ନକଲି କାଗଜପତ୍ରରେ କ୍ରେଡିଟ୍‌ କାର୍ଡ: ୬ ଗିରଫ

ଭୁବନେଶ୍ୱର,୨୪ା୧୨(ସୂର୍ଯ୍ୟକାନ୍ତ ବେହେରା)ନକଲି କାଗଜପତ୍ର ପ୍ରସ୍ତୁତ କରି ଲୋକଙ୍କ ଅଜାଣତରେ ତାଙ୍କ ନାଁରେ କ୍ରେଡିଟ୍‌ କାର୍ଡ ଇସ୍ୟୁ କରୁଥିଲେ। ପରେ ବିଭିନ୍ନ ହସ୍ପିଟାଲ, ଓମଫେଡ ବୁଥ୍‌ ଭଳି ବିଭିନ୍ନ ସ୍ଥାନରେ ସ୍ବାଇପ୍‌ କରି ନଗଦ ଟଙ୍କା ନେଉଥିଲେ। ଏଭଳି ଢଙ୍ଗରେ କୋଟିକୋଟି ଟଙ୍କା ଠକୁଥିବା ଏକ ରାକେଟର ୬ଜଣଙ୍କୁ ଭୁବନେଶ୍ୱର ସାଇବର ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୁରୀ ପିପିଲି ଅଞ୍ଚଳର ମାଷ୍ଟରମାଇଣ୍ଡ ବିଜୁ ତ୍ରିପାଠୀ ଓ ତାଙ୍କ ସହଯୋଗୀ ପ୍ରସନ୍ନଜିତ ଦାସ, ମୁକେଶ ମନ୍ତ୍ରୀ, ହସ୍ପିଟାଲ ବିଲିଂ ଏଜେଣ୍ଟ ଅବ୍‌ଦୁଲ ରହେମାନ, ରାଜେଶ ଦାସ ଏବଂ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ପ୍ରଦୀପ କୁମାର ସାମନ୍ତରାୟ। ସେମାନଙ୍କଠାରୁ ୩ଟି ବସ୍ତାରେ ଥିବା ନଗଦ ୭ଲକ୍ଷ ୭ ହଜାର ୮୦୦ ଟଙ୍କା, ୪୫୦ ଡେବିଟ ଓ କ୍ରେଡିଟ କାର୍ଡ, ୫୦ ଚେକ୍‌ ବୁକ୍‌, ୭୮ ପାସ୍‌ବୁକ, ୬ ମୋବାଇଲ, ୬ ସ୍ବାଇପ ମେଶିନ୍‌ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏଥିସହ ଏହି ଗ୍ୟାଙ୍ଗ୍‌ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଡିସିପି ସିଂ କହିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ ୧୩୧/୨୩) ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ ଅଭିଯୋଗକାରୀ ରାକେଶ ପାତ୍ରପଡ଼ାରେ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ୩୦ ହଜାର ଟଙ୍କା ଜମା କରିଛନ୍ତି। ତେବେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଋଣ ପାଇଁ ଆବେଦନକରିବା ସମୟରେ ସିଭିଲ ଖରାପ ଥିବାରୁ ଋଣ ମଞ୍ଜୁର ହୋଇପାରି ନ ଥିଲା। ପରେ ଖୋଳତାଡ଼ ପରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ଥିବା ଜାଣିବାକୁ ପାଇବା ସହ ତାଙ୍କ କାର୍ଡରେ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇ ତାଙ୍କ ନାମକୁ ବ୍ୟବହାର କରି ଠକମାନେ ଠକେଇ କରିଥିବା ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ବିଜୁଙ୍କ ଘରେ ଚଢାଉ କରି ଗିରଫ କରିଥିଲା। ପରେ ତାଙ୍କ ତଥ୍ୟ ଆଧାରରେ ପୋଲିସ ତାଙ୍କ ସହଯୋଗୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତମାନେ ହସ୍ପିଟାଲ ବିଲିଂ ଏଜେଣ୍ଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିଲେ। ହସ୍ପିଟାଲଗୁଡିକ ରୋଗୀ ବିଲିଂ କରିବା ସମୟରେ ବିଲିଂ ଏଜେଣ୍ଟ ଅଭିଯୁକ୍ତଙ୍କ ନିକଟରେ ଥିବା କ୍ରେଡିଟ କାର୍ଡ ମାଧ୍ୟମରେ ସ୍ବାଇପ କରି ଟଙ୍କା ନେଉଥିଲେ। ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଉଥିଲା ବୋଲି ସାଇବର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri