କେନ୍ଦୁଝର ଜିଲାପାଳଙ୍କ ନାମରେ ଅଦାଲତ ଅବମାନନା ମାମଲା, ଅତିରିକ୍ତ ଏକ ମାସ ସମୟ ପ୍ରଦାନ କଲେ HC

କେନ୍ଦୁଝର/ହାଟଡିହୀ/ଛେନାପଦୀ,୩୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାପାଳ ତଥା କେନ୍ଦୁଝର ଡିଏମ୍‌ଏଫ୍‌ ଅଧ୍ୟକ୍ଷ ବିଶାଲ ସିଂଙ୍କ ନାମରେ ୨୬ ମାର୍ଚ୍ଚ ୨୦୨୬ ରେ ଓଡିଶା ହାଇକୋର୍ଟଙ୍କ ନିକଟରେ ହୋଇଥିବା ଅଦାଲତ ଅବମାନନା ମାମଲା(କେସ ନଂ ସିଓଏନଟିସି – ୧୮୭୦/୨୦୨୬ )ରେ ପୂର୍ବରୁ ଜାରି ହୋଇଥିବା ଆଦେଶ ପାଳନ ପାଇଁ ହାଇକୋର୍ଟ ଆଉ ୧ ମାସ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି। ମାମଲାର ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଏବଂ ଉଭୟ ପକ୍ଷଙ୍କ ଓକିଲ ମାନଙ୍କ ଶୁଣାଣି କରି, ୧୦ ଡିସେମ୍ବର ୨୦୨୫ ତାରିଖରେ ପାରିତ ହୋଇଥିବା ଆଦେଶ ଯଦି ବର୍ଦ୍ଧିତ ୧ ମାସ ସମୟ ମଧ୍ୟରେ ପାଳନ କରା ନ ଯାଏ, ତେବେ ଏହାକୁ ଅଦାଲତଙ୍କ ଆଦେଶର ଜାଣିଶୁଣି ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଏ ନେଇ ହାଇକୋର୍ଟଙ୍କ ତରଫରୁ ଗତ ୨୧ ଏପ୍ରିଲ ୨୦୨୬ ରେ ପ୍ରକାଶିତ ଆଦେଶରେ ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ବର୍ଦ୍ଧିତ ଦରମା ମାଗିବାରୁ ଡ଼ିଏମଏଫ ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ବେନିୟମ ଏବଂ ମୌଖିକ ଭାବେ ଚାକିରୀରୁ ବିଦା କରି ଦେଇଥିଲେ । ଏ ନେଇ ହାଇକୋର୍ଟଙ୍କ ଠାରେ ଏକ ମାମଲା( ଡବ୍ଲ୍ୟୁପିସି ନଂ -୩୫୧୭୭/୨୦୨୫) ଦାୟର ହୋଇଥିଲା । ୪ ସପ୍ତାହ ମଧ୍ୟରେ ଅଭିଯୋଗର ବିଚାର କରିବାକୁ ହାଇକୋର୍ଟ ଗତ ୧୦ ଡିସେମ୍ବର ୨୦୨୫ ରେ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜିଲାପାଳ ଅଭିଯୋଗ ଶୁଣାଣି ପାଇଁ ଚିଠି ନଂ ୮୪/୧୩ ଜାନୁୟାରୀ ୨୦୨୬ରେ ନୋଟିସ ଜାରି କରି ୧୭ ଜାନୁଆରୀ ୨୦୨୬କୁ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ । ମାତ୍ର ଶୁଣାଣି ତାରିଖ ପରେ ୨ ମାସରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ ଅଭିଯୋଗ ବିଚାରର ଫଳାଫଳ ପ୍ରକାଶ ପାଇ ନ ଥିଲା। ଫଳରେ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା । ଅପରପକ୍ଷେ ଚାକିରୀରୁ ବିଦା କରିବା ପ୍ରସଙ୍ଗରେ ଦାୟର ହୋଇଥିବା ଅନ୍ୟ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଜିଲାପାଳଙ୍କୁ ଗତ ୨୨ ଏପ୍ରିଲ ୨୦୨୬ ରେ ନୋଟିସ ଜାରି କରିଥିଲେ। ଏଥିସହ କର୍ମଚାରୀ ଜଣକ ନିଜର ଚାକିରୀ କାର୍ଯ୍ୟ ଜାରି ରଖିବା ପାଇଁ ଲିଖିତ ଆବେଦନ କଲେ ଜିଲାପାଳ ତାହା ଆଇନ ଅନୁଯାୟୀ ବିଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?