ସାବ୍‌ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ

ମୁମ୍ବାଇ,୧୮।୬: ଟେଲି ସିରିୟଲ୍‌ର ପପୁଲାର ଶୋ’କ୍ରାଇମ୍‌ ପେଟ୍ରୋଲ ଓ ସାବ୍‌ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ ୨୫ବର୍ଷୀୟ ଅଭିନେତ୍ରୀ ସୁରଭି ସୁରେନ୍ଦ୍ର ଶ୍ରୀବାସ୍ତବ ଓ ୧୯ ବର୍ଷୀୟ ମୋସିନା ମୁଖତାର ଶେଖଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା କାଳରେ ଲକ୍‌ଡାଉନ ଯୋଗୁ ସିରିୟଲ୍‌ ଶୁଟିଂ ବନ୍ଦ ରହିଥିଲା। ଫଳରେ ଦୁଇ ଅଭିନେତ୍ରୀଙ୍କ ନିକଟରେ ଟଙ୍କାର ଅଭାବ ଦେଖାଦେଇଥିଲା। ତାଙ୍କର ଜଣେ ସାଙ୍ଗ ଆରେ କଲୋନୀର ରୟାଲ ପାମ୍‌ ଅଞ୍ଚଳ ସ୍ଥିତ ଏକ ବିଲ୍ଡିଂରେ ପେଇଙ୍ଗ୍‌ ଗେଷ୍ଟ ଚଳାଉଥିଲେ। ମେ’ ୧୮ରେ ଏହି ଦୁଇ ଅଭିନେତ୍ରୀ ପେଇଙ୍ଗ୍‌ ଗେଷ୍ଟ ଭାବେ ସେଠାରେ ରହିବାକୁ ଯାଇଥିଲେ। ସେମାନେ ଯେଉଁ ଘରେ ରହୁଥିଲେ ପୁର୍ବରୁ ଆଉ ଜଣେ ଯୁବତୀ ମଧ୍ୟ ସେଠାରେ ରହୁଥିଲେ। ଉକ୍ତ ଯୁବତୀଙ୍କ ଲକ୍‌ରରେ ଥିବା ୩ଲକ୍ଷ ୨୮ହଜାର ଟଙ୍କା ନେଇ ସୋମନେ ଫେରାର ହୋଇଯାଇଥିଲେ। ଯୁବତୀ ଜଣଙ୍କ ସନ୍ଦେହରେ ଅଭିନେତ୍ରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ତଦନ୍ତ ସମୟରେ ସିସିଟିଭିକୁ ଯାଞ୍ଚରୁ ସୁରଭି ଓ ମୋସିନା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ସେମାନଙ୍କ ନିକଟରୁ ୫୦ହଜାର ଚୋରି ଟଙ୍କା ଜବତ କରିବା ସହ ଗରିଫ କରିଥିଲା। ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜୁନ ୨୩ ପର୍ଯ୍ୟନ୍ତ କୋର୍ଟ ସେମାନଙ୍କୁ ପୋଲିସ ହେପାଜତକୁ ପଠାଇଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ...

ୟୁନେସ୍କୋ ତାଲିକାରେ ମେଘାଳୟର ମୋମଲୁହ ଗୁମ୍ଫା…

ଶିଲଂ,୧।୧୦ : ମେଘାଳୟର ସୋହରାରେ ଥିବା ପୃଥିବୀର ଦୀର୍ଘତମ ମୋମଲୁହ ଗୁମ୍ଫାକୁ ୟୁନେସ୍କୋ ପକ୍ଷରୁ ଚୟନ କରାଯାଇଛି। ଏସମ୍ପର୍କରେ ଶନିବାର ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା...

କେବଳ ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୬।୯: ବିବାହ ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ। ଏକ ଆବେଦନର ଶୁଣାଣି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି...

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ।...

ମତଦାନ ପୂର୍ବରୁ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା: ୮ ଗିରଫ

କୋଲକତା,୧।୪: ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। କିନ୍ତୁ ମତଦାନ ପୂର୍ବରୁ କେଶପୁରରେ ତୃଣମୂଳ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ସେ...

ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍‌ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍‌ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କୁ ମଧ୍ୟ ଦର୍ଶକେ...

୪ ବର୍ଷରେ ଭାରତର ନାଗରିକତ୍ୱ ହରାଇଛନ୍ତି ୬ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ,୧୦।୨: ଗତ ୪ ବର୍ଷ ମଧ୍ୟରେ ୬ ଲକ୍ଷ ୭୬ ହଜାର ୭୪ ଜଣ ଭାରତୀୟ ନାଗରିକତ୍ୱ ହରାଇଛନ୍ତି। ସେମାନେ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ...

ଅଭିନେତାଙ୍କ ଘରେ ପଶିଲେ ଅଜଣା ବ୍ୟକ୍ତି: ବାଥ୍‌ରୁମ୍‌ରେ ଗାଧୋଇବା ସହ କଲେ ଏମିତି କାମ

ହଲିଉଡ୍‌ ଫିଲ୍ମ ‘ପାଇରେଟ୍‌ସ ଅଫ୍‌ ଦି କାରିବିଆନ୍‌’ରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଅଭିନେତା ଜନି ଡେପ୍‌। ଏବେ ଜନିଙ୍କୁ...

Advertisement
Archives

Model This Week