ନିର୍ମାଣ ନ ସରୁଣୁ କାନ୍ଥରେ ଫାଟ

ଏରସମା,୨୬ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତସ୍ଥିତ ସିହା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ଯ୍ୟ ଶେଷ ନ ହେଉଣୁ କାନ୍ଥରେ ଫାଟି ସୃଷ୍ଟି ହୋଇଛି ବୋଲି ସେମାନେ କହିଛନ୍ତି। ଫଳରେ ବିଦ୍ୟାଳୟ ଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଦ୍ୟାଳୟ ପାଇଁ ୩ ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଉଛି । ଏନେଇ ସୂଚନା ଫଳକ ଅନୁସାରେ ୮କୋଟି ୭୭ ଲକ୍ଷ ବ୍ୟୟ ବରାଦ କରାଯାଇଛି । ୨୦୨୪ ଜାନୁୟାରୀ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଫଳକରେ ଦର୍ଶାଯାଇଛି। ୨ ମହଲା ଗୃହ ନିର୍ମାଣପରେ ଏବେ ତୃତୀୟ ମହଲା ପାଇଁ କାର୍ଯ୍ୟ ଚାଲିଛି। ତେବେ ଏହି ଅଟ୍ଟାଳିକାର ବାହାର ପଟ ପ୍ଲାଷ୍ଟର କରାଯାଇ ନ ଥିବାବେଳେ ଭିତର ପାର୍ଶ୍ୱ ପ୍ଲାଷ୍ଟର କରାଯିବା ସହ ରଙ୍ଗ କରାଯାଇଛି। ଏଠାରେ ୬ଷ୍ଠ ଓ ୭ମ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଯାଉଛି ା ମାତ୍ର ବିଦ୍ୟାଳୟର ଭିତରପଟ ପ୍ଲାଷ୍ଟର ଓ ରଙ୍ଗ ହୋଇଥିବା ପୋର୍ଟିକୋ ସଂଲଗ୍ନ ଗୃହ କାନ୍ଥରେ ଫାଟ ସୃଷ୍ଟି ହୋଇଛି ା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଗ୍ରାମ୍ୟ କମିଟି ସଭାପତି ଆଶିଷ କୁମାର ସ୍ବାଇଁ, ସିହା ଗ୍ରାମ ସ୍ବାମୀ ବିବେକାନନ୍ଦ ସ୍ମାରକ ଯୁବ ସଙ୍ଗଠନର ସଭାପତି ଅଞ୍ଜନ କୁମାର ସ୍ବାଇଁ, ଏରସମା ସଚେତନ ନାଗରିକ ମଞ୍ଚ ସଭାପତି ପ୍ରବୀର ପଣ୍ଡା, ଗ୍ରାମବାସୀ ଯୁଗଳ କିଶୋର ସ୍ବାଇଁ, ପ୍ରତାପ କେଶରୀ ସ୍ବାଇଁ, ଶକ୍ତି ପ୍ରସନ୍ନ ସାମନ୍ତରାୟ ଏବଂ ୱାର୍ଡ ସଭ୍ୟ ସୁଶାନ୍ତ କୁମାର ସ୍ବାଇଁ ପ୍ରମୁ୍‌ଖ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁ କହିଛନ୍ତି, ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷୁକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ ମହିଳାଙ୍କ…

ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କଲେ ଦେବଗୁରୁ ବୃହସ୍ପତି: ଏହି ୪ ରାଶିଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ, ହେବେ ମାଲାମାଲ

ଗୁରୁ ଗ୍ରହ ବୁଧଙ୍କ ନକ୍ଷତ୍ରରେ ରହିବା ଯୋଗୁ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟୋତିଷ ଅନୁସାରେ ଗୁରୁ ଗ୍ରହଙ୍କୁ ଜ୍ଞାନ ଏବଂ…

ଓଲା, ଉବର-ରାପିଡୋ ଭଳି ଆପ୍‌ ଆଧାରିତ ଯାତ୍ରୀ ସେବା ପାଇଁ ନୂଆ ନିୟମ: ସେପ୍ଟେମ୍ବର ୧ରୁ ହେବ ଲାଗୁ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୯।୮: ଓଲା-ଉବର, ରାପିଡୋ ସମେତ ଆପ୍‌ ଆଧାରିତ ଯାତ୍ରୀ ସେବା ଦେଉଥିବା ଗାଡ଼ିଗୁଡ଼ିକ ଉପରେ ଏବେ ପରିବହନ ବିଭାଗର ନିୟମ କଡ଼ା ହେବାକୁ ଯାଉଛି। ଆପ୍‌…

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ: ସମଗ୍ର ଜିଲାରେ ଶୋକର ଛାୟା

ଭବାନୀପାଟଣା, ୧୯।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି।…

ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ…

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…

ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତେ ଅପରାଧିକ ମାମଲା

ଭୁବନେଶ୍ୱର, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

କିରାଣୀଙ୍କ ପରଲୋକ: ବ୍ଲକଗ୍ରାଣ୍ଡ ସୁବିଧା ପାଇଁ ୨୦ ବର୍ଷ ଦୌଡ଼ି ଦୌଡ଼ି ଶେଷରେ…

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀ ସ୍ବରାଜ୍ୟ କୁମାର ରାଉଳ (୫୫) ବୁଧବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ସେ ବିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri