Posted inଜାତୀୟ

କୋଓ୍ବିନ୍‌ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ, ୧୩।୬: କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଦିଆଯାଇଥିବା ଆଧାର ନମ୍ବର, ପାନ୍‌ କାର୍ଡ ଆଦି ବ୍ୟକ୍ତିଗତ ଡେଟା ସର୍ବସାଧାରଣରେ ପ୍ରଘଟ ହୋଇଛି। ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଆଧାର କାର୍ଡ ଓ ପାନ୍‌ କାର୍ଡ ବିବରଣୀ ‘ଟେଲିଗ୍ରାମ୍‌’ ମେସେଜିଂ ଆପ୍‌ରେ ଉପଲବ୍ଧ ହେଉଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର ସାକେତ୍‌ ଗୋଖଲେଙ୍କ ସମେତ କେତେଜଣ ବିରୋଧୀ ଦଳ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋଖଲେ ଟେଲିଗ୍ରାମ୍‌ ଚାଟ୍‌ବୋଟ ସହ ତାଙ୍କ କଥାବାର୍ତ୍ତାକୁ ଟୁଇଟ୍‌ କରିଛନ୍ତି। ସେହିପରି କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ନାଗରିକଙ୍କ ପ୍ରିଭେସି ପ୍ରସଙ୍ଗକୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଏହା ଉପରେ ଜବାବ ମାଗିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଡେଟା ପ୍ରଘଟ ବିଷୟ ସ୍ବୀକାର କରି କହିଛନ୍ତି, ଏହା ପୂର୍ବରୁ ଚୋରି ହୋଇଥିବା ତଥ୍ୟ।
ରିପୋର୍ଟ ଅନୁଯାୟୀ ଟିକାକରଣ ପାଇଁ କୋଓ୍ବିନ୍‌ ପୋର୍ଟାଲରେ ମୋବାଇଲ ନମ୍ବର ପଞ୍ଜୀକରଣ ବେଳେ ଟେଲିଗ୍ରାମ୍‌ ବୋଟ୍‌ ଭାକ୍ସିନେଶନ ପାଇଁ ବ୍ୟବହୃତ ଆଇଡି କାର୍ଡର ନମ୍ବର ସହ ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ଲିଙ୍ଗ, ଜନ୍ମ ବର୍ଷ, ଟିକାକରଣ କେନ୍ଦ୍ରର ନାମ ଏବଂ ସେ ଟିକାର କେଉଁ ଡୋଜ୍‌ ନେଉଛନ୍ତି, ତାହା ପ୍ରଘଟ କରିଦେଉଥିଲା।

ଲିକ୍‌ କୋଓ୍ବିନ୍‌ ଡେଟାବେସ୍‌ରୁ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରୁଥିବା ଟେଲିଗ୍ରାମ ବୋଟ୍‌ର ଡେଭେଲପରମାନେ ତାକୁ ବନ୍ଦ କରିଦେଇଛନ୍ତି। ମାଲାୟାଲମ୍‌ ଖବରକାଗଜ ‘ମନୋରମା’ରେ ଏସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଡେଭେଲପରମାନେ ଏଭଳି ପଦକ୍ଷେପ ନେଇଛନ୍ତି। କୋଓ୍ବିନ୍‌ ଆପ୍‌ ସ୍କ୍ରିନ୍‌ଶଟ୍ସର ତଥ୍ୟ ଲିକ୍‌ରେ ଅସଙ୍ଗତି ଦେଖାଦେଇଥିବା ସରକାରୀ ଅଧିକାରୀମାନେ ମଧ୍ୟ ଜାଣିବାକୁ ପାଇଛନ୍ତି। କୋଓ୍ବିନ୍‌ ଆପ୍‌ ହ୍ୟାକିଂ ଅଭିଯୋଗକୁ ସେମାନେ ଖଣ୍ଡନ କରିବା ସହ ଅନଧିକୃତ ଭାବେ ଏହି ଆପ୍‌ ଆକ୍ସେସ୍‌ ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି କହିଛନ୍ତି। ମାଲାୟାଲମ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡେଟା ଲିକ୍‌ର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନ୍ୟତମ। ଭୂଷଣଙ୍କ ଫୋନ୍‌ ନମ୍ବରକୁ ଟେଲିଗ୍ରାମ୍‌ ଆପ୍‌ରେ ଏଣ୍ଟର କରାଇଲେ, ଆଧାର ନମ୍ବରର ଶେଷ ୪ଟି ଅଙ୍କ ସହ ଜନ୍ମ ତାରିଖ ସ୍ବତଃ ପ୍ରକାଶ ପାଇଯାଉଛି। ତାଙ୍କ ସ୍ତ୍ରୀ ତଥା ଉତ୍ତରାଖଣ୍ଡ ବିଧାୟିକା ରିତୁ ଖଣ୍ଡୁରୀଙ୍କର ମଧ୍ୟ ଅନୁରୂପ ଭାବେ ତଥ୍ୟ ପ୍ରଘଟ ହେଉଛି। ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଶିକାର ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି, କୋଓ୍ବିନ୍‌ ହାଇପାଓ୍ବାର ପ୍ୟାନେଲର ଅଧ୍ୟକ୍ଷ ରାମସେବକ ଶର୍ମା, କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌, ଟିଏମ୍‌ସି ନେତା ଡେରେକ୍‌ ଓ’ବ୍ରିଏନ୍‌, ସାମ୍ବାଦିକ ରାଜଦୀପ୍‌ ସର୍‌ଦେଶାଇ, ବର୍ଖା ଦତ୍ତ ପ୍ରମୁଖ। ରିପୋର୍ଟ ଅନୁଯାୟୀ ୨୦୨୧ରେ କୋଓ୍ବିନ୍‌ ପୋର୍ଟାଲ ହ୍ୟାକ୍‌ ହୋଇଥିଲା। ଫଳରେ ୧୫ କୋଟି ଲୋକଙ୍କ ଡେଟାବେସ୍‌ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ଅଭିଯୋଗକୁ ସାଇବର ସିକ୍ୟୁରିଟି ଗବେଷକମାନେ ଖଣ୍ଡନ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌.ଏସ୍‌. ଶର୍ମା ଗତ ଜାନୁୟାରୀରେ କହିଥିଲେ, କୋଓ୍ବିନ୍‌ରେ ଅତ୍ୟାଧୁନିକ ସୁରକ୍ଷା ଭିତ୍ତିଭୂମି ରହିଛି, ଯାହା କେବେ ସୁରକ୍ଷା ଉଲ୍ଲଂଘନର ସମ୍ମୁ୍‌ଖୀନ ହେବ ନାହିଁ। ଆମ ନାଗରିକମାନଙ୍କ ଡେଟା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, କୋଓ୍ବିନ୍‌ ଆପ୍‌ କିମ୍ବା ଡେଟାବେସ୍‌ରୁ ସିଧାସଳଖ ତଥ୍ୟ ପ୍ରଘଟ ହୋଇ ନାହିଁ। ଏହା ପୁରୁଣା ଡେଟା, ଯାହାକି ପୂର୍ବରୁ ଚୋରି ହୋଇଥାଇପାରେ। ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍‌ (ସିଇଆର୍‌ଟି-ଇନ୍‌) ତୁରନ୍ତ ଏହାର ଜବାବ ଦେବା ସହ ଘଟଣାର ସମୀକ୍ଷା କରୁଥିବା ଆଇଟି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?