Posted inଜାତୀୟ

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଉଭୟ ଦଳ ମଧ୍ୟରେ ଏଭଳି ସ୍ଥିତି ଦେଖାଦେଇଛି। ଟିଏମସି ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ ପ୍ରତାରଣା ବୋଲି କୁହାଯାଉଥିବାବେଳେ ଟିଏମସି ମଧ୍ୟ କଂଗ୍ରେସ ଉପରେ ବିଶ୍ୱାସ ଭଙ୍ଗ କରିବାର ଅଭିଯୋଗ ଆଣିଛି।

ଦୁଇ ଦଳ ମଧ୍ୟରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ପଶ୍ଚିମବଙ୍ଗରେ ଭାଜପା ବିରୋଧୀ ଏକତା ଅଭିଯାନ ଉପରେ ପ୍ରଶ୍ନ ଉଠିଛି। ବିରୋଧୀ ଏକତା ପାଇଁ ବିହାର ପାଟନାରେ ଜୁନ୍‌ ୧୨ରେ ଏକ ବଡ ବୈଠକ ହେବାକୁ ଯାଉଥିବା ବେଳେ ଦୁଇ ଦଳ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗରେ ଅନୁଷ୍ଠିତ ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଗୋଟିଏ ବି ଆସନ ଜିତି ନ ଥିଲା।

କିନ୍ତୁ ୩ ମାସ ତଳେ ଅନୁଷ୍ଠିତ ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବୈରନ ବିଶ୍ୱାସ ପ୍ରାୟ ୨୨ ହଜାର ଭୋଟ ବ୍ୟବଧାନରେ ସାଗରଦିଘି ଆସନରୁ ଜିତିଥିଲେ। ଏହି ମୁସଲିମ ପ୍ରାଧାନ୍ୟ ବିଧାନସଭା ଆସନରେ ଟିଏମସିର ପରାଜୟ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଉପ-ନିର୍ବାଚନ ପରେ ମମତା ଭାଜପା ତଥା ଅନ୍ୟ ଦଳ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା ଆରମ୍ଭ କରିଥିଲେ। ଯଦିଓ ଭାଜପା ବିରୋଧରେ ଏକତା ଅଭିଯାନ ଯୋଗୁ ମମତା ନୀରବ ରହିଆସିଥିଲେ ମଧ୍ୟ କଂଗ୍ରେସର ଏକମାତ୍ର ବିଧାୟକଙ୍କୁ ଟିଏମସିରେ ସାମିଲ କରି ଦଳକୁ ଏକ ବଡ ଝଟକା ଦେଇଥିଲେ।

ବିଶ୍ୱାସଙ୍କୁ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟିଏମସି ଶିବିରକୁ ଆଣିଥିଲେ। ଏହି ପଦକ୍ଷେପ ପରେ ମମତା ବାନାର୍ଜୀଙ୍କୁ ନେଇ କଂଗ୍ରେସରେ ଅସନ୍ତୋଷ ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ପଶ୍ଚିମବଙ୍ଗରେ କଂଗ୍ରେସ ଏକ ଐତିହାସିକ ବିଜୟ ହାସଲ କରିଥିଲା। ସାଗରଦିଘି ଆସନରେ ଦଳ ଭୋଟରଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଥିଲା। କିନ୍ତୁ ଟିଏମସି ଦଳର ବିଜେତା ପ୍ରାର୍ଥୀଙ୍କୁ ଲୋଭ ଦେଖାଇ ନିଜ ଶିବିରକୁ ନେଇ ଯାଇଛନ୍ତି। ଟିଏମସି ନେତୃତ୍ୱ ନେଇଥିବା ଏହି ପଦକ୍ଷେପକୁ ସେ ଦେଶର ଲୋକଙ୍କ ସହ ଏକ ବଡ଼ ବିଶ୍ୱାସଘାତକତା ବୋଲି କହିଛନ୍ତି।

ଏହି ତ୍ରୁଟିପୂର୍ଣ୍ଣ ପଦକ୍ଷେପ ବିରୋଧୀଙ୍କ ଏକତା ଅଭିଯାନକୁ ଏକ ବଡ ଝଟକା ଦେବାର ଆଶଙ୍କା ରହିଛି। ଗୋଆ, ମେଘାଳୟ, ତ୍ରିପୁରା ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦଳ ବଦଳ ଖେଳ ଖେଳାଯାଇଥିଲା। ଏଭଳି ପଦକ୍ଷେପ ଦ୍ୱାରା ବିରୋଧୀ ଦଳଗୁଡ଼ିକରେ ଏକତା ପ୍ରତିଷ୍ଠା ହୋଇପାରିବ ନାହିଁ। ଆଞ୍ଚଳିକ ଦଳଗୁଡିକୁ ଅଧିକ ଗୁରୁତ୍ୱ ଦେଉଥିବା ନେଇ ମମତା ବାନାର୍ଜୀ କହିଛନ୍ତି କଂଗ୍ରେସ ନିଶ୍ଚିତ ଭାବରେ ଏକ ଜାତୀୟ ଦଳ କିନ୍ତୁ ଏହାକୁ ଆଞ୍ଚଳିକ ଦଳର ଗୁରୁତ୍ୱକୁ ମଧ୍ୟ ଗ୍ରହଣ କରିବାକୁ ପଡିବ। ରାଜନେତାମାନେ ବିଶ୍ୱାସ କରନ୍ତି ଟିଏମସି ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପରେ ବିରୋଧୀଙ୍କ ଏକତା ଉପରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ବିରୋଧୀ ଦଳର ପ୍ରସ୍ତାବିତ ବୈଠକରେ ଏହି ବିବାଦର ସମାଧାନ କିପରି ହେବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri