ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଶୁକ୍ରବାର କଟକରୁ ସର୍ବାଧିକ ୩୮ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬, ଯାଜପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଏବଂ ଅନୁଗୋଳରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, କେନ୍ଦୁଝର ଏବଂ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୦୪,୮୭୫ରେ ପହଞ୍ଚିଥିବା ବେଳେ ୯,୮୮,୮୫୪ଜଣ ସୁସ୍ଥ ହୋଇଛନ୍ତି। ୮୨୭୧ ଜଣ ଚିକିିତ୍ସିତ ହେଉଛନ୍ତି। ୭୬୯୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ:କଳା ପାସ୍‌ ହାର ୭୧%, ବିଜ୍ଞାନ ୯୨%, ବାଣିଜ୍ୟ ୮୩%

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ମୋଟ ୨୨,୭୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧,୬୨୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ...

ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ...

ସପ୍ତାହରେ ୨ ଦିନ ଜଗା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୬।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଶନିବାର ଓ ରବିବାର...

ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳି

ପୁରୁଷୋତ୍ତମପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛିଛି।...

ବିଦେଶୀ ମଦ ଦୋକାନକୁ ବିରୋଧ କଲା କୁଇ ସମାଜ: ୨୫ ସୁଦ୍ଧା ବନ୍ଦ ନ ହେଲେ ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୯ା୧୧- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରୀକୂମ୍ପାଠାରେ ଖୋଲିଥିବା ସରକାରୀ ବିଦେଶୀ ମଦ ଦେକାନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଛନ୍ତି। ତୁରନ୍ତ ଉକ୍ତ...

ଆଜିଠୁ ୩ଦିନ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ ଅଫିସ, ୩ା୧୨: ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ଅବସରରେ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା...

Advertisement
Archives

Model This Week