ଆଇଆଇସି, ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ କରୋନା: ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବଡ଼ମ୍ବା,୨୮ା୬(ଡି.ଏନ୍‌.ଏ.)- କଟକ ଜିଲା ବଡ଼ମ୍ବା ଅଞ୍ଚଳରେ କରୋନା କାୟା ବିସ୍ତାର କରୁଛି। ଶନିବାର ରାତିରେ ବଡ଼ମ୍ବା ଥାନା ଆଇଆଇସି ଓ ରବିବାର ଜାତୀୟ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଆକାଉଣ୍ଟାଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ବଡ଼ମ୍ବାସ୍ଥିତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪ ଜଣ ପ୍ରବାସୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ରହିଛନ୍ତି। ପ୍ରବାସୀମାନେ ବଡମ୍ବା ବ୍ଲକର ବୃନ୍ଦାବନପୁର, ପଦ୍ମନାଭପୁର, କୁଅଁାରପାଳ ଓ ଝାଜିଆ ଆଦି ଅଞ୍ଚଳର ହୋଇଥିବା ବେଳେ ରାଞ୍ଚତ୍, ବେଙ୍ଗାଲୁରୁ ଓ ମହାରାଷ୍ଟ୍ର ଆଦି ଅଞ୍ଚଳରୁ ଫେରିଥିଲେ। ରିପୋର୍ଟ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୪ ପ୍ରବାସୀଙ୍କୁ କଟକସ୍ଥିତ କୋଭିଡ଼୍‌ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ଘର ଢେଙ୍କାନାଳ ଜିଲାରେ ହୋଇଥିତ୍ବାରୁ ତାଙ୍କୁ ସେଠାକାର କୋଭିଡ୍‌ ଚିକିତ୍ସାଳୟରେ ରଖାଯାଇଛି। ସଂକ୍ରମଣ ରୋକିବା ପାଇଁ ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ନିୟମ ସୋମବାର ଦିନ ୧୦ଟାରୁ ଲାଗୁ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ଥାନା ଅଧିକାରୀ ଓ ବ୍ୟାଙ୍କ ଆକାଉଣ୍ଟାଣ୍ଟ ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଥାନା କର୍ମଚାରୀ, ଚିକିତ୍ସା କର୍ମଚାରୀ, ଖବରଦାତା, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଆଦି ୫୦ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏହାଛଡ଼ା ଆଠଗଡ଼ ଏସ୍‌ଡିପିଓ, କଟକ ଜିଲା ଆଡିଶନାଲ ଏସ୍‌ପିଙ୍କ ମଧ୍ୟ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ସେଠାକାର ସ୍ଥିତି ଅନୁଧ୍ୟାନ କରି ଏକ ଜରୁରି ବୈଠକ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri