ଆଇଆଇସି, ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ କରୋନା: ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବଡ଼ମ୍ବା,୨୮ା୬(ଡି.ଏନ୍‌.ଏ.)- କଟକ ଜିଲା ବଡ଼ମ୍ବା ଅଞ୍ଚଳରେ କରୋନା କାୟା ବିସ୍ତାର କରୁଛି। ଶନିବାର ରାତିରେ ବଡ଼ମ୍ବା ଥାନା ଆଇଆଇସି ଓ ରବିବାର ଜାତୀୟ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଆକାଉଣ୍ଟାଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ବଡ଼ମ୍ବାସ୍ଥିତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪ ଜଣ ପ୍ରବାସୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଶ୍ରମିକ ରହିଛନ୍ତି। ପ୍ରବାସୀମାନେ ବଡମ୍ବା ବ୍ଲକର ବୃନ୍ଦାବନପୁର, ପଦ୍ମନାଭପୁର, କୁଅଁାରପାଳ ଓ ଝାଜିଆ ଆଦି ଅଞ୍ଚଳର ହୋଇଥିବା ବେଳେ ରାଞ୍ଚତ୍, ବେଙ୍ଗାଲୁରୁ ଓ ମହାରାଷ୍ଟ୍ର ଆଦି ଅଞ୍ଚଳରୁ ଫେରିଥିଲେ। ରିପୋର୍ଟ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୪ ପ୍ରବାସୀଙ୍କୁ କଟକସ୍ଥିତ କୋଭିଡ଼୍‌ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ଘର ଢେଙ୍କାନାଳ ଜିଲାରେ ହୋଇଥିତ୍ବାରୁ ତାଙ୍କୁ ସେଠାକାର କୋଭିଡ୍‌ ଚିକିତ୍ସାଳୟରେ ରଖାଯାଇଛି। ସଂକ୍ରମଣ ରୋକିବା ପାଇଁ ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ନିୟମ ସୋମବାର ଦିନ ୧୦ଟାରୁ ଲାଗୁ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ଥାନା ଅଧିକାରୀ ଓ ବ୍ୟାଙ୍କ ଆକାଉଣ୍ଟାଣ୍ଟ ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଥାନା କର୍ମଚାରୀ, ଚିକିତ୍ସା କର୍ମଚାରୀ, ଖବରଦାତା, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଆଦି ୫୦ ଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏହାଛଡ଼ା ଆଠଗଡ଼ ଏସ୍‌ଡିପିଓ, କଟକ ଜିଲା ଆଡିଶନାଲ ଏସ୍‌ପିଙ୍କ ମଧ୍ୟ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ସେଠାକାର ସ୍ଥିତି ଅନୁଧ୍ୟାନ କରି ଏକ ଜରୁରି ବୈଠକ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ପିସିଆର ଭ୍ୟାନ୍‌କୁ ଠେଲିଲା ପୋଲିସ

ଭୁବନେଶ୍ୱର,୧୮।୭ (ସୂର୍ଯ୍ୟକାନ୍ତ ବେହେରା):ପାଟ୍ରୋଲିଂ ବେଳେ ମଝି ରାସ୍ତାରେ ହଠାତ୍‌ ଅଚଳ ହୋଇପଡିଲା ପିସିଆର୍‌ ଭ୍ୟାନ୍‌। ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ...

ବଜ୍ରକାପ୍ତା ଚାଲାଣ ରୋକିବାକୁ ପ୍ରୟାସ: ସୂଚନା ଦେଲେ ମିଳିବ ୧୦ହଜାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବଜ୍ରକାପ୍ତା ଚୋରାଚାଲାଣ ବନବିଭାଗର ନିଦ ହଜାଇ ଦେଇଛି। ବନ୍ୟପ୍ରାଣୀ ଚୋରାଚାଲାଣରେ ବଜ୍ରକାପ୍ତାର ସବୁଠାରୁ ଅଧିକ କାରବାର ହୋଇଥାଏ। ଗତ କିଛିମାସ ହେବ ରାଜ୍ୟର ବିଭିନ୍ନ...

ରବିବାର ଖୋଲିବ ବହିଦୋକାନ: ରୋଗୀ ଯାତାୟତ ପାଇଁ ପ୍ରଶାସନ ଧାର୍ଯ୍ୟ କଲା ଅଟୋ ଭଡ଼ା

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଭଦ୍ରକରେ ଆଶିଂକ ଭାବେ ଏହାକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀ...

ଶିକ୍ଷା ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲଗୁଡ଼ିକୁ ୫-ଟି ମଡେଲରେ କେବଳ ପାକିସ୍ତାନୀ ରଙ୍ଗ ବୋଳିଲେ ହେବନାହିଁ। ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ। ଯେଉଁଠି ଶିକ୍ଷା ନାହିଁ ସେଠାରେ ସାମାଜିକ କିମ୍ବା...

ରାଜଧାନୀରେ ବିଗୁଡ଼ୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୧୯୧ ଆକ୍ରାନ୍ତ; ଖଣ୍ଡଗିରି-ପଟିଆରୁ ସର୍ବାଧିକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି...

ଚିହ୍ନଟ ହେବ ନୂଆ ଲଘୁ ଖଣିଜ ପଦାର୍ଥ ଉତ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଲୋକସେବା ଭବନରୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଲଘୁ ଖଣିଜ ପଦାର୍ଥର ସମୀକ୍ଷା...

ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେଲେ ସରକାର

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୪।୧୨(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଷ୍ଟାଇଲ ମିଲ୍‌ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ନିଜ ଅକ୍ତିଆରକୁ...

Advertisement
Archives

Model This Week