ନଦୀପଠାରେ ବାଣ ବଜାର, ସୁରକ୍ଷା ବ୍ୟବସ୍ଥା ଶୂନ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପଠାରେ ଖୋଲିଛି ବାଣ ବଜାର। ସ୍ଥାନୀୟ ଅଗ୍ନିଶମ ବିଭାଗ ନଦୀକୂଳରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦେଇଛି। ତେବେ ନଦୀପଠାରେ ବାଣ ବଜାର ଖୋଲିବାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଣ ବଜାରର ବିସ୍ଫୋରକ ସାମଗ୍ରୀ ଜଳ ପ୍ରଦୂଷଣ ଉପରେ ଯଥେଷ୍ଟ କୁପ୍ରଭାବ ପକାଇବ ବୋଲି ପରିବେଶବିତ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ପରିବେଶବିତ୍‌ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅନ୍ୟପକ୍ଷେ ବାଣ ବଜାର ଖୋଲିବାରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଅନ୍ୟସବୁ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବାଣ ବଜାରରେ ୬୫ଟି ଷ୍ଟଲ ଖୋଲା ଯାଇଛି। ପ୍ରତ୍ୟେକ ଷ୍ଟଲ ମଧ୍ୟରେ ଦୂରତା ଅତି କମରେ ୩ ମିଟର ରହିବା କଥା, ଷ୍ଟଲଗୁଡିକ ମୁହାଁମୁହିଁ ନ ରଖିବାକୁ ଗାଇଡ୍‌ଲାଇନରେ ଉଲ୍ଳେଖ ରହିଛି।

ହେଲେ ବାଣ ବଜାରରେ ଗାଇଡ୍‌ଲାଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ଥିବାବେଳେ ଜାଣିଶୁଣି ସ୍ଥାନୀୟ ଅଗ୍ନିଶମ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। କେବଳ ସେତିକି ନୁହେଁ, ବାଣ ବଜାରରେ ଅଗ୍ନିଶମ ସୁରକ୍ଷା ଯୋଗାଇଦେବାର ପ୍ରମୁଖ ପ୍ରାବଧାନ ରହିଛି। କିନ୍ତୁ ଗତ ୨୯ତାରିଖରୁ ଜୀରାନଦୀ ପଠାରେ ବାଣ ବଜାର ଖୋଲିଥିଲେ ସୁଦ୍ଧା ଏଠାରେ କିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇ ନ ଥିବା ପରିଲକ୍ଷିତ ହୋଇଛି।

ଅଗ୍ନିଶମ ବିଭାଗର ଗାଡି କିମ୍ବା ଅଗ୍ନି ର୍ନିବାପକ ଯନ୍ତ୍ରର ବ୍ୟବସ୍ଥା ଦୂରର କଥା, ବାଣ ବଜାରରେ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟ ଦେଖା ନାହିଁ। ୩ ଦିନ ହେଲା ଏଠାରେ ବାଣ ବଜାର ଖୋଲି ଥିବାବେଳେ ସେଭଳି ଅବସ୍ଥା ଲାଗି ରହିଥିବା କିଛି ଦୋକାନୀ କହିଛନ୍ତି।

ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ମଧ୍ୟ ବାଣ ବଜାରରେ ସେଭଳି ସ୍ଥିତି ଦେଖିବାକୁ ମିଳିଛି। ସେହି ସମୟରେ ବାଣ ବଜାରରେ କେହି ଅଗ୍ନିଶମ କର୍ମଚାରୀ କିମ୍ବା ଅଗ୍ନିଶମ ବିଭାଗର କୌଣସି ଗାଡି ଦେଖିବାକୁ ମିଳି ନ ଥିଲା। କେବଳ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ଜଣେ ଦୁଇଜଣ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ।

ତେବେ ଅପରାହ୍ନ ପ୍ରାୟ ୪ଟାରେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା ଏବଂ ସେ ବାଣ ବଜାର ଭିତରକୁ ପଶୁଥିବା ଲୋକଙ୍କୁ ସେମାନଙ୍କ ବାଇକ କେଉଁଠି ରଖିବେ, ତାହା ସେ ଇଙ୍ଗିତ କରୁଥିଲେ। ତେବେ ବାଣ ଦୋକାନୀଙ୍କୁ ପଚାରିବାରୁ ବାଣ ବଜାରରେ ନିୟୋଜିତ ସିକ୍ୟୁରିଟି କର୍ମଚାରୀ ସେମାନଙ୍କ ଖର୍ଚ୍ଚରେ ରଖିଛନ୍ତି । ସୁରକ୍ଷା ପାଇଁ ଗତ ୨ଦିନ ହେଲା, ଅଗ୍ନିଶମ କର୍ମଚାରୀ କିମ୍ବା ଅଗ୍ନିଶମ ବିଭାଗର ଗାଡି ବାଣ ବଜାରକୁ ଆସି ନ ଥିବା ସେମାନେ କହିଥିଲେ।

ଅନ୍ୟପକ୍ଷେ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ଥିବା ସୂଚନା ମିଳିଛି। ଏହା ସହିତ ବାଣ ଦୋକାନୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବାଣ ଦୋକାନ ଲାଇସେନ୍ସ ସମୟରେ ସେମାନଙ୍କଠାରୁ ୫ହଜାର ଟଙ୍କା ଲେଖାଏଁ ବିଭାଗୀୟ ଅଧିକାରୀ ନେଇଛନ୍ତି। କିନ୍ତୁ ମାଗିବା ସତ୍ତ୍ୱେ ସେମାନଙ୍କୁ ସେହି ଦେୟରାଶି ବାବଦକୁ ସମ୍ପୃକ୍ତ ଅଧିକାରୀ ରସିଦ ଦେଇ ନ ଥିବା ବାଣ ଦୋକାନୀମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ମତାମତ ନେବାକୁ ବରଗଡ଼ ଅଗ୍ନିଶମ ଅଧିକାରୀ ସୁଦୀପ୍ତ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?