Posted inଜାତୀୟ

ଗୁଜରାଟର ୪୦ ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଅହମଦାବାଦ,୧୨।୧୨ : ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାର ୪୦ ଜଣ ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା ରହିଛି। ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଏବଂ ଗୁଜରାଟ ଇଲେକ୍ସନ ଓ୍ବାଚ୍‌ ରିପୋର୍ଟରୁ କୁହାଯାଇଛି। ୪୦ ବିଧାୟକଙ୍କ ମଧ୍ୟରୁ ୨୯ ଜଣ (ମୋଟ ବିଧାୟକ ସଂଖ୍ୟାର ୧୬ ପ୍ରତିଶତ)ଙ୍କ ନାମରେ ହତ୍ୟା ଉଦ୍ୟମ, ବଳାତ୍କାର ଭଳି ଗୁରୁତର ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଭାଜପା ବିଧାୟକ ହୋଇଥିବାବେଳେ କଂଗ୍ରେସରୁ ୪, ଆମ୍‌ ଆଦ୍‌ମୀ ପାର୍ଟିରୁ ୨, ସମାଜବାଦୀ ପାର୍ଟିରୁ ଜଣେ ଏବଂ ଦୁଇଜଣ ସ୍ବାଧୀନ ବିଧାୟକ।

ସଦ୍ୟସମାପ୍ତ ଗୁଜରାଟ ବିଧାନସଭା ନର୍ବାଚନରେ ଭାଜପା ୧୫୬ ଆସନରେ ବିଜୟୀ ହୋଇ ସପ୍ତମ ଥର ଲାଗି ସରକାର ଗଢ଼ିବାକୁ ଯାଉଥିବାବେଳେ କଂଗ୍ରେସ ୧୭ ଏବଂ ଏଏପି ୫ ଆସନରେ ବିଜୟୀ ହୋଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ଭାଜପାର ୧୫୬ ବିଧାୟକଙ୍କ ମଧ୍ୟରୁ ୨୬ ଜଣ (୧୭%), କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୯ (୫୩%) ଏବଂ ଏଏପିର ୫ ବିଧାୟକଙ୍କ ମଧ୍ୟରୁ ୨ (୪୦%) ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଥିଲେ। ୨ ସ୍ବାଧୀନ ବିଧାୟକ ଏବଂ ଏକମାତ୍ର ଏସ୍‌ପି ବିଧାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ଆପରାଧିକ ମାମଲା କଥା ଉଲ୍ଲେଖ କରିଥିଲେ। ୨୦୧୭ ନିର୍ବାଚନରେ ଜିତିଥିବା ୪୭ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଥିବାବେଳେ ଏଥର ତାହା ହ୍ରାସ ପାଇଛି।

ଏଥର ହତ୍ୟା ଉଦ୍ୟମ ମାମଲା ୩ ଜଣ ବିଧାୟକ ଘୋଷଣା କରିଥିଲେ। ସେମାନେ ହେଲେ ବାଂଶଡ଼ା କଂଗ୍ରେସ ବିଧାୟକ ଅନନ୍ତ ପଟେଲ, ପାଟନ କଂଗ୍ରେସ ବିଧାୟକ କିରୀଟ ପଟେଲ ଏବଂ ଉନା ଭାଜପା ବିଧାୟକ କାଲୁଭାଇ ରାଠୋଡ୍‌। ସେହିପରି ଭାଜପା ବିଧାୟକ ଜେଠା ଭରଓ୍ବାଦଙ୍କ ବିରୋଧରେ ବଳାତ୍କାର ମାମଲା ରହିଥିବାବେଳେ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନି, ଭାଜପା ବିଧାୟକ ଜନକ ତାଲବ୍ୟ ଏବଂ ଏଏପି ବିଧାୟକ ଚାଇତର ବାସବଙ୍କ ବିରୋଧରେ ଆଇପିସିର ଧାରା ୩୫୪ ଲାଗିଛି। ଏଡିଆର୍‌ ଅଧ୍ୟୟନ ଅନୁଯାୟୀ ମୋଟ ବିଧାୟକର ୮୩ ପ୍ରତିଶତ (୧୫୧ ଜଣ) ବିଲିଅନେୟାର। ସେମାନଙ୍କ ମଧ୍ୟରେ ଭାଜପାର ୧୩୨ ବିଧାୟକ ଥିବାବେଳ କଂଗ୍ରେସର ୧୪, ସ୍ବାଧୀନରୁ ୩ , ଏଏପି ଏବଂ ଏସ୍‌ପିରୁ ଜଣେ ଲେଖାଏ ବିଧାୟକ ଅଛନ୍ତି। ଏମାନେ ନିଜର ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। ଜିତିଥିବା ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୬.୪୧ କୋଟି ଟଙ୍କା। ସେଥିରୁ ୧୫୬ ଭାଜପା ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୭.୧୫ କୋଟି ହୋଇଥିବାବେଳେ ୧୭ କଂଗ୍ରେସ ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୫.୫୧ କୋଟି ଟଙ୍କା ଏବଂ ୫ ଏଏପି ବିଜୟୀ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯୮.୭୦ ଲକ୍ଷ ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଏକମାତ୍ର ଏସ୍‌ପି ବିଧାୟକଙ୍କ ସମ୍ପତ୍ତି ପରିମାଣ ୨୦.୯୪ କୋଟି ଟଙ୍କା ହୋଇଥିବାବେଳେ ୩ ସ୍ବାଧୀନ ବିଧାୟକଙ୍କ ସମ୍ପତ୍ତି ୬୩.୯୪ କୋଟି ଟଙ୍କା।

ଭାଜପା ବିଧାୟକ ମୋହନଭାଇ କୋକଣିଙ୍କ ସମ୍ପତ୍ତି ସର୍ବନିମ୍ନ ୧୮,୫୬,୫୯୦ ଟଙ୍କା ହୋଇଥିବାବେଳେ ମନସାର ଭାଜପା ବିଧାୟକ ଜେ.ଏସ୍‌. ପଟେଲଙ୍କ ସମ୍ପତ୍ତି ପରିମାଣ ୬୬୧ କୋଟି ଓ ଋଣ ପରିମାଣ ୨୩୩ କୋଟି ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଭାଜପାର ବଳବନ୍ତ ସିଂ ରାଜପୁତ୍‌ଙ୍କ ଆୟ ପରିମାଣ ସର୍ବାଧିକ ୩୭୨ କୋଟି ଟଙ୍କା ଆଇଟିଆର୍‌ ଘୋଷଣାନାମାରୁ ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ମାନେକ ପବୁଭାଙ୍କ ଆୟ ୧୧୫ କୋଟି ହୋଇଥିବାବେଳେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିବାବା ଜାଡେଜାଙ୍କ ଆୟ ୯୭ କୋଟି ଟଙ୍କା ବୋଲି ସେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri