କୋଭିଡ୍‌ ରୋଗୀ ଓ କଳା କବକ

ଫଙ୍ଗସ୍‌କୁ ଓଡ଼ିଆରେ କବକ କୁହାଯାଏ। ଏହା ଗୋଟିଏ ସୁବିଧାବାଦୀ ସୂକ୍ଷ୍ମ ଜୀବ। ଅନ୍ୟ ରୋଗରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଫଙ୍ଗସ୍‌ର ସଂଖ୍ୟା ବୃଦ୍ଧି ହୁଏ। ଏମାନେ ଓଦା ସ୍ଥାନରେ ରହିଥିବା ଜିନିଷ ଉପରେ ଉତ୍ପନ୍ନ ଶିଉଳି। କୋଭିଡ୍‌-୧୯ ରୋଗୀର ଦୁର୍ବଳତାର ସୁଯୋଗ ନେଇ ଆକ୍ରମଣ କରୁଥିବା ଫଙ୍ଗସ୍‌ର ନାମ ‘ମ୍ୟୁକରମାଇକୋସିସ୍‌’। ଏହାର ଜୀବକୋଷ ବାୟୁରେ ଭାସୁଥାଏ। ରୋଗୀର ନାକବାଟେ ଦେହରେ ପ୍ରବେଶ କରେ। କୋଭିଡ୍‌ ରୋଗୀ ବହୁଦିନ ଡାକ୍ତରଖାନାରେ ରହି ଆଣ୍ଟିବାୟୋଟିକ, ଷ୍ଟେରଏଡ୍‌ ସହିତ ନାକରେ ନଳୀ ସାହାଯ୍ୟରେ ଅମ୍ଳଜାନ ନିଏ। ଭୂତାଣୁ ଫୁସ୍‌ଫୁସ୍‌ରେ ପ୍ରଦାହ କରି ପୂଯ, ରକ୍ତ ଜମା କରିଦିଏ। ଫଳରେ ଅକ୍ସିଜେନ ବିଭିନ୍ନ ଅଙ୍ଗକୁ ଯାଇପାରେ ନାହିଁ। ରୋଗୀ ନିଃଶ୍ୱାସ ନେବାରେ କଷ୍ଟ ହୁଏ। ଭେଣ୍ଟିଲେଟର ଉପରେ ନିର୍ଭର କରେ। ରୋଗୀର ରୋଗ ପ୍ରତିରୋଧ କ୍ଷମତା ହ୍ରାସ ଘଟେ। ଏହାର ସୁଯୋଗ ନେଇ ମ୍ୟୁକରମାଇକୋସିସ୍‌ ଫଙ୍ଗସ୍‌ ସଂକ୍ରମଣ ହୁଏ ଓ ଅନେକ ଭୟଙ୍କର ଲକ୍ଷଣ ପ୍ରକାଶ ପାଏ। ନାକ ଓ ପାଟିର ତାଳୁ କଳା ପଡ଼େ। ସେଥିପାଇଁ ଏହାକୁ ‘କଳା ଫଙ୍ଗସ୍‌’ କୁହାଯାଏ।
କଳା କବକ ସଂକ୍ରମଣ ଗୋଟିଏ ବିରଳ ଓ ଗୁରୁତର ରୋଗ। ସାଧାରଣ କଥାବାର୍ତ୍ତାରେ ଏହାକୁ ‘ବ୍ଲାକ ଫଙ୍ଗସ୍‌’ କୁହାଯାଏ। ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ରୋଗୀଙ୍କଠାରେ ଏହା ଦେଖିବାକୁ ମିଳୁଛି। ପ୍ରଥମେ ଚର୍ମରେ ଦେଖାଯାଏ ଓ ପରେ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ସଂକ୍ରମଣ କରେ। ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କୋଭିଡ୍‌ ରୋଗୀଙ୍କଠାରେ ଏହି କବକ ସଂକ୍ରମଣ ହେବାର ପ୍ରମାଣ ସହିତ ଉପଦେଶାବଳୀ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟମାନଙ୍କୁ ଜାରି ହୋଇଛି।
କୋଭିଡ୍‌-୧୯ ରୋଗୀର କଳା କବକ ସଂକ୍ରମଣର ଲକ୍ଷଣଗୁଡ଼ିକ ହେଉଛି ନାକ ଓ ଆଖି ଚାରିପଟେ ଲାଲ ପଡ଼ି ବିନ୍ଧା ହେବା, ଜ୍ୱର- ମୁଣ୍ଡବିନ୍ଧା କାଶ ସହିତ ନିଃଶ୍ୱାସ ନେବାରେ କଷ୍ଟ ହେବା ଇତ୍ୟାଦି। ରକ୍ତ ବାନ୍ତି ହୋଇପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ରୋଗୀର ନିମ୍ନ ଲକ୍ଷଣଗୁଡ଼ିକ ଦେଖାଦେଲେ ‘ମ୍ୟୁକରମାଇକୋସିସ୍‌’ ସଂକ୍ରମଣ ସନ୍ଦେହ କରାଯିବ। (୧) ନାକ ଚୁଣ୍ଟି ହେବା, ପାଣି ବୋହିବା ଓ କଳା ଦେଖାଯିବା। (୨) ମୁହଁର ହାଡ଼ ବିନ୍ଧା ହେବା, ମୁହଁର ଗୋଟିଏ ପାଖରେ ଯନ୍ତ୍ରଣା ହେବା, ଫୁଲିବା ଓ ବଧିରା ଲାଗିବା। (୩) ଦାନ୍ତ ହଲିବା ଓ ତଳ ପାଟି ହାଡ଼ ବିନ୍ଧିବା। (୪) ଚର୍ମ ଲାଲ ପଡ଼ି କୁଣ୍ଡାଇ ହେବା। (୫) ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ହେବା। ଏହି ଫଙ୍ଗସ୍‌କୁ ଚିହ୍ନିବା ପାଇଁ ଉପଯୁକ୍ତ ତୁରନ୍ତ ପରୀକ୍ଷା ବାଞ୍ଛନୀୟ।
ମ୍ୟୁକରମାଇକୋସିସ୍‌ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସେବନ ଆବଶ୍ୟକ। ଅସ୍ତ୍ର ଚିକିତ୍ସା (ଅପରେଶନ) ମଧ୍ୟ କରାଯାଇପାରେ। ଡାଇବେଟିସ ରୋଗୀର ରକ୍ତ ଶର୍କରା ସ୍ବାଭାବିକ କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଇନ୍‌ସୁଲିନ ଓ ବଟିକା ଦିଆଯିବା ଉଚିତ। ଷ୍ଟେରଏଡ୍‌ ଓ ଶରୀରର ଇମ୍ୟୁନ ସିଷ୍ଟମ୍‌କୁ ଦବେଇ ଦେବା ପାଇଁ ବ୍ୟବହୃତ ଔଷଧ ସେବନ ବନ୍ଦ କରିଦେବା ଅନିବାର୍ଯ୍ୟ। ଦେହର ଜଳୀୟ ଅଂଶ ସ୍ବାଭାବିକ ରଖିବା ପାଇଁ ସାଲାଇନ ଦେବା ଆବଶ୍ୟକ ପଡ଼ିବ। ଏହାର ଚାରି ସପ୍ତାହ ପରେ କବକ ମାରିବା ପାଇଁ ‘ଆମ୍ପୋଟେରିସିନ’ ଇଞ୍ଜେକ୍ସନ ଦିଆଯାଇ ପାରିବ। ଏହି ଫଙ୍ଗସ୍‌ ସଂକ୍ରମଣରେ ଉପର ଦାନ୍ତ ମାଢ଼ି ଓ ଆଖି ନଷ୍ଟ ହୋଇଯାଇପାରେ। ଖାଦ୍ୟ ଚୋବାଇବା ଓ ଗିଳିବାରେ କଷ୍ଟ ହୁଏ।
କଳା କବକ ଗୋଟିଏ ବିରଳ ରୋଗ। ରୋଗୀକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ହେଉଛି, ଡାଇବେଟିସ, ଷ୍ଟେରଏଡ୍‌ ଔଷଧ ବ୍ୟବହାର, ବହୁଦିନ ଆଇସିୟୁରେ ରହିବା, ଅଙ୍ଗ ପ୍ରତିରୋପଣ ଓ କ୍ୟାନ୍‌ସର ଚିକିତ୍ସା ଇତ୍ୟାଦି। ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନଙ୍କ ଉପଦେଶ ହେଉଛି ମାସ୍କ ବ୍ୟବହାର କରିବା, ଜୋତା, ଫୁଲପ୍ୟାଣ୍ଟ ଓ ଶାର୍ଟ ସହିତ ଗ୍ଲୋଭ୍‌ସ ପିନ୍ଧି ବଗିଚା କାମ କରିବା। ଫଳରେ ମାଟିରେ ରହିଥିବା ଫଙ୍ଗସ୍‌ ଦେହରେ ପଶିପାରିବ ନାହିଁ। ଧୂଳି ଓ ମାଟି ସଂସ୍ପର୍ଶରେ ଆସିଲେ ବ୍ରସ ସାହାଯ୍ୟରେ ଦେହ ସଫା କରିବା। ଅବଶ୍ୟ ଜୀବାଣୁ ଜନିତ ରୋଗ ଅପସରି ଗଲାଣି, ଭୂତାଣୁ ଭୟାନକ ହେଲାଣି, ତାହା ସହିତ କଳା କବକ ଦାଉ ସାଧିଲାଣି। ଏଥିପାଇଁ ଔଷଧ ନାହିଁ। ପ୍ରତିଷେଧକ ବ୍ୟବସ୍ଥା ବାଞ୍ଛନୀୟ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ଅଣୁଜୀବ ବିଶେଷଜ୍ଞ
୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?