କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏଥିପାଇଁ କେତେ ଖର୍ଚ୍ଚ ହୋଇଥାଏ ଏବଂ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ।

ଆଜିକାଲି ଅଧିକାଂଶ ଲୋକ ସିମ୍ପଲ ବା ସାଧାରଣ ବିବାହ ଉପରେ ବିଶ୍ୱାସ କରୁଛନ୍ତି। ଏହାଦ୍ୱାରା ଟଙ୍କା ମଧ୍ୟ ବଞ୍ଚିଥାଏ ଏବଂ ସାଦାସିଧା ଭାବେ ବିବାହ ସମ୍ପନ୍ନ ହୋଇଯାଏ। ଏଭଳି ପରିସ୍ଥିତିରେ ଆଜିକାଲି ଅନେକ ଲୋକ କୋର୍ଟ ମ୍ୟାରେଜର ବିକଳ୍ପ ବାଛୁଛନ୍ତି। ହେଲେ ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଏଥିପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଏବଂ ଖର୍ଚ୍ଚ ବିଷୟରେ ଜଣାନଥାଏ।

କୋର୍ଟ ମ୍ୟାରେଜ ଆଜିକାଲି ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହା ଶସ୍ତା, ଆଇନଗତ ଭାବେ ସୁଦୃଢ଼ ଏବଂ ଗୋପନୀୟ ହୋଇଥାଏ। ଏଥିରେ ଅଧିକ ଖର୍ଚ୍ଚ ମଧ୍ୟ ହୁଏନାହିଁ। ଏଥିରେ ସରକାରୀ ଫିସ ପ୍ରାୟ ୫୦୦ ଟଙ୍କାରୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ, ଯେଉଁଥିରେ ନୋଟିସ ଫାଇଲିଂ, ରେଜିଷ୍ଟ୍ରେସନ ଏବଂ ମ୍ୟାରେଜ ସାର୍ଟିଫିକେଟ (ବିବାହ ପ୍ରମାଣପତ୍ର) ର ଫିସ ସାମିଲ ଥାଏ। ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହରଗୁଡ଼ିକରେ ମଧ୍ୟ ସରକାରୀ ଫିସ ୧୦୦ ରୁ ୧,୫୦୦ ଟଙ୍କା ମଧ୍ୟରେ ରହିଥାଏ। ଏଭଳି ପରିସ୍ଥିତିରେ କୋର୍ଟ ମ୍ୟାରେଜ ପାଇଁ ମୋଟ ଖର୍ଚ୍ଚ ସାଧାରଣତଃ ୩,୦୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ଆସିଥାଏ, ତେବେ ଏହା ଭିନ୍ନ ଭିନ୍ନ ରାଜ୍ୟ ଅନୁଯାୟୀ ଅଲଗା ହୋଇପାରେ।

courtmarriage.net ର ସୂଚନା ଅନୁଯାୟୀ, ସାଧାରଣ ମାମଲାରେ ଯେପରିକି ଏକା ଧର୍ମର ଏବଂ ବିନା କୌଣସି ବିବାଦରେ ବିବାହ କରିବା ପାଇଁ ୮,୦୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଅନ୍ୟପଟେ ଆନ୍ତଃ-ଜାତି (Inter-caste) କିମ୍ୱା ଆନ୍ତଃ-ଧର୍ମ (Inter-religion) ବିବାହ କ୍ଷେତ୍ରରେ ୧୫,୦୦୦ ରୁ ୨୫,୦୦୦ ଟଙ୍କା କିମ୍ୱା ତା’ଠାରୁ ସାମାନ୍ୟ ଅଧିକ ଖର୍ଚ୍ଚ ହୋଇଥାଏ। ସେହିପରି ଜରୁରୀକାଳୀନ କିମ୍ୱା ସେହି ଦିନ (Same Day) ବିବାହ କରିବାକୁ ହେଲେ ୨୦,୦୦୦ ରୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଗିଯାଇଥାଏ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ପ୍ରକୃତ ଖର୍ଚ୍ଚ ମୁଖ୍ୟତଃ ଓକିଲ କିମ୍ୱା ସର୍ଭିସ ପ୍ରୋଭାଇଡରଙ୍କ ଫିସ ଉପରେ ଯାଇଥାଏ। ଏହା ମଧ୍ୟରେ ଆଫିଡେଭିଟ (Affidavit) ପ୍ରସ୍ତୁତ କରିବା, ନୋଟାରୀ, ଷ୍ଟାମ୍ପ ପେପର, ସାକ୍ଷୀମାନଙ୍କ ଖର୍ଚ୍ଚ, ଫଟୋକପି ଏବଂ ଯାତାୟାତ ଖର୍ଚ୍ଚ ସାମିଲ ଥାଏ। ଏଭଳି ପରିସ୍ଥିତିରେ ଯଦି ଆପଣ ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ନିଜେ ସରକାରୀ ଅଫିସକୁ ଯାଇ ନୋଟିସ ଫାଇଲ କରିପାରିବେ। ଏହାସହ ଓକିଲଙ୍କ ବଦଳରେ ସ୍ଥାନୀୟ ମାର୍କେଟରୁ ଆଫିଡେଭିଟ ବନାଇପାରିବେ ଏବଂ ନିଜର ୩ ଜଣ ବିଶ୍ୱସ୍ତ ସାକ୍ଷୀ ଯେପରିକି ସାଙ୍ଗ କିମ୍ୱା ସମ୍ପର୍କୀୟମାନଙ୍କୁ ନିଜ ସହିତ ନେଇଯାଇପାରିବେ।

ଆସନ୍ତୁ ଜାଣିବା ଏହି ସବୁ ଖର୍ଚ୍ଚ କେଉଁ କେଉଁ ବାବଦରେ ଯାଇଥାଏ:
ସରକାରୀ ରେଜିଷ୍ଟ୍ରେସନ ଫିସ: ୫୦୦ – ୩,୦୦୦ ଟଙ୍କା
ଆଫିଡେଭିଟ, ନୋଟାରୀ ଏବଂ ଷ୍ଟାମ୍ପ: ୫୦୦ – ୨,୦୦୦ ଟଙ୍କା
ଓକିଲ / ସର୍ଭିସ ପ୍ରୋଭାଇଡର ଫିସ: ୩,୦୦୦ – ୧୨,୦୦୦ ଟଙ୍କା
ସାକ୍ଷୀମାନଙ୍କ ସହ ଜଡ଼ିତ ଆନୁଷଙ୍ଗିକ ଖର୍ଚ୍ଚ: ୨,୦୦୦ – ୫,୦୦୦ ଟଙ୍କା
ଫଟୋ, ଫଟୋକପି ଓ ଯାତାୟାତ: ୫୦୦ – ୧,୫୦୦ ଟଙ୍କା

 


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri