ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …

କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ ପରେ ପୁନର୍ବିଚାର ପାଇଁ ଦେଶର ପ୍ରଥମ ନାଗରିକତ୍ୱ ସଂଶୋଧନ ବିଲକୁ ରବିବାର ପ୍ରତିନିଧିସଭାକୁ ଫେରାଇ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମୁଖପାତ୍ର ସାଗର ଆଚାର୍ଯ୍ୟ କହିଛନ୍ତି ଯେ ଗୃହରେ ବିଲ ସମୀକ୍ଷା କରିବା ଆବଶ୍ୟକ ବୋଲି ବିବେଚନା କରାଯାଉଥିବାରୁ ଏହାକୁ ପୁନର୍ବାର ପଠାଯାଇଛି।

ପ୍ରତିନିଧିସଭା ଏବଂ ନ୍ୟାଶନାଲ ଆସେମ୍ବ୍ଲିରେ ବିଧେୟକ ପାରିତ ହେବା ପରେ ସମ୍ମତି ପାଇଁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା।

ଏହି ବିଲ ମାଧ୍ୟମରେ ନେପାଳ ନାଗରିକତ୍ୱ ଅଧିନିୟମ ୨୦୬୩-ବିଏସ୍‌ ସଂଶୋଧନ କରାଯାଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଏବଂ ନେପାଳର କମ୍ୟୁନିଷ୍ଟ ପାର୍ଟି (ୟୁଏମଏଲ) ଏହାର କିଛି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲା। ଏହି ବିଲର ଏକ ବିବାଦୀୟ ବ୍ୟବସ୍ଥା ହେଉଛି ଯେ ନେପାଳର ନାଗରିକଙ୍କୁ ବିବାହ କରୁଥିବା ବିଦେଶୀ ମହିଳାଙ୍କୁ ତୁରନ୍ତ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯିବ।

ନେପାଳର ସଂସଦ ୧୪ ଜୁଲାଇରେ ଏହି ବିଲ ପାରିତ ହୋଇଥିଲା। ରାଜନୈତିକ ଦଳମାନେ ଏଥିରେ ସହମତି ପ୍ରକାଶ କରିବାରେ ବିଫଳ ହୋଇଥିବାରୁ ଏହି ବିଲ ଦୁଇ ବର୍ଷରୁ ଅଧିକ ସମୟ ବିଚାରାଧୀନ ରହିଥିଲା। ନେପାଳର ସାର୍ବଭୌମତ୍ୱ ନାମରେ କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ଏହି ବିଲକୁ ବିରୋଧ କରୁଛି। ଏହା ଦାବି କରିଛି ଯେ ଏହି ବିଲ ପାସ ହେବା ପରେ ବାହାର ଲୋକ ନେପାଳର ନାଗରିକତ୍ୱ ପାଇପାରିବେ। ଯାହା ଦେଶବାସୀଙ୍କୁ ବିପଦରେ ପକାଇବ। ତେବେ ଶାସକ ନେପାଳୀ କଂଗ୍ରେସ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି।

ବିଦ୍ୟା ଦେବୀ ଭଣ୍ଡାରୀ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଏହି ଦଳର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଏଭଳି ପରିସ୍ଥିତିରେ ସେ ଜାଣିଶୁଣି ଓଲିଙ୍କ ପାର୍ଟିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ, ୨୦୨୧ରେ ରାଜନୈତିକ ସଙ୍କଟ ସମୟରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଓଲିଙ୍କ ପକ୍ଷ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri