ଯୋକଡ଼ିଆ କେନାଲ ପୁନରୁଦ୍ଧାର ଦାବି ତେଜିଲା

ଯାଜପୁର,୨୪ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ବ୍ଲକର ନାଥସାହି, ଭୁବନେଶ୍ୱରପୁର, ଖଇରାବାଦ, ଚଇନପୁର, ବେରୁଦା, ମାଳଆନନ୍ଦପୁର ପ୍ରଭୃତି ୧୦ ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମ ବନ୍ୟା ଓ ମରୁଡି ଦ୍ୱାରା ପ୍ରଭାବିତ। ଏଥିଯୋଗୁ କୃଷକ ପରିବାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଫସଲକୁ ସୁରକ୍ଷା ଦେବା କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି ବୋଲି ଆଞ୍ଚଳିକ ନାଗରିକ ସୁରକ୍ଷା ପରିଷଦ ଅଭିଯୋଗ କରିଛି। ଏହିକ୍ରମରେ ପରିଷଦ ପକ୍ଷରୁ ରୁଢିଆ-ଯୋକଡ଼ିଆ କେନାଲର ପୁନରୁଦ୍ଧାର, ଯମୁନା ନଦୀର ପୂର୍ବ ପଟେ ସୁଦୃଢ଼ ନଦୀବନ୍ଧ ନିର୍ମାଣ, ବୈଦିନାଳର ପୁନଃ ଖନନ ଇତ୍ୟାଦି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ନଭେମ୍ବର ୨୪ରେ ଶତାଧିକ ନାଗରିକଙ୍କ ସ୍ବାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ଭାଗୀରଥି ପାଢ଼ୀ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ଏକ ତଥ୍ୟମୂଳକ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ପତ୍ର ଲେଖିଛନ୍ତି। ଏହାପରେ ପ୍ରଭାବିତ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବା ସମ୍ଭାବନା ସୃଷ୍ଟି କରିଛି।
ପରିଷଦ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ନିର୍ବାଚିତ ପ୍ରତିନିଧି ବଦଳୁଛନ୍ତି। କିନ୍ତୁ ବଦଳି ନାହିଁ ଅଞ୍ଚଳର କୃଷି ଓ କୃଷିକ୍ଷେତ୍ରର ସୁରକ୍ଷା ସମ୍ବନ୍ଧିତ ସମସ୍ୟା। ଜନପ୍ରତିନିଧିଙ୍କ ଆନ୍ତରିକ ବିହୀନ ପ୍ରତିଶ୍ରୁତି ଅଞ୍ଚଳବାସୀଙ୍କ ପ୍ରତି ଅଟ୍ଟହାସ୍ୟ ଭଳି ମନେହୁଏ ବୋଲି ପରିଷଦର ସଭାପତି ଲଳିତ ମୋହନ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ମହାନ୍ତି, ବୃନ୍ଦାବନ ଦାଶ, ସାଧାରଣ ସମ୍ପାଦକ ରାମଚନ୍ଦ୍ର ବିହାରୀ, ସହ ସମ୍ପାଦକ ବିଜୟ କୁମାର ଘଡାଇଙ୍କ ସମେତ ଗୋପାଳ କୃଷ୍ଣ ସାହୁ, ମହେନ୍ଦ୍ର ସ୍ବାଇଁ, ଧନେଶ୍ୱର ସାମଲ, ଘନଶ୍ୟାମ ମହାପାତ୍ର ପ୍ରମୁଖ ଶତାଧିକ ନାଗରିକ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ଖରସ୍ରୋତା ନଦୀର ପୂର୍ବ ଦିଗରେ ପନିପରିବା ଚାଷରେ ପ୍ରାଚୁର୍ଯ୍ୟ ରହିଥିବାବେଳେ ପଶ୍ଚିମରେ ଶୁଖା ପଡିଛି। ଖରସ୍ରୋତା ନଦୀର ଯୋକଡ଼ିଆ ବ୍ୟାରେଜରୁ ଉପତ୍ତ୍ତି ହୋଇଥିବା ପ୍ରାୟ ଦେଢ଼ଶହ ବର୍ଷ ପୁରୁଣା ହାଇଲେଭଲ କେନାଲ ପୋତି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜିଲାର କୋରେଇ ଏବଂ ଯାଜପୁର ନିର୍ବାଚନମଣ୍ଡଳୀର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ କେନାଲ ଥାଇ ବି ଚାଷ ପାଇଁ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ। ନଅଙ୍କ ଦୁର୍ଭିକ୍ଷ ପରେ ମହାନଦୀଠାରୁ ଧାନମଣ୍ଡଳ, ଜେନାପୁର ଓ ଖରସ୍ରୋତା ନଦୀର ଯୋକଡ଼ିଆଠାରୁ ଟିକର ଓ ରୁଢିଆ ଦେଇ ହାଇଲେଭଲ କେନାଲ ବ୍ରିଟିଶ ଅମଳରେ ନିର୍ମାଣ କରାଯାଇଥିଲା। ଏଥିପାଇଁ ଯୋକଡ଼ିଆଠାରେ ଏକ ବ୍ୟାରେଜ ନିର୍ମାଣ ହୋଇଥିଲା। ଏଯାଏ ତାହା ଦେଖିବାକୁ ମିଳିଛି। ଏହାଦ୍ୱାରା ଚାଷୀମାନେ କିପରି ଜଳସେଚନର ସୁବିଧା ପାଇପାରିବେ ସେ ନେଇ ଇଂରେଜ ଅମଳରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ଏହାସହ ବ୍ରିଟିଶ ଅମଳରେ ଜଳପଥରେ ବେପାର ବଣିଜ ପାଇଁ ଏହି ଯୋକଡ଼ିଆ ହାଇଲେଭଲ କେନାଲକୁ ବ୍ୟବହାର କରାଯାଉଥିଲା। ତେଣୁ ଏହି ପୁରାତନ କେନାଲର ପୁନରୁଦ୍ଧାର ପାଇଁ ଯୋକଡ଼ିଆଠାରେ ଏକ ନୂତନ ବ୍ୟାରେଜ ନିର୍ମାଣ କରିବାକୁ ପରିଷଦ ଦାବି କରିଛି। ଏହାବାଦ ଯମୁନା ନଦୀର ପୂର୍ବ ଦିଗ କୂଳେକୂଳେ ବାସୁଦେବ ପୀଠଠାରୁ ଭାୟା କଳସଡ଼ିହ ଓ ବାହାବଳପୁର ଶନିମଠ ଦେଇ ୨୦ ନମ୍ବର ଜାତୀୟ ରାଜପଥ ସହ ସୁଉଚ୍ଚ ତଥା ସୁଦୃଢ ବନ୍ଧ ନିର୍ମାଣ, ବହୁ ବର୍ଷ ହେଲା ପୋତି ହୋଇଥିବା ବୈଦିନାଳକୁ ପୁନଃଖନନ କରି ଉଦ୍ଧାର କରାଗଲେ ଭୁବନେଶ୍ୱରପୁର, ଭୂଇଁପୁର, ଗୋଳେଇପୁର, ତଣ୍ଡରା ପଞ୍ଚାୟତର ସମସ୍ତ କୃଷିକ୍ଷେତ୍ର ସୁରକ୍ଷିତ ରହି ପାରିବ ବୋଲି ଦାବି କରାଯାଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାରୁ ଆଗାମୀ ଦିନରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ପରିଷଦ ପକ୍ଷରୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri