Posted inଜାତୀୟ

ଭାଜପା-ଜେଜେପି ମେଣ୍ଟରେ ଫାଟ: ଚିନ୍ତାରେ ହରିୟାଣା ସରକାର…

ଚଣ୍ଡିଗଡ଼,୭।୬ : ହରିୟାଣାରେ ଭାଜପା-ଜେଜେପି ମିଳିତ ମଞ୍ଚରେ ବିଦ୍ରୋହର ଖବର ପଦାରେ ପଡ଼ିଛି। ଜନନାୟକ ଜନତା ପାଟି(ଜେଜେପି) ସୁପ୍ରିମୋ ଦୁଶ୍ୟନ୍ତ ଚୌତାଲାଙ୍କ ଉଚାନକାଲାନ ବିଧାନସଭା ଆସନ ନେଇ ବିବାଦ ଦେଖାଦେଇଛି। ହରିୟାଣାର ଭାଜପା ଦାୟିତ୍ୱରେ ଥିବା ବିପ୍ଲବ ଦେବ ଦଳର ନେତା ପ୍ରେମଲତାଙ୍କୁ ଉଚାନକାଲନ ଆସନରୁ ପରବର୍ତ୍ତୀ ବିଧାୟକ ପ୍ରାର୍ଥୀ ଭାବେ ନାମିତ କରିଛନ୍ତି। ଏହା ପରେ ଦୁଇ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା।

ଭାଜପା ବିରୋଧରେ ଜେଜେପି ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଜେଜେପି ରାଜ୍ୟ ସଭାପତି ନିଶାନ ସିଂ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଏହି ମେଣ୍ଟ କୌଣସି ଅନୁଗ୍ରହ କିମ୍ବା ମାଗଣାରେ କରାଯାଇ ନାହିଁ। ହରିୟାଣା ରାଜ୍ୟର ଦ୍ରୁତ ବିକାଶ ଏବଂ ସ୍ଥିର ସରକାର ଦେବା ପାଇଁ ଏହା କରାଯାଇଥିଲା। ଆମର ଭାଜପା ସହ ମେଣ୍ଟ ରହୁ କି ନ ରହୁ ସେଥିପ୍ରତି ନାହିଁ, କିନ୍ତୁ ଦୁଶ୍ୟନ୍ତ କେବଳ ଉଚାନକାଲାନରୁ ହିଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏହାର ଜବାବରେ ବିପ୍ଲବ ଦେବ ଜେଜେପି ଉଦ୍ଦେଶ୍ୟରେ କହିଛନ୍ତି ଆମ ଦଳ ସହ ମିଶି ଜେଜେପି କୌଣସି ଅନୁକମ୍ପା ପ୍ରଦର୍ଶନ କରି ନାହିଁ। ଆମ ଦଳ ଅନେକ ଜେଜେପି ବିଧାୟକଙ୍କୁ ମନ୍ତ୍ରୀ କରିଛୁ। ମିଳିତ ମେଣ୍ଟକୁ ବଜାୟ ରଖାଯିବ କି ନାହିଁ, ସେ ବିଷୟରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ଗ୍ରହଣ କରିବେ। ବିପ୍ଲବ ଫରିଦାବାଦ କାର୍ଯ୍ୟକ୍ରମରେ କହିଛନ୍ତି ମୋ ପେଟରେ କୌଣସି ଯନ୍ତ୍ରଣା ନାହିଁ। ଏନେଇ ଦୁଶ୍ୟନ୍ତଙ୍କର କିଛି ଚିନ୍ତା କରିବାର ନାହିଁ। ବାସ୍ତବରେ, ପୂର୍ବରୁ ଦୁଶ୍ୟନ୍ତ ବିପ୍ଲବଙ୍କ ନାମ ନ ନେଇ କହିଥିଲେ ଯଦି କେହି ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ମୁଁ ଏଥିପାଇଁ ଔଷଧ ଦେଇ ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri