CORONAVIRUS UPDATE: ୨୮ ଜିଲାରୁ ୧୩୮୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୮ ଜିଲାରୁ ୧୩୮୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୮୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୪, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୪୦, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨,କଟକରୁ ୧୨୧, ଢେଙ୍କାନାଳରୁ ୫୧, ଗଜପତିରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୬୬, ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୪୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୩, ପୁରୀରୁ ୩୪, ସମ୍ବଲପୁରରୁ ୮୨, ସୁବର୍ଣ୍ଣପୁରରୁ ୧ ଓ ସୁନ୍ଦରଗଡ଼ରୁ ୬୪ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୬୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୩୫୦ ଚିକିତ୍ସାଧୀନ ଅଛନ୍ତି। ୨୩୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ ହସାଇଲା ‘ଟୁ ମଚ୍‌’

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଷ୍ଟାଣ୍ଡ୍‌-ଅପ୍‌ କମେଡିର କ୍ରେଜ୍‌ ଧୀରେ ଧୀରେ ଭୁବନେଶ୍ୱରରେ ଅଧିକ ଦେଖୁଥିବା ବେଳେ ଶନିବାର ସନ୍ଧ୍ୟାରେ ଏକ ଦମ୍‌ଦାର୍‌ ଷ୍ଟାଣ୍ଡ୍‌-ଅପ୍‌ କମେଡି ଶୋ’ର ମଜା ନେଇଥିଲେ...

ଗୋଟିଏ ଦିନରେ ୧୪ କଣ୍ଟେନମେଣ୍ଟ ଜୋନ ଘୋଷଣା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ବଢ଼ିଲା ସରକାରଙ୍କ ଚିନ୍ତା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ଦିନକୁ ଦିନ ତୀବ୍ର ଗତିରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ମାମଲା ଏତେ ସଂଖ୍ୟାରେ ବୃଦ୍ଧି ପାଉଛି ଯେ,...

ଡବ୍ଲ୍ୟୁଏଚ୍‌ଓକୁ ସହାୟତା ବନ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୪(ପି.ଟି.): କୋଭିଡ୍‌ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବାବେଳେ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦାୟୀ କରିଛି ଆମେରିକା। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ...

ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର...

ଆନ୍ତଃ ଜିଲା ସିଂଗଝର ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ :ପ୍ରଥମ ଦିବସରେ କାପସି, ମାନିଗାଁ ବିଜୟୀ

ସିନାପାଲି,୨୧।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ସିଂଗଝର ଫୁଟବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ କାପସି ବନାମ ଚଟିଆଗୁଡା ଓ ମାନିଗାଁ...

ଜଳ ପରିମଳ: ଓଡ଼ିଶା ପାଇବ ୫୨୮୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌...

ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ନିର୍ମାଣ, ଖନନ ବାଧାପ୍ରାପ୍ତ:ଆମସାର ଆକ୍ଟ ଲାଗୁ ନେଇ ଏଏସ୍‌ଆଇ ଅଧିକାରୀଙ୍କ ଚେତାବନୀ

ପୁରୁଣା ଭୁବନେଶ୍ୱର, ୨୧। ୧ (ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ପୁରୀ ଭଳି ବିକାଶ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବ...

Advertisement
Archives

Model This Week