ବ୍ରହ୍ମପୁର ସରକାରୀ ସ୍ବତନ୍ତ୍ର ଆବାସରେ କରୋନା: ୪୫ ନାବାଳକ ପଜିଟିଭ ଚିହ୍ନଟ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ଜୁଲାଇ ମାସ ଶେଷ ବେଳକୁ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଭୟାଭୟ ସ୍ଥିତିରେ ରହିଛି। ଜିଲା ପାଇଁ ଜୁଲାଇ ମାସ ସବୁଠୁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଲକ୍‌ଡାଉନ, ସଟ୍‌ଡାଉନ ଏବଂ ସୀମା ସିଲ୍‌ ଭଳି ପଦକ୍ଷେପ ଆଉ କାମ ଦେଉନି। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ମଧ୍ୟ ଦେଖିବାକୁ ମିଳୁଛି। ବ୍ରହ୍ମପୁରର ସ୍ବତନ୍ତ୍ର ଆବାସ ଗୃହରେ ପଶିଛି କରୋନା । ଏହି ଜୁଭେନାଇଲ ହୋମ୍‌ରେ ଥିବା ୪୫ ଜଣ ବାଳ ଅପରାଧି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ବ୍ୟାପକ ସୁରକ୍ଷା ମଧ୍ୟରେ ରହୁଥିବା ସତ୍ତ୍ୱେ ଏଠାରେ ସଂକ୍ରମଣ କିପରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏଠାରେ ୧୦୦ ଜଣ ନାବାଳକ ରହୁଛନ୍ତି । ହେଲେ ସେମାନଙ୍କ ଭିତରୁ କିଛି ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ସେଥିରୁ ୭୨ ଜଣକ ସ୍ବାବ ଟେଷ୍ଟ ଶୁକ୍ରବାର କରାଯାଇଥିଲା । ସେଥିରୁ ୪୫ ଜଣଙ୍କ ପଜିଟିଭ ଆସିଥିବା ବ୍ରହ୍ମପୁର ମହାନଗର କମିଶନର (ବିଏମ୍‌ସି )ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ତେବେ ସେମାନଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ପଠାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆବାସ ଗୃହର ଅଧିକ୍ଷକ ପି.କେ ହାରା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ଅନ୍ତେବାସୀ ଙ୍କୁ ଏବେ ସ୍ବତନ୍ତ୍ର ଭାବେ ରଖାଯାଇ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି। ଅନ୍ୟପଟେ ଆକ୍ରାନ୍ତ ଅନ୍ତେବାସୀମାନେ ଏବେ ସୁସ୍ଥ ଅନୁଭବ କରୁଥିବା ମଧ୍ୟ ସେ କହିଛନ୍ତି ।
ସୂଚନା ଯୋଗ୍ୟ, ପୂର୍ବରୁ ବ୍ରହ୍ମପୁର ମଣ୍ଡଳକାରାଗାରର ଜେଲର ସମେତ ୯ ଜଣ କର୍ମଚାରୀ ଓ ୩୫ ଜଣ ବିଚାରାଧୀନ ବନ୍ଦୀଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହିପରି ବ୍ରହ୍ମପୁରରେ ଥିବା ଏହି ସ୍ବତନ୍ତ୍ର ଆବାସ ଗୃହରେ ରାଜ୍ୟର ୧୨ଟି ଜିଲାର ବାଳ ଅପରାଧୀ ସ୍ଥାନାନ୍ତର ହୋଇ ଏଠାରେ ରହିଥାନ୍ତି । ଆଜିର ଏହି ଘଟଣା ପରେ ଜେଲରେ ତଥା ସ୍ବତନ୍ତ୍ର ଆବାସ ଗୃହରେ ରହୁଥିବା ଅପରାଧୀମାନେ ଅସୁରକ୍ଷିତ ଥିବା ସ୍ପଷ୍ଟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri