀକରଣ ବିଷୟରେ ମାକ୍ରନ ସୂଚିତ କରୁଛନ୍ତି। ଆମେରିକାରେ ଏଭଳି ଧ୍ରୁବୀକରଣ ମଧ୍ୟ ନିକଟ ଅତୀତରେ ବୃଦ୍ଧି ପାଇଛି। ଅପରପକ୍ଷରେ, ୟୁରୋପର ଅନେକ ଦେଶରେ ଦକ୍ଷିଣପନ୍ଥୀ ଦଳଗୁଡିକ ବଡ଼ ସଫଳତା ପାଇଛନ୍ତି। ଗତ ସପ୍ତାହରେ, ଦକ୍ଷିଣପନ୍ଥୀ ଦଳ ସ୍ବିଡେନର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଥିଲା। ଚଳିତ ରବିବାର ମଧ୍ୟ ଇଟାଲୀରେ ମଧ୍ୟ ଏହା ଘଟିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?