ସୀତା-ଆକବର ଏକାଠି ରହିବାରୁ ବିବାଦ: ହାଇକୋର୍ଟରେ ମାମଲା…

କୋଲକାତା,୧୭।୨ : ସାଧାରଣତଃ ଦାମ୍ପତ୍ୟ ଜୀବନରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡା, ପାରିବାରିକ ହିଂସା, ନିର୍ଯାତନା, ଆକ୍ରମଣ, ଦୁର୍ନୀତି ମାମଲା ହାଇକୋର୍ଟଙ୍କ ଦ୍ୱାରରେ ପହଞ୍ଚିଥାଏ। କିନ୍ତୁ ହାଇକୋର୍ଟରେ ନାମକୁ ନେଇ ଏକ ବିବାଦ ଏବେ କୋଲକାତା ହାଇକୋର୍ଟରେ ପହଞ୍ଚସିଛି। ସୀତା ଏବଂ ଆକବର ନାମକୁ ନେଇ ଏହି ବିବାଦ ଦେଖାଦେଇଛି ଏବଂ ବିରୋଧୀମାନେ ମଧ୍ୟ ହାଇକୋର୍ଟରେ ଆବେଦନ କରିଛନ୍ତି। ୧୬ ଫେବୃଆରୀରେ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ବେଞ୍ଚରେ ଏହି ଆବେଦନ କରାଯାଇଥିଲା ଯାହାର ଶୁଣାଣି ୨୦ ଫେବୃଆରୀରେ ହେବ। ନାମ ପରିବର୍ତ୍ତନ କରାଯିବାକୁ ଆବେଦନ କରାଯାଇଛି। ଏହି କଥାଟି ଦୁଇ ନୀରିହ କଥା କହି ପାରୁ ନ ଥିବା ପ୍ରାଣୀଙ୍କ ସହ ଜଡିତ ।

ବାସ୍ତବରେ, ପଶ୍ଚିମବଙ୍ଗର ସିଲିଗୁଡିରେ ଏହି ବିବାଦ ହେଉଛି ସିଂହୀ ଏବଂ ସିଂହଙ୍କ ନାମକୁ ନେଇ। ସିଂହର ନାମ ଆକବର ଏବଂ ସିଂହୀର ନାମ ସୀତା। ନିକଟରେ ଉଭୟଙ୍କୁ ତ୍ରିପୁରାର ସେପାହିଜାଲା ପ୍ରାଣୀ ଉଦ୍ୟାନରୁ ଅଣାଯାଇ ସିଲିଗୁଡି ଜଙ୍ଗଲରେ ରଖାଯାଇଥିଲା, କିନ୍ତୁ ବିଶ୍ୱ ହିନ୍ଦୁ ପରିଷଦ ସେମାନଙ୍କ ନାମକୁ ବିରୋଧ କରିଛି। ହିନ୍ଦୁ ଏବଂ ମୁସଲମାନ ନାମ ସହିତ ସିଂହ ଏବଂ ସିଂହୀ କିପରି ଏକାଠି ରହିପାରିବେ? ଏହି ପ୍ରଶ୍ନ ଉଠାଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିରୋଧ କରାଯାଇଛି। ଭିଏଚପି ସଦସ୍ୟମାନେ କହିଛନ୍ତି ‘ଆକବର’ର ମହିଳା ପାର୍ଟନରକୁ ‘ସୀତା ’ବୋଲି କହିବା ହିନ୍ଦୁ ଧର୍ମକୁ ଅପମାନ କରିବା ପରି। ତେଣୁ ନାମ ପରିବର୍ତ୍ତନ କରିବାକୁ ଏକ ଦାବି କରାଯାଇଛି।

ରାଜ୍ୟ ଜଙ୍ଗଲ ଅଧିକାରୀ ଏବଂ ସଫାରି ପାର୍କ ନିର୍ଦ୍ଦେଶକ ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି। ବନ ଅଧିକାରୀ କହିଛନ୍ତି ସିଲିଗୁଡି ଆଣିବା ପୂର୍ବରୁ ସିଂହ ଓ ସିଂହୀଙ୍କ ନାମ ପୂର୍ବରୁ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଦେଶରେ ବନ୍ୟ ପ୍ରାଣୀଙ୍କ ନାମକୁ ନେଇ ବିବାଦ ଦେଖାଦେଇଛି ଏବଂ ଏହା ହାଇକୋର୍ଟରେ ପହଞ୍ଚିଛି।

ଏହି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କୁ ସିଧାସଳଖ ଉତ୍ତର ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ଯେତେବେଳେ ଭିଏଚପିର ଜାତୀୟ ମୁଖପାତ୍ର ବିନୋଦ ବନସାଲ ଏକ ଟୁଇଟ ଲେଖି ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ ଲେଖିଛନ୍ତି ହିନ୍ଦୁ ମୁସଲମାନମାନଙ୍କୁ ସିଂହ ଏବଂ ସିଂହୀ ନାମ କିଏ ଦେଇଛି ତାହା ନିଶ୍ଚୟ ଜଣା ପଡିବ। ଏହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri