ମଶା କାମୁଡ଼ିଲେ ହେବ କି କରୋନା!

ଓ୍ବାଶିଂଟନ,୧୮।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ପ୍ରାୟ ସମସ୍ତ ବିକାଶଶୀଳ ଦେଶରେ ଗବେଷଣା ଚାଲିଥିବା ବେଳେ ପ୍ରତିଦିନ କରୋନା ଭାଇରସକୁ ନେଇ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅନ୍ୟପଟେ କରୋନା ସଂକ୍ରମଣକୁ ନେଇ ମଧ୍ୟ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏବେ ପ୍ରଶ୍ନ ଉଠିଛି ମଶା କାମୁଡିଲେ କରୋନା ଭାଇରସ ସଂକ୍ରମିତ ହେବ କି ନା। ହେଲେ ଗବେଷକମାନେ କହିଛନ୍ତି ମଶା କାମୁଡିଲେ କରୋନା ହେବାର ସମ୍ଭାବନା ନାହିଁ। ଗତ ମାର୍ଚ୍ଚ ମାସରେ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ)ଏହା ସ୍ପଷ୍ଟ କରିଥିଲା। ଏବେ ଆମେରିକାର କ୍ୟାନସସ ୟୁନିଭର୍ସିଟିରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି ମଶା କାମୁଡିଲେ ସାର୍ସ-କୋଭ-୨(SARS-CoV-2) ଭାଇରସ ସଂକ୍ରମିତ ହୋଇ ନ ଥାଏ। ଗବେଷକମାନେ ୩ ପ୍ରଜାତିର ମଶା ଏଡିସ ଏଜିପ୍ଟି, ଏଡିସ ଅଲବୋପିକ୍ଟସ ଓ କ୍ୟୁଲେକ୍ସ କ୍ୱନକେଫେସିଅସସକୁ ନେଇ ଗବେଷଣା କରିଥିଲେ। ଏହି ପ୍ରଜାତିର ମଶା ଚାଇନାରେ ଦେଖାଯାଉଥିବାରୁ ଏହାକୁ ନେଇ ଗବେଷଣା କରାଯାଇଛି। ତେବେ ଏହାଦ୍ୱାରା କରୋନା ସଂକ୍ରମଣ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବାରୁ ଗବେଷକମାନେ ସେଠାକାର ମଶାଙ୍କୁ ନେଇ ଗବେଷଣା କରିଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତକ ପେଟରେ ପିଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଖବରର ହେଡିଙ୍ଗ୍‌ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ତେବେ ଏମିତି ଏକ ଘଟଣା ଘଟିଛି ଇଜିପ୍ଟର ଜଗଜିଗ ସହରରେ। ସହରର...

ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ

ଇସ୍‌ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍‌ ଖବର...

ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍‌ ବିମାନ…

କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ...

ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ: ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଛି ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମକୁ ଦୃଷ୍ଟିରେରଖି ପ୍ରଥମେ ରଥଯାତ୍ରାକୁ ଅନୁମତି ଦେଇ ନ ଥିଲେ ସୁପ୍ରିମ୍‌କୋର୍ଟ । ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଥିଲା...

ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୩୯ମୁଣ୍ଡ ନେଲାଣି କରୋନା

ମୁମ୍ବାଇ,୫।୬: ଦେଶବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି...

ୱାଧାୱନ ପରିବାରଙ୍କୁ ଲକ୍‌ଡାଉନ୍‌ ଉଲ୍ଲଂଘନ କରିବାରେ ସହାୟତା କରିଥିବା ଆଇପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି

ମୁମ୍ବାଇ,୧୦।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା...

ବିଶ୍ୱବିଦ୍ୟାଳୟରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା, ମେକ୍‌ ଅପ୍‌ ନେବା ମନା

ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍‌...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

Advertisement


Archives

Model This Week