ବାରିପଦାରେ ବଢୁଛି ଆପରାଧିକ ମାମଲା

ବାରିପଦା ଅଫିସ,୧୨ା୪- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। ଚୋରି,ଛିନତାଇ,ସାଇବର ଠକେଇ, ହତ୍ୟାକାଣ୍ଡ, ବଳାତ୍କାର ଆଦି ଘଟଣା ପ୍ରତିଦିନ ଘଟୁଛି। ଜନସଂଖା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳରେ ଦୁର୍ଘଟଣା ଜନିତ ଆଇନଶୃଙ୍ଖଳା ବିଗିଡ଼ିବା ପରିସ୍ଥିତି ସୃଷ୍ଟି ହେଉଛି। ମାତ୍ର ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅପରାଧ ନିୟନ୍ତ୍ରଣ ଓ ଅପରାଧିଙ୍କୁ ତତ୍‌କ୍ଷଣାତ ଧରିବାରେ ପୋଲିସ ବିଫଳ ହେଉଛି ା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ କର୍ମଚାରୀ ସାଙ୍ଗକୁ ପିିିସିଆର ଭ୍ୟାନ୍‌ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଏହି ସହର ଅପରାଧିଙ୍କ ପେଣ୍ଠସ୍ଥଳ ପାଲଟିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।
ବାରିପଦା ସହର ମଧ୍ୟରେ ଟାଉନ, ସଦର ଓ ଟ୍ରାଫିକ ଥାନା ରହିଛି। ୧୦କି.ମି. ପରିଧି ମଧ୍ୟରେ ବାରିପଦା ପୌରପାଳିକା ଅଧୀନରେ ରହିଛି ୨୮ଟି ୱାର୍ଡ଼। ୨୬ଟି ବ୍ଲକର ଜନସାଧାରଣ ଜିଲା ମୁଖ୍ୟାଳୟକୁ ଆସୁଥିବା ବେଳେ ପ୍ରତିଦିନ ଧାରଣା ବିକ୍ଷୋଭ ଓ ରାଲି ଅନୁଷ୍ଠିତ ହୋଇଥାଏ। ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ହାତରେ ଥିବା ଏକମାତ୍ର ପୁରୁଣା ପିସିଆର ଭ୍ୟାନ୍‌ ନିୟୋଜିତ ରହୁଥିବାରୁ ପାଟ୍ରୋଲିଂ ଓ ତତ୍‌କ୍ଷଣାତ ସେବା ସମ୍ପାଦନାରେ ବାଧା ସୃଷ୍ଟି ହେଉଛି। ୨୦୨୦-୨୧ବର୍ଷରେ ୧୨୮ଟି ଆଇନଶୃଙ୍ଖଳା ସ୍ଥିତି ପାଇଁ ପୋଲିସ ମୁତୟନ ରହିଥିବା ବେଳେ ୯୪୧ଟି ମାମଲା ରୁଜୁ ହୋଇଛି। ୨୦ଟି ଅବକାରୀ ମାମଲା, ୮ଟି ନିଶାଦ୍ରବ୍ୟ(ଏନଡ଼ିପିଏସ୍‌) ମାମଲା, ୩ଟି ଜୁଆଖେଳ ମାମଲା ଓ ୩୯ ୱାରେଣ୍ଟିିଙ୍କୁ ଧରିବାରେ ଟାଉନ ପୋଲିସ ସଫଳ ହୋଇଛି। ସେହିପରି ୨୦୨୧-୨୨ରେ ଅଦ୍ୟାବଧି ୩୫୬ଟି ମାମଲା ରୁଜୁ ହୋଇଥିବା ବେଳେ ଅପରାଧିଙ୍କୁ ଧରିବା ପାଇଁ ସୁବ୍ୟବସ୍ଥା କରାଯାଉନାହିଁ। ସହରରେ ଘଟୁଥିବା ସଡ଼କ ଦୁର୍ଘଟଣା ପାଇଁ ଅତ୍ୟାଧୁନିକ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ଥାନାରେ ଅଧିକାରୀ ନ ଥିବା ବେଳେ ଟାଉନ ଥାନାଧିକାରୀ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ଆବଶ୍ୟକ କର୍ମଚାରୀ ପଦବୀ ଫାଙ୍କା ପଡ଼ିଥିବାରୁ ସହରବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ମାନସ କୁମାର ସେଠୀ, ବଳରାମ ଜେନା, ରଘୁନାଥ ଦାସ ପ୍ରକାଶ କରିଛନ୍ତି। କେବଳ ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସୁଥିବା ବେଳେ ଅପରାଧିମାନେ ଖୁଲମଖୋଲା ଅପରାଧ ଘଟାଇ ଚାଲିଛନ୍ତି। ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟିିିଆ କଣ୍ଟ୍ରୋଲ୍‌ରୁମ୍‌ ସେବା ଓ ପିସିଆର ବାଇକ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ହେଁ ତାହା ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି ା ତ୍ୱରିତ ସେବା ଯୋଗାଇବା ପାଇଁ ୬ଟି ପିସିଆର୍‌ ବାଇକ୍‌ ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ୩ଟି କାର୍ଯ୍ୟ କରୁଥିବା ବେଳେ ତାହା ଟ୍ରାଫିକ୍‌ ସେବା ନିୟନ୍ତ୍ରଣରେ ଲାଗିଛି। ସହରର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ପାଟ୍ରୋଲିଂ ସେବା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଅଧିକ ପିସିଆର୍‌ ଭ୍ୟାନ ସେବା ପ୍ରଚଳନ କଲେ ଅପରାଧ ନିୟନ୍ତ୍ରଣ ସହଜ ହୋଇପାରନ୍ତା ବୋଲି ଚିନ୍ମୟ ମାଇତି, ପ୍ରବୀଣ ପଣ୍ଡା, ନରୋତ୍ତମ ନାଏକ ପ୍ରମୁଖ ଦାବି କରିଛନ୍ତି। ଏନେଇ ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦଙ୍କୁ ପଚାରିବାରୁ ଆବଶ୍ୟକ ପିସିଆର୍‌ ଭ୍ୟାନ୍‌ ଓ କର୍ମଚାରୀ ପାଇଁ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଟ୍ରାଫିକ୍‌ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଅପରାଧ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ ପାଇବେ ମୀନା ମହାନ୍ତି

ବାରିପଦା ଅଫିସ, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ସହର ବାଘଡାରୋଡର ମୀନା ମହାନ୍ତିଙ୍କୁ ମିଳିବ ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ-୨୦୧୯। ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ତାଙ୍କୁ ଏହି...

ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର

ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ...

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ୍‌: ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୨୭ା୧୨- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗର ରଗ୍‌ବୀ ଫୁଟବଲ୍‌ ପ୍ରତିଯୋଗିତା ଚଳିତ ମାସ ୨୨ ଓ...

ଫୁଟିଲା ପାରିଜାତ

ବୈଶିଙ୍ଗା,୧୧ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ରାଜୀବ କୁମାର ଜେନାଙ୍କ ବାଡ଼ିରେ ରବିବାର ସକାଳେ ଏକ ପାରିଜାତ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।...

ପିଇଓଙ୍କୁ ଅଟକ ରଖିଲେ ହିତାଧିକାରୀ

ବାରିପଦା ଅଫିସ,୫ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା...

ଚୋରା କାଠ ଜବତ, ୫ ଗିରଫ

ଠାକୁରମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବନ ବିଭାଗ ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଅଞ୍ଚଳକୁ ଯାଉଥିବା ଏକ ଚୋରା କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ଏକ ବାଇକ୍‌କୁ...

ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି...

ସ୍ବାମୀ ଜୀବିତ ଥାଇ ୧୦ ମହିଳା ପାଉଛନ୍ତି ବିଧବା ଭତ୍ତା

ରାସଗୋବିନ୍ଦପୁର,୧୩-୯ (ଡି.ଏନ୍‌.ଏ): ବିଭିନ୍ନ ସମୟରେ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତା ନେଇ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ...

Advertisement
Archives

Model This Week