Odisha Elections 2024
Posted inଖେଳ

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି ବିଶ୍ୱକପ୍‌ ଜିତିବା ଲାଗି ଟିମ୍‌ ଇଣ୍ଡିଆ ବଡ଼ ଦାବିଦାର ବୋଲି କୁହାଯାଉଛି, ଦଳ ମଧ୍ୟ ଏଥିଲାଗି ମଜଭୂତ ଟିମ୍‌ ଚୟନ କରିଛି।

ତେବେ ଟୁର୍ନାମେଣ୍ଟ ପୂର୍ବରୁ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ ପ୍ରଶ୍ନରେ ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କମେଣ୍ଟେଟର୍‌ ରବି ଶାସ୍ତ୍ରୀ କହିଛନ୍ତି, ବିରାଟ ଏବଂ ବୁମ୍‌ରା ନୁହନ୍ତି, ଯଶସ୍ବୀ ଜୟସଓ୍ବାଲ ଏବଂ ଶିବମ ଦୁବେ ଦଳ ପାଇଁ ବଡ଼ ଗୁରୁତ୍ୱ ବହନ କରନ୍ତି। ଉଭୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ । ନିର୍ଡର ହୋଇ କ୍ରିକେଟ ଖେଳନ୍ତି। ଇଂଲଣ୍ଡ ବିପକ୍ଷରେ ଜୟସଓ୍ବାଲ ଭଲ ଖେଳିଛନ୍ତି। ଆଇପିଏଲ୍‌ ମଧ୍ୟ ସେଭଳି ପ୍ରଦର୍ଶନ ଜାରି ରହିଛି। ମିଡିଲ ଓଭରରେ ଶିବମ ଦୁବେ ବିସ୍ଫୋରକ ଖେଳିପାରନ୍ତି। ଚେନ୍ନାଇ ପାଇଁ ଆଇପିଏଲ୍‌ରେ ୧୭୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ତାଙ୍କର ରହିଛି। ଏଣୁ ସ୍ପିନରଙ୍କୁ ଖେଳିବା ଦଳ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେବ। କେବଳ ଏଥିଲାଗି ତାଙ୍କୁ ରିଙ୍କୁ ସିଂଙ୍କ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ… 

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ...

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି...

ସଚିନ ତେନ୍ଦୁଲକର, ନରେନ୍ଦ୍ର ମୋଦି, ଧୋନି… ଟିମ ଇଣ୍ଡିଆ ହେଡ କୋଚ ପାଇଁ ଏମିତି ସବୁ ଆବେଦନ, ଚମକି ପଡିଲା ବିସିସିଆଇ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ବିସିସିଆଇ ୩୦୦୦ରୁ ଅଧିକ ଆବେଦନ ଗ୍ରହଣ କରିଛି। ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର,...

୨ ମାସ ପର୍ଯ୍ୟନ୍ତ ବ୍ରଶ କରି ନ ଥିଲେ, ସବୁଠାରୁ ଖରାପ ସମୟକୁ ମନେପକାଇ ଭାବୁକ ହେଲେ ପନ୍ତ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର ତାରକା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ...

ଏହି ୫ ଖେଳାଳି ଭାରତକୁ ଜିତାଇପାରନ୍ତି ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ ବହୁତ ନିକଟତର। ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପୁଣିଥରେ...

ଭାରତୀୟ ଟିମ୍‌ର କୋଚ ପାଇଁ ଆବେଦନ ସମୟ ସୀମା ଶେଷ

ନୂଆଦିଲ୍ଲୀ,୨୮।୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ବର୍ତ୍ତମାନର ଦଳର ମୁଖ୍ୟ...

ହରମନ୍‌ପ୍ରୀତଙ୍କ ହ୍ୟାଟ୍ରିକ୍‌ରେ ଭାରତ ବିଜୟୀ

ଆଣ୍ଟ୍ବେର୍ପ,୨୮ା୫(ପି.ଟି): ଅଧିନାୟକ ହରମନ୍‌ପ୍ରୀତ ସିଂଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ବଳରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଆର୍ଜେଣ୍ଟିନାକୁ ୫-୪ରେ ପରାସ୍ତ କରିଛି ଭାରତ। ହରମନ୍‌ପ୍ରୀତ୍‌ (୨୯, ୫୦...

ଅଷ୍ଟ୍ରେଲିଆ ଦଳରେ ଖେଳାଳି ଅଭାବ

ମେଲବୋର୍ନ, ୨୮ା୫ (ପି.ଟି.): ଆସନ୍ତା ମାସରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆର ଓ୍ବାର୍ମଅପ୍‌ ମ୍ୟାଚ ବେଳେ ଦଳରେ ଖେଳାଳି ଅଭାବ ପରିଲକ୍ଷିତ ହେବ। ତେଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri