୩୧ ଯାଏ ୪ ଜିଲା, ରାଉରକେଲାରେ କୋର୍ଟ ବନ୍ଦ

କଟକ ଅଫିସ,୧୮ା୭-ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ପରି ୪ଟି ଜିଲା ଓ ରାଉରକେଲା ପୌରାଞ୍ଚଳକୁ ସରକାର ହଟ୍‌ସ୍ପଟ୍‌ ଭାବେ ଘୋଷଣା କରିଛନ୍ତି। ଏଠାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରାଯାଇଛି। ତେଣୁ ସେ ପର୍ଯ୍ୟନ୍ତ ଏହି ଅଞ୍ଚଳର ଜିଲା କୋର୍ଟ, ତଳକୋର୍ଟ ଓ ଟ୍ରିବ୍ୟୁନାଲ୍‌ଗୁଡ଼ିକ ବନ୍ଦ ରହିବ। ଶନିବାର ହାଇକୋର୍ଟର ଫୁଲ୍‌କୋର୍ଟରେ ଏହି ନିଷ୍ପତ୍ତି ହୋଇଛି। ଏହି ସମୟରେ କେବଳ ଅତି ଜରୁରୀ ମାମଲାର ଶୁଣାଣି ହୋଇପାରିବ। ଶୁଣାଣିର ଆବଶ୍ୟକତା ନେଇ ଜିଲାଜଜ୍‌ ନିଷ୍ପତ୍ତି ନେବେ। କେବଳ ଭର୍ଚୁଆଲ୍‌ ମୋଡ୍‌ (ଭିଡିଓ କନଫରେନ୍ସ) ଜରିଆରେ ଶୁଣାଣି ହେବ। ଏଥିପାଇଁ କୋର୍ଟର ସର୍ବନିମ୍ନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଅନ୍ୟପକ୍ଷରେ ହାଇକୋର୍ଟରେ ମଧ୍ୟ କେବଳ ଜରୁରୀ ମାମଲାର ଶୁଣାଣି ହେବ। ସୀମିତ ସଂଖ୍ୟକ ବିଚାରପତି ନିୟୋଜିତ ହେବେ। ରୋଷ୍ଟର୍‌ ଡ୍ୟୁଟିରେ ଭର୍ଚୁଆଲ୍‌ ମୋଡ୍‌ରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ଏ ନିଷ୍ପତ୍ତି ନେବେ। ଆଇନଜୀବୀ ଓ ମହକିଲଙ୍କୁ ଏଥିପାଇଁ ଡେପୁଟି ରେଜିଷ୍ଟ୍ରାର୍‌ (ଜୁଡିସିଆଲ୍‌)ଙ୍କ ନିକଟରେ ଆଗୁଆ ଆବେଦନ କରିବାକୁ ହେବ। ଲକ୍‌ଡାଉନରେ କେବଳ ଇ-ଫାଇଲିଂ ଏବଂ ଇ-ମେଲ୍‌ ଜରିଆରେ ହିଁ ନୂଆ ମାମଲା ପାଇଁ ଆବେଦନ ଗ୍ରହଣ କରାଯିବ। ହାଇକୋର୍ଟ, ଜିଲା କୋର୍ଟ, ତଳକୋର୍ଟ ଏବଂ ଟ୍ରିବ୍ୟୁନାଲର କାର୍ଯ୍ୟ ଅତି ସୀମିତ ରହୁଥିଲେ ମଧ୍ୟ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ି ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ରେଜିଷ୍ଟ୍ରାର୍‌ ଜେନେରାଲ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ମାଲକାନଗିରି/ଏମ୍‌ଭି୭୯,୧୮ା୬: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...

ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ

ଛତ୍ରପୁର,୨ା୨(ଡି.ଏନ୍‌.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା...

ମାଟ୍ରିକ୍‌ ପରୀକ୍ଷା: ୩୬ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ

କଟକ ଅଫିସ,୨୧ା୩:ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ସୋମବାର ଶେଷ ହୋଇଛି। ଏହି ପରୀକ୍ଷା ସୁରୁଖୁରୁରେ ହେବା ପାଇଁ ବୋର୍ଡ ଓ...

ରାଜଧାନୀରେ କରୋନା ବେଲଗାମ: ଆଜି ଚିହ୍ନଟ ହେଲେ ଆଉ ୧୪୯ ଆକ୍ରାନ୍ତ; କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୪।୮(ବ୍ୟୁରୋ): କଟକଣା ସତ୍ତ୍ୱେ ରାଜଧାନୀରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଭୁବନେଶ୍ୱରରେ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ...

ଜୟପୁର ବିମାନବନ୍ଦରରୁ ସପ୍ତାହର ସବୁଦିନ ଉଡ଼ିବ ବିମାନ

ଜୟପୁର,୮।୧(ନି.ପ୍ର.): ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ। ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ...

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌...

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।...

ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ...

Advertisement
Archives

Model This Week