Posted inଭଦ୍ରକ

କିଣିବା ବାହାନାରେ ଦୋକାନରୁ ଚୋରି

ବନ୍ତ,୧୪।୪(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ଗଣିଜାଙ୍ଗ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର କାଶିପୁର ଛକଠାରେ ଥିବା ପ୍ରିୟବ୍ରତ ନାୟକଙ୍କ ସିମେଣ୍ଟ ଓ ରଡ୍‌ ଦୋକାନରୁ ବୁଧବାର ଦିନଦ୍ୱିପ୍ରହରରେ ଚୋରି ହୋଇଛି। ତେବେ ଚୋର ଜଣଙ୍କ ଅଭିନବ ଉପାୟରେ ଚୋରି କରିଛନ୍ତି। ସେ ଉକ୍ତ ଦୋକାନକୁ ଆସି ସାମଗ୍ରୀ କିଣିବେ ବୋଲି କହିବା ପରେ ପିଇବା ପାଇଁ ପାଣି ମାଗିଥିଲେ। ସେଲ୍ସ ମ୍ୟାନ୍‌ ପାଣି ଆଣିବାକୁ ନିକଟସ୍ଥ ନଳକୂପକୁ ଯିବା ଭିତରେ ସେ ଦୋକାନ ଲକରକୁ ଭାଙ୍ଗି ୮୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି।
ଏହି ଚୋରିର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି। ଏନେଇ ଅଭିଯୋଗ ପରେ ବନ୍ତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଛି। ଚୋରି କରିଥିବା ବ୍ୟକ୍ତି ଜଣଙ୍କ ଏକ ହୋଣ୍ଡା ସିଟି କାର୍‌ରେ ଆସିଥିଲେ। କାର୍‌ ନମ୍ବରକୁ ପୋଲିସ ଯାଞ୍ଚ କରିବା ପରେ ତାହା ଭୁବନେଶ୍ୱର ଆର୍‌ଟିଓ ନମ୍ବର ଏବଂ ଗାଡ଼ି ମାଲିକ କଟକ ଅଞ୍ଚଳର ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?