Posted inଖେଳ

ଆଇପିଏଲ୍‌ରେ କରୋନା: ସିଏସ୍‌କେର ୧୩ ପଜିଟିଭ୍‌, ରାଇନାଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ/ଦୁବାଇ, ୩୦ା୮ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌ରେ ବିଭ୍ରାଟ ଦେଖା ଦେଇଛି। ଦୁଇଜଣ କ୍ରିକେଟରଙ୍କ ସମେତ ଦଳର ୧୩ଜଣ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ବେଳେ ଅଲରାଉଣ୍ଡର ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟି୨୦ ଲିଗ୍‌ରୁ ଓହରି ଘରବାହୁଡ଼ା କରିଛନ୍ତି। ରାଇନା କିଛିଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କୋଭିଡ୍‌ -୧୯ ଯୋଗୁ ଏଥର ଆଇପିଏଲ୍‌ ଭାରତରେ ନହୋଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହୋଇଛି। ଟୁର୍ନାମେଣ୍ଟର ମ୍ୟାଚଗୁଡ଼ିକ ଦେଶର ତିନୋଟି ସହରରେ ଖେଳାଯିବ। କୋଭିଡ୍‌ ସଂକ୍ରମିତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଦଳର ଅନ୍ୟ ସଦସ୍ୟମାନଙ୍କଠାରୁ ଦୂରେଇ ରଖାଯାଇଛି। କାହା ନିକଟରେ କିନ୍ତୁ କରୋନା ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ସମସ୍ତେ ଆଇପିଏଲD ମେଡିକାଲ ଟିମ୍‌ ନଜରରେ ଅଛନ୍ତି। ଟେଷ୍ଟରେ ପଜିଟିଭ୍‌ ଆସିଥିବା ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ହ୍ବାଇଟ୍‌ ବଲ୍‌ ଟି୨୦ ସ୍ପେଶାଲିଷ୍ଟ ସିମର ଏବଂ ଅନ୍ୟ ଜଣେ ଭାରତ ଏ’ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ବୋର୍ଡ କିନ୍ତୁ କୌଣସି ବ୍ୟକ୍ତିଙ୍କ ନାମ ପ୍ରକାଶ କରି ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି ୟୁଏଇରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଗ୍ରୁପ୍‌ର ଅଗଷ୍ଟ ୨୦ରୁ ୨୮ ମଧ୍ୟରେ ମୋଟ ୧,୯୮୮ ଆରଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ଖେଳାଳି ସପୋର୍ଟ ଷ୍ଟାଫ୍‌, ଆଇପିଏଲ୍‌ ଅପରେଶନାଲ ଷ୍ଟାପ୍‌, ଟିମ୍‌ ମ୍ୟାନେଜମେଣ୍ଟ,ବିସିସିଆଇ ଷ୍ଟାଫ୍‌, ଆଇପିଏଲ୍‌ ଅପରେଶନାଲ ଟିମ୍‌, ହୋଟେଲ ଓ ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟ ଷ୍ଟାଫ୍‌ଙ୍କର ଟେଷ୍ଟ ହୋଇଥିଲା। ଆଇପିଏଲ୍‌ ୨୦୨୦ ହେଲ୍‌ଥ ଆଣ୍ଡ୍‌ ସେଫ୍ଟି ପ୍ରୋଟୋକଲ ଅନୁସାରେ ଆଇପିଏଲ୍‌ ୨୦୨୦ ସିଜନ ସାରା ସମସ୍ତ ଅଂଶଗ୍ରହଣକାରୀଙ୍କ ନିୟମିତ ଟେଷ୍ଟ ହେବ। ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ପରେ ଆର୍‌ଟି-ପିସିଆର୍‌ ଟେଷ୍ଟରେ ଦୁଇଥର ନେଗେଟିଭ୍‌ ଆସିଲେ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିବା ବାୟୋ-ବବଲରେ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ରାଇନାଙ୍କ ଭଳି ଖେଳାଳି ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ସେ କାହିଁକି ଓହରିଗଲେ ତାହାର କାରଣ ଯଦିଓ ଦର୍ଶାଇ ନାହାନ୍ତି, ବର୍ତ୍ତମାନ ପରିସ୍ଥିତିରେ ନିଜ ପରିବାର ସହିତ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଦୁବାଇରେ ସିଏସ୍‌କେର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଇତି ମଧ୍ୟରେ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇସାରିଛି। ଅନ୍ୟପକ୍ଷରେ ଆଇପିଏଲ୍‌ ପାଇଁ ଏକଭଲ ଖବର ହେଲା ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗ୍‌ନିକ୍‌ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରି ଦୁବାଇରେ ଦଳ ସହ ଯୋଗ ଦାନ କରିଛନ୍ତି। ଦିଶାନ୍ତ ୧୪ଦିନିଆ କ୍ୱାରାଣ୍ଟାଇନ୍‌ ଶେଷ କରିଛନ୍ତି। ଦୁଇଥର ନେଗେଟିଭ୍‌ ରିପୋର୍ଟ ପରେ ସେ ଦଳ ସହ ଯୋଗ ଦେଇଛନ୍ତି। ଶାରଜା, ଦୁବାଇ ଓ ଆବୁଧାବିରେ ଆଇପିଏଲ୍‌ ଖେଳାଯିବ। ଏହା ନଭେମ୍ବର ୧୦ରେ ଶେଷ ହେବ। ବିସିସିଆଇ ଏପର୍ଯ୍ୟନ୍ତ କିନ୍ତୁ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri