ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍‌ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।
କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ନୂଆଗାଁର ଜଣେ ୧୯ ବର୍ଷୀୟା ଯୁବତୀ ଏବଂ ୮୦ର ଜଣେ ବୃଦ୍ଧା। ଉଭୟଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସାମନ୍ତରାପୁର ଲିଙ୍କ୍‌ ରହିଛି। ଏକ ହସ୍ପିଟାଲର ଦୁଇ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୨୯ ବର୍ଷୀୟ ଯୁବକ ଏବଂ ୨୭ ବର୍ଷୀୟା ଯୁବତୀ। ସେହିପରି ଆଉ ଏକ ବେରସକାରୀ ହସ୍ପିଟାଲର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୪୬ ବର୍ଷୀୟା ମହିଳା ହୋଇଥିବା ବେଳେ ଆଉ ଜଣେ ୩୨ ବର୍ଷୀୟ ଯୁବକ। ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଜଣକ ୨୯ ବର୍ଷୀୟା ମହିଳା। ସେହିପରି ପାହାଳର ଜଣେ ୩୨ ବର୍ଷୀୟ ଯୁବକ ଅଛନ୍ତି। ସେ ପଞ୍ଜାବରୁ ଫେରିଥିଲେ। ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଚିହ୍ନଟ ହୋଇଛନ୍ତି। ସେ କୋଲକାତାରୁ ଫେରିଥିଲେ। ନେତାଜୀ କ୍ଲକ ନିକଟ ଜଣେ ୨୭ ବର୍ଷୀୟ ଯୁବକ, ଭରତପୁର ତେଲ୍‌ଗୁ ସାହିର ଜଣେ ୬୦ ବର୍ଷର ବୃଦ୍ଧ। ଘାଟିକିଆ ନିକଟରୁ ଜଣେ ୨୧ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କର ସମ୍‌ ହସ୍ପିଟାଲ ଲିଙ୍କ୍‌ ରହିଛି। ୟୁନିଟ୍‌-୪ର ଜଣେ ୨୪ ବର୍ଷୀୟ ଯୁବକ, ସିଇଟି କଲେଜ ନିକଟ ଜଣେ ୨୯ ବର୍ଷୀୟ ବ୍ୟାଙ୍କ କର୍ମଚାରୀ, ଝାରପଡ଼ା ମହାବୀର ନଗରର ୩୦ ବର୍ଷୀୟ ଜଣେ ବ୍ୟାଙ୍କ କର୍ମଚାରୀ, ସୁନ୍ଦରପୁର ଜଣେ ୩୨ ବର୍ଷୀୟ ଯୁବକ। ସେହିପରି ପଳାସପଲ୍ଲୀର ଜଣେ ୩୧ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଳ୍ପନା ଛକ ନିକଟ ଏକ ସରକାରୀ ଅଫିସର ୨ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, କେବଳ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୦ ସୁସ୍ଥ ହୋଇଛନ୍ତି। ୧୫୬ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri