କେନ୍ଦୁଝରରେ ୫ ଦିନରେ କରୋନା ନେଲାଣି ୪ ଜୀବନ

କେନ୍ଦୁଝର,୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶନିବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଗତ ୫ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉଭୟ ଆନନ୍ଦପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଆନନ୍ଦପୁର ଅଞ୍ଚଳରେ ମୃତ୍ୟୁସଂଖ୍ୟା ୩ ହୋଇଥିବା ବେଳେ ଅନ୍ୟ ଜଣେ ଯୋଡ଼ା ଅଞ୍ଚଳର। ଫଳରେ ଆନନ୍ଦପୁର ଅଞ୍ଚଳ ସମ୍ବେଦନଶୀଳ ହୋଇପଡୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆନନ୍ଦପୁର ପୌରାଞ୍ଚଳ ଓ ଅନ୍ୟ କେତେକ ଅଞ୍ଚଳକୁ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି ଲୋକଙ୍କୁ ଅଧିକ ସଚେତନ କରାଇଛି। ସେହିପରି ଜିଲାରେ ୨ କରୋନା ଯୋଦ୍ଧା ଓ ଯୋଡ଼ା ବ୍ଲକ ସେରେଣ୍ଡା ଅଞ୍ଚଳରେ ଜଣେ ରୋଗୀକୁ ମିଶାଇ ସମୁଦାୟ ୩ କରୋନା ପଜିଟିଭ୍‌ ଥିବା ଜିଲା ପ୍ରଶାସନ ସୂଚନା ଦେଇଛନ୍ତି। ଦୁଇ ମୃତକଙ୍କ ବୟସ ୬୦ ଓ ୭୯। ଉଭୟ ପୁରୁଷ। ସେମାନେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୧ରେ ପହଞ୍ଚଛି। ୭୬୬ ଜଣ ସୁସ୍ଥ ହୋଇଥିବା ବେଳେ ୨୪୩ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର, ୨୨।୧୨(ଡି.ଏନ.ଏ.)- ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅତିରିକ୍ତ ଜିଲା...

ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୧୮ କୁ ବୃଦ୍ଧି...

ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୨୮।୩: ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ନିଆଁ ଲାଗିଛି।...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ସବୁ ରୋଗୀ ସୁରକ୍ଷିତ ଉଦ୍ଧାର

କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।...

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର...

୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ...

ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍‌

ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ...

ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।...

Advertisement
Archives

Model This Week