Posted inଜାତୀୟ

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଉଭୟ ଦଳ ମଧ୍ୟରେ ଏଭଳି ସ୍ଥିତି ଦେଖାଦେଇଛି। ଟିଏମସି ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ ପ୍ରତାରଣା ବୋଲି କୁହାଯାଉଥିବାବେଳେ ଟିଏମସି ମଧ୍ୟ କଂଗ୍ରେସ ଉପରେ ବିଶ୍ୱାସ ଭଙ୍ଗ କରିବାର ଅଭିଯୋଗ ଆଣିଛି।

ଦୁଇ ଦଳ ମଧ୍ୟରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ପଶ୍ଚିମବଙ୍ଗରେ ଭାଜପା ବିରୋଧୀ ଏକତା ଅଭିଯାନ ଉପରେ ପ୍ରଶ୍ନ ଉଠିଛି। ବିରୋଧୀ ଏକତା ପାଇଁ ବିହାର ପାଟନାରେ ଜୁନ୍‌ ୧୨ରେ ଏକ ବଡ ବୈଠକ ହେବାକୁ ଯାଉଥିବା ବେଳେ ଦୁଇ ଦଳ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗରେ ଅନୁଷ୍ଠିତ ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଗୋଟିଏ ବି ଆସନ ଜିତି ନ ଥିଲା।

କିନ୍ତୁ ୩ ମାସ ତଳେ ଅନୁଷ୍ଠିତ ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବୈରନ ବିଶ୍ୱାସ ପ୍ରାୟ ୨୨ ହଜାର ଭୋଟ ବ୍ୟବଧାନରେ ସାଗରଦିଘି ଆସନରୁ ଜିତିଥିଲେ। ଏହି ମୁସଲିମ ପ୍ରାଧାନ୍ୟ ବିଧାନସଭା ଆସନରେ ଟିଏମସିର ପରାଜୟ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଉପ-ନିର୍ବାଚନ ପରେ ମମତା ଭାଜପା ତଥା ଅନ୍ୟ ଦଳ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା ଆରମ୍ଭ କରିଥିଲେ। ଯଦିଓ ଭାଜପା ବିରୋଧରେ ଏକତା ଅଭିଯାନ ଯୋଗୁ ମମତା ନୀରବ ରହିଆସିଥିଲେ ମଧ୍ୟ କଂଗ୍ରେସର ଏକମାତ୍ର ବିଧାୟକଙ୍କୁ ଟିଏମସିରେ ସାମିଲ କରି ଦଳକୁ ଏକ ବଡ ଝଟକା ଦେଇଥିଲେ।

ବିଶ୍ୱାସଙ୍କୁ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଟିଏମସି ଶିବିରକୁ ଆଣିଥିଲେ। ଏହି ପଦକ୍ଷେପ ପରେ ମମତା ବାନାର୍ଜୀଙ୍କୁ ନେଇ କଂଗ୍ରେସରେ ଅସନ୍ତୋଷ ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ପଶ୍ଚିମବଙ୍ଗରେ କଂଗ୍ରେସ ଏକ ଐତିହାସିକ ବିଜୟ ହାସଲ କରିଥିଲା। ସାଗରଦିଘି ଆସନରେ ଦଳ ଭୋଟରଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଥିଲା। କିନ୍ତୁ ଟିଏମସି ଦଳର ବିଜେତା ପ୍ରାର୍ଥୀଙ୍କୁ ଲୋଭ ଦେଖାଇ ନିଜ ଶିବିରକୁ ନେଇ ଯାଇଛନ୍ତି। ଟିଏମସି ନେତୃତ୍ୱ ନେଇଥିବା ଏହି ପଦକ୍ଷେପକୁ ସେ ଦେଶର ଲୋକଙ୍କ ସହ ଏକ ବଡ଼ ବିଶ୍ୱାସଘାତକତା ବୋଲି କହିଛନ୍ତି।

ଏହି ତ୍ରୁଟିପୂର୍ଣ୍ଣ ପଦକ୍ଷେପ ବିରୋଧୀଙ୍କ ଏକତା ଅଭିଯାନକୁ ଏକ ବଡ ଝଟକା ଦେବାର ଆଶଙ୍କା ରହିଛି। ଗୋଆ, ମେଘାଳୟ, ତ୍ରିପୁରା ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦଳ ବଦଳ ଖେଳ ଖେଳାଯାଇଥିଲା। ଏଭଳି ପଦକ୍ଷେପ ଦ୍ୱାରା ବିରୋଧୀ ଦଳଗୁଡ଼ିକରେ ଏକତା ପ୍ରତିଷ୍ଠା ହୋଇପାରିବ ନାହିଁ। ଆଞ୍ଚଳିକ ଦଳଗୁଡିକୁ ଅଧିକ ଗୁରୁତ୍ୱ ଦେଉଥିବା ନେଇ ମମତା ବାନାର୍ଜୀ କହିଛନ୍ତି କଂଗ୍ରେସ ନିଶ୍ଚିତ ଭାବରେ ଏକ ଜାତୀୟ ଦଳ କିନ୍ତୁ ଏହାକୁ ଆଞ୍ଚଳିକ ଦଳର ଗୁରୁତ୍ୱକୁ ମଧ୍ୟ ଗ୍ରହଣ କରିବାକୁ ପଡିବ। ରାଜନେତାମାନେ ବିଶ୍ୱାସ କରନ୍ତି ଟିଏମସି ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପରେ ବିରୋଧୀଙ୍କ ଏକତା ଉପରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ବିରୋଧୀ ଦଳର ପ୍ରସ୍ତାବିତ ବୈଠକରେ ଏହି ବିବାଦର ସମାଧାନ କିପରି ହେବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?