ମିଳିପାରୁନି ସ୍ଲଟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣକୁ ନେଇ ବିଭିନ୍ନ ସମୟରେ ନାନା ଅଭିଯୋଗ ହେଉଛି। କେତେବେଳେ ଟୋକନ୍‌ ବଣ୍ଟାକୁ ନେଇ ତ ଆଉ କେତେବେଳେ ଗାଡ଼ିରେ ଟିକାକରଣ (ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ)କୁ ନେଇ ଚର୍ଚ୍ଚାକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଟୋକନ୍‌ ବଣ୍ଟାରେ ବିବାଦ ଉପୁଜିବାରୁ ଗତ ୫ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ଲୋକମାନେ ସ୍ଲଟ୍‌ ବୁକିଂ କରିବା ପରେ ଦିଆଯାଉଥିବା ସମୟ ଅନୁସାରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଉଛନ୍ତି। ହେଲେ ଅଧିକାଶ ସ୍ଥାନରେ ବୁକିଂ ପୂର୍ବରୁ ସ୍ଲଟ୍‌ ସରିଯାଉଥିବା ନେଇ ଅଭିଯୋଗ ଆସୁଛି। ପଞ୍ଜୀକରଣ ସତ୍ତ୍ୱେ ସ୍ଲଟ ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗୁରୁବାର ବିଏମ୍‌ସି ପକ୍ଷରୁ ୧୮ରୁ ୪୪ବର୍ଷୀୟଙ୍କ ପାଇଁ ୨୮ ଓ ୨୯,୩୧ ଓ ଜୁନ୍‌ ୧ ଏବଂ ୪୫ ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ୩୧ ଓ ଜୁନ୍‌ ୧ ପାଇଁ ନୂଆ ସ୍ଲଟ୍‌ ଆରମ୍ଭ କରାଯାଇଛି। ଗୁରୁବାର ସନ୍ଧ୍ୟା ୭ଟାରୁ ଏହି ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଥିଲା। ଭୁବନେଶ୍ୱରର ୧୩ଟି କେନ୍ଦ୍ର ପାଇଁ ପ୍ରାୟ ୧୨ଶହ ସ୍ଲଟ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ଲୋକମାନେ କୋଓ୍ବିନ୍‌ ଜରିଆରେ ନାମ ପଞ୍ଜୀକରଣ ସହ ସ୍ଲଟ ବୁକିଂ ପାଇଁ ଚେଷ୍ଟା କରିଥିଲେ। ହେଲେ ସ୍ଲଟ ବୁକିଂ ଆରମ୍ଭ ହେବାର କିଛି ସମୟ ପରେ ସ୍ଲଟ ଶେଷ ହୋଇଯାଇଥିବା ଅଧିକାଂଶ ଲୋକ ଜାଣିବାକୁ ପାଇଥିଲେ। ହାତଗଣତି କେତେଟା ସେଣ୍ଟରକୁ ଛାଡ଼ି ଦେଲେ ଅନ୍ୟ ସବୁଗୁଡ଼ିକରେ ବୁକିଂ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀଙ୍କ ପାଇଁ ଅଧିକାଂଶ ସ୍ଥାନରେ ସ୍ଲଟ୍‌ ବୁକ୍‌ ହୋଇ ସାରିଥିବାବେଳେ ଅନ୍ୟ କେତେକ ସ୍ଥାନରେ ସ୍ଲଟ୍‌ ଉପଲବ୍ଧ ନ ଥିବା ଦର୍ଶାଇଥିଲା।
ସ୍ଲଟ ବୁକିଂ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ପଟିଆ ଅଞ୍ଚଳର ଡାକ୍ତର ମାନସ ଦାସ କହିଛନ୍ତି ଯେ, ଟିକା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଓ୍ବେବସାଇଟ ସବୁ ସମୟରେ ସର୍ଭର ଡାଉନ ରହୁଛି। ଏପରି କି ବିଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଉଥିବା ସ୍ବତନ୍ତ୍ର ଲିଙ୍କ୍‌ରେ ମଧ୍ୟ ସ୍ଲଟ ବୁକିଂ ହୋଇପାରୁ ନାହିଁ। ଫଳରେ ଟିକା ନେବା ବର୍ତ୍ତମାନ ସମୟରେ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଋତୁପର୍ଣ୍ଣା ଭୋଇ ନାମ୍ନୀ ଜଣେ ଛାତ୍ରୀଙ୍କ କହିବା ହେଲା ୧୮ ବର୍ଷରୁ ଊର୍ଦ୍ଧ୍ୱ ଟିକା ପାଇଁ ସ୍ଲଟ ବୁକିଂ ବାଧ୍ୟତାମୂଳକ ହୋଇଥିବାବେଳେ ପ୍ରତିଦିନ ସ୍ଲଟ ପାଇଁ ଅନ୍‌ଲାଇନରେ ଫାଙ୍କ ସ୍ଥାନ ଖୋଜି ଖୋଜି ସମୟ ଯାଉଛି। ହେଲେ ସ୍ଲଟ ମିଳୁନାହିଁ। ଟିକାକରଣ ପାଇଁ ସଫଳତାର ସହ ରେଜ୍ରିଷ୍ଟେଶନ ହୋଇଯାଇଥିବା ଉକ୍ତ ମେସଜକୁ ମଧ୍ୟ କୌଣସି ସ୍ଥାନରେ ଗ୍ରହଣ କରାଯାଉ ନାହିଁ। ସ୍ଲଟ ନ ମିଳିବା ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଶାରୀରିକ ଅସୁସ୍ଥତା ଦର୍ଶାଇ ସେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?