ଚାରା ରୋପଣରେ ଦୁର୍ନୀତି

ଭୁବନେଶ୍ୱର,୨ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ବାନ ହୋଇଛି। ଜଙ୍ଗଲ ଧ୍ୱଂସ ଏହାର ଏକ ପ୍ରମୁଖ କାରଣ। ବନୀକରଣ ଉପରେ ସବୁସ୍ତରରେ ଜୋର ଦିଆଯାଉଛି। କିନ୍ତୁ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ହେଉଥିବା ଅନିୟମିତତା ରାଜ୍ୟର ବନୀକରଣକୁ ବିପର୍ଯ୍ୟସ୍ତ କରିଛି। ଏଥିପାଇଁ ଚାରା ରୋପଣର ଯୋଜନା ପ୍ରସ୍ତୁତ କରିବାରେ ବିଫଳ, ଉପଯୁକ୍ତ ସ୍ଥାନ ଓ ଜଳବାୟୁ ସହ ଖାପଖୁଆଉ ଥିବା ଚାରା ନ ଲଗାଇବା, ସେଗୁଡ଼ିକୁ ଲଗାଇବା ପରେ ଯତ୍ନ ନ ନେବା, ନିୟମକୁ ଉଲ୍ଲଂଘନ କରିବା, ଚାରା ରୋପଣର ରେକର୍ଡ ନ ରଖିବା, ପିସିସିଏଫ୍‌ ଓ ବନଖଣ୍ଡ ସ୍ତରରେ ତାଳମେଳ ନ ରହିବାକୁ ଦାୟୀ କରାଯାଉଛି। କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଏନେଇ ପ୍ରଶ୍ନ ଉଠାଇଛନ୍ତି। ସୋମବାର ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ (ସମ୍ପାଦନ ଓ ଅନୁପାଳନ ସମୀକ୍ଷା)- ୨୦୨୦ରୁ ବିଭାଗରେ ଅର୍ଥ ହରିଲୁଟ୍‌ ଓ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି।
ସିଏଜି ଦର୍ଶାଇଛନ୍ତି ଯେ, ସହରାଞ୍ଚଳ ଚାରାରୋପଣ, ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅନିୟମିତତା ଯୋଗୁ ସରକାରଙ୍କୁ ୧୪.୮୨ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିଛି। ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ରାସ୍ତାକଡ଼ ବନୀକରଣ ନଷ୍ଟ ହୋଇଥିଲା। ଚାରାରୋପଣ ପାଇଁ ଭୁଲ ସ୍ଥାନ ଚୟନ ଓ ଅନୁପଯୁକ୍ତ ପରିଚାଳନା ଯୋଗୁ ୨୫୧ ସ୍ଥାନରେ ଚାରାରୋପଣ ସମ୍ପୂର୍ଣ୍ଣ ଫେଲ ମାରିଛି। ରାଉରକେଲା ବନଖଣ୍ଡ ଡିଭିଜନରେ ୨୦୧୫ରୁ ୨୦୧୬ ମଧ୍ୟରେ ପାନପୋଷ, କୁଆଁରମୁଣ୍ଡା, ରାଜଗାଙ୍ଗପୁର ସହରାଞ୍ଚଳ ଚାରାରୋପଣରେ ଜଳ ସିଞ୍ଚନ ପାଇଁ ବିନା ଟେଣ୍ଡରରେ ୬୯.୧୨ ଲକ୍ଷ ଟଙ୍କା ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।
ରାଜ୍ୟରେ ସବୁଜ ବଳୟ ସୃଷ୍ଟି କରିବା ପୂର୍ବରୁ ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ ରାଜ୍ୟ ସରକାର ନିଜସ୍ବ ଜଙ୍ଗଲ ନୀତି କରିବା କଥା। ମାତ୍ର ଏହା ନ ହେବା ଯୋଗୁ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ଯୋଜନା ହୋଇପାରି ନାହିଁ। ଚାରା ରୋପଣ ପରେ ରକ୍ଷଣାବେକ୍ଷଣ ନେଇ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ରିପୋର୍ଟ ରଖିନାହାନ୍ତି। ଏ ଦିଗରେ ଅନ୍ଧାରରେ ରଖାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରାଜ୍ୟର ଜଳବାୟୁ ଅନୁସାରେ ଶାଳ ଗଛ ଲଗାଇବା ସ୍ଥାନରେ ଜଙ୍ଗଲ ବିଭାଗ ଶାଗୁଆନ ଗଛ ଲଗାଇଥିଲେ, ଯାହାକି ଜୈବ ବିଭିଧତାକୁ ନଷ୍ଟ କରିଥିଲା। ରାଜ୍ୟରେ ମହାତ୍ମା ଗାନ୍ଧୀ
ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ହେଉଥିବା ଚାରାରୋପଣକୁ ନେଇ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ମଧ୍ୟରେ କାୈଣସି ସମନ୍ବୟ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି।
ଅନୁପଯୁକ୍ତ ସ୍ଥାନ ଚୟନ ଓ ଡିଏଫ୍‌ଓ ଚାରାରୋପଣ ପ୍ରକଳ୍ପ ଦେବାରେ ବିଳମ୍ବ କରିବାରୁ ଅଧିକାଂଶ ଗଛ ବଞ୍ଚତ୍ପାରିନାହିଁ। ଏକ ସର୍ଭେକୁ ଉଦାହରଣ ଭାବେ ଦେଖାଯାଇଥିଲା, ଯେଉଁଥିରେ ୪୮୫ଟି ଗଛରୁ ମାତ୍ର ୧୯୧ଟି ବଞ୍ଚିଥିଲା। ଏବାବଦ ରାଜ୍ୟସାରା ୧୩.୧୭ କୋଟି ଟଙ୍କା ପାଣିରେ ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା, ଅଡିଟ୍‌ ଟିମ୍‌ ଓ ବନ ଅଧିକାରୀମାନେ ମିଳିତ ଭାବେ ୪୧ଟି ରୋପଣ ଚାରାକୁ ଯାଞ୍ଚ କରିଥିଲେ, ସେଥିରୁ ୨୭ଟି ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ଏଭଳି ସମୁଦାୟ ଦେଖିଲେ, ୨.୬୭ କୋଟି ଟଙ୍କା ବରବାଦ ହୋଇଥିବା ରିପୋର୍ଟରେ କୁହାଯାଇଛି। ବ୍ଲକ ଓ ସହର ଚାରାରୋପଣ କାର୍ଯ୍ୟ ସମାନ ଥାଏ। କିନ୍ତୁ ସହରରେ ଚାରାରୋପଣ ପାଇଁ ଅଧିକ ମାନବ ଦିବସ ଦର୍ଶାଇ ୩୯.୮ କୋଟି ଟଙ୍କା ହରିଲୁଟ୍‌ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ୨୦୧୩ରୁ ୨୦୧୮ ମଧ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ପାଇଁ ୨୫.୮୪ କୋଟି ଟଙ୍କା ଓଡ଼ିଶା ବାଉଁଶ ବିକାଶ ଏଜେନ୍ସିକୁ ଦିଆଯାଇଥିଲା। ସେଥିରୁ ୭.୭ କୋଟି ଖର୍ଚ୍ଚ କରାଯାଇ ନ ଥିଲା। ମାତ୍ର ଏଜେନ୍ସି ପକ୍ଷରୁ ସମସ୍ତ ଅର୍ଥ ବିନିଯୋଗ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଅଡିଟ୍‌ ବେଳେ ସିଏଜି ଏଭଳି ଚଞ୍ଚକତାକୁ ପର୍ଦ୍ଦାଫାଶ କରିଛନ୍ତି।
ସେହିପରି ସୁନ୍ଦରଗଡ଼ ବନଖଣ୍ଡରେ ଶାଗୁଆନ, କରଞ୍ଜ, ଶିଶୁ, ବାଉଁଶ, ସୀମାଗୁଡ଼ା, ଗମ୍ଭାରୀ, ଶିରୀଶ, ନିମ୍ବ ଆଦି ନିମନ୍ତେ ୧୦ ଲକ୍ଷ ୪୯ ହଜାର ୮୨୫ ଟଙ୍କା ବ୍ୟୟରେ ୧୦ ହଜାର ବୃକ୍ଷରୋପଣ କରାଯାଇଥିଲା। ସେଥିରୁ ମାତ୍ର ୩.୯% ବୃକ୍ଷ ବଞ୍ଚିଥିବା ସିଏଜି ତାଙ୍କ ଅଡିଟ୍‌ରେ ଦର୍ଶାଇଛନ୍ତି। ସେହିପରି କ୍ଷତିପୂରକ ବନୀକରଣ(କାମ୍ପା)ରେ ମଧ୍ୟ ଜଙ୍ଗଲ ବିଭାଗ ଫେଲ୍‌ ମାରିଛ। ୨୦୧୩ରୁ ୨୦୧୮ରେ ୨୧, ୯୨୮, ୪୩୨ ହେକ୍ଟର ଜମିରେ ବନୀକରଣ ଧାର୍ଯ୍ୟ କରାଯାଇଥିବାବେଳେ ମାତ୍ର ୧୭,୯୩୧, ୩୯୮ ହେକ୍ଟରରେ ଜମିରେ ବନୀକରରଣ କରାଯାଇଛି। ହେନ୍ତାଳ ବନ ସୃଷ୍ଟି କରିବାରେ ମଧ୍ୟ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ରାଜନଗର ସମୁଦ୍ରକୂଳରେ ୨୦୧୪-୧୫ରେ ୩୬.୪୬ କୋଟି ବ୍ୟୟରେ ପ୍ରାୟ ୪ ଲକ୍ଷ ହେନ୍ତାଳ ଗଛ ଲଗାଯାଇଥିଲା। ସେଥିରୁ ମାତ୍ର ୩୬.୪% ଗଛ ଥିଲା। ଏହା ଏକ ପ୍ରକାର ବିଫଳ ହୋଇଛି ବୋଲି ସିଏଜି ରିପୋର୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?