କରୋନା ରୋଗୀଙ୍କ ନିକଟରେ ରେକ୍ଟାଲ୍‌ ବ୍ଲିଡିଂ ଭୟ

ନୂଆଦିଲ୍ଲୀ,୩୦।୬: ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନା ରୋଗୀଙ୍କ ନିକଟରେ ସାଂଘାତିକ ରେକ୍ଟାଲ ବ୍ଲିଡିଂ ବିପଦ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର ୨ଟି ହସ୍ପିଟାଲରେ ଏଭଳି ୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ନିକଟରେ କରୋନାରେ ଆକ୍ରାନ୍ତ ହେବାର ୨୦ରୁ ୩୦ ଦିନ ପରେ ରେକ୍ଟାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା। ତେବେ ଏହି ରେକ୍ଟାଲ ବ୍ଲିଡିଂ ସମସ୍ୟା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତି, କ୍ୟାନ୍ସର ଓ ଏଡ୍ସରେ ପୀଡ଼ିତ ରୋଗୀଙ୍କ ନିକଟରେ ଦେଖିବାକୁ ମିଳୁଛି। ଭାରତରେ ପ୍ରଥମ ଥର କୋଭିଡ ରୋଗୀଙ୍କ ନିକଟରେ ରେକ୍ଟାଲ ବ୍ଲିଡିଂ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ସାଇଟୋମେଗାଲୋ ଭାଇରସ୍‌ ସହ ଜଡିତ ରହିଛି ବୋଲି ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ ପ୍ରଫେସର ଡ. ଅନୀଲ ଅରୋରା କହିଛନ୍ତି। ରେକ୍ଟାଲ ବ୍ଲିଡିଂ ମାମଲାରେ ରୋଗୀଙ୍କୁ ପେଟ ବ୍ୟଥା, ମଳତ୍ୟାଗ ସମୟରେ ରକ୍ତସ୍ରାବ ସମସ୍ୟା ଦେଖାଦେଇଥାଏ। କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସାରେ ଦିଆଯାଉଥିବା ଷ୍ଟେରୋଏଡ୍‌ ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ଅନୀଲ ଅରୋରା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗଙ୍ଗାରାମ ହସ୍ପିଟାରେ ଭର୍ତ୍ତି ହୋଇଥିବା ୫ଜଣ ରୋଗୀଙ୍କ ବୟସ ୩୦ରୁ ୭୦ ହୋଇଥିବା ବେଳେ ସମସ୍ତେ ଦିଲ୍ଲୀ-ଏନ୍‌ସିଆର ବୋଲି ଜଣାପଡ଼ିଛି। ସେଥିରୁ ୨ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେଉଥିଲା। ତେଣୁ ଜଣଙ୍କର ଜୀବନ ବଞ୍ଚାଇବା ପାଇଁ ବଡ଼ ଅପରେଶନ୍‌ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି। ବାକି ଆଉ ୩ଜଣଙ୍କର ସଫଳତାର ସହ ଆଣ୍ଟିଭାଇରାଲ ଥେରାପି ଚିକିତ୍ସା କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?