CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଟପିଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ କ୍ୱାରାଣ୍ଟାଇନ୍‌ରୁ ଓ ୧୧୦୬ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୨୪, କଟକ ୨୪୧, ନୟାଗଡ଼ରେ ୨୩୨ ଓ ଗଞ୍ଜାମର ୨୨୬ ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୬, ବାଲେଶ୍ୱର ୧୪୦, ବରଗଡ଼ ୯, ଭଦ୍ରକ ୧୦୭, ବଲାଙ୍ଗୀର ୧୭୩, ବୌଦ୍ଧ ୧, ଦେବଗଡ଼ ୩, ଢ଼େଙ୍କାନାଳ ୪୪, ଗଜପତି ୫୩, ଜଗତସିଂହପୁର ୮୪, ଯାଜପୁର ୬୯, ଝାରସୁଗୁଡ଼ା ୪୯, କଳାହାଣ୍ଡି ୭୬, କନ୍ଧମାଳ ୬୩, କେନ୍ଦ୍ରପଡ଼ା ୫୭, କେନ୍ଦୁଝର ୩୫, କୋରାପୁଟ ୧୩୨, ମାଲକାନଗିରି ୫୬, ମୟୁରଭଞ୍ଜ ୫୩, ନବରଙ୍ଗପୁର ୩୭, ନୂଆପଡ଼ା ୮, ପୁରୀ ୧୦୪, ରାୟଗଡ଼ା ୧୦୫, ସମ୍ବଲପୁର ୭୭, ସୁବର୍ଣ୍ଣପୁର ୨୩, ସୁନ୍ଦରଗଡ଼ ୧୦୧ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪୬,୯୩୫ଜଣ ସୁସ୍ଥ ଓ ୨୨,୬୫୧ ଜଣ ଚିକିତ୍ସାଧିନ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ

ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ...

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ...

ଗଳାବାଟରେ ଚାଲିଛି ଚଳପ୍ରଚଳ

ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

ଭିଜିଲାନ୍ସ ଜାଲରେ ବନ ବିଭାଗର କୋଟିପତି କିରାଣ

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ବନସଂରକ୍ଷକ (ସିସିଏଫ୍‌) କେନ୍ଦୁଲିଫ୍‌ କଟକ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କ ଘର ଓ...

କରୋନାକୁ ଜିତିଲେ ୯୩ ବର୍ଷର ବୃଦ୍ଧା !

ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍‌ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ...

ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା...

ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ...

ଶିଶୁ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଗିରଫ

ଝାରସୁଗୁଡ଼ା ଅଫିସ,୨୩ା୫: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରୁ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିିଛି। ସେ ହେଲେ ଛତିଶଗଡ଼...

Advertisement
Archives

Model This Week