Posted inଜାତୀୟ

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୪ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଆଇନଜୀବୀ ଶିବୋଶଙ୍କର ମିଶ୍ରା କହିଥିଲେ, ୩୩ ଜଣ ଓକିଲ ଲିଖିତ ପ୍ରତିଶ୍ରୁତି ସହ ସତ୍ୟପାଠ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ବାରଣ ସତ୍ତ୍ୱେ ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ। ସେଥିପାଇଁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ୧୯୧ ଜଣ ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇଥିଲେ। ୩୩ ଓକିଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସହ ସତ୍ୟପାଠ ଦାଖଲ ଲାଗି ଶେଷ ସୁଯୋଗ ଭାବେ ୩ ସପ୍ତାହ ସୁଯୋଗ ଦିଆଗଲା। ଏହି ସମୟସୀମା ମଧ୍ୟରେ ଯଦି ସେମାନେ ସତ୍ୟପାଠ ଦାଖଲ ନ କରନ୍ତି, ତେବେ ସେମାନଙ୍କର କିଛି କହିବାର ନାହିଁ ବୋଲି ଧରାଯାଇ ଅଦାଲତ ଅବମାନନା ମାମଲାର ବିଚାର ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ସବୁ ଅଦାଲତ ଚାଲୁଛି କି ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ସବୁ ଠିକ୍‌ଠାକ୍‌ ଚାଲିଥିବା ମିଶ୍ରା କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଫେରି ନ ପାରେ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ,୧୭ା୧୧(ପି.ଟି.): ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପ୍ରଧାନ ବିଚାରପତି ଏବଂ ଅନ୍ୟ ମୁଖ୍ୟ ବିଚାରପତିମାନଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ…

ମା’ଙ୍କ ପୁସ୍ତକ ଉନ୍ମୋଚନ ବେଳେ ରାହୁଲ ଭାବବିହ୍ବଳ

ନୂଆଦିଲ୍ଲୀ,୧୭ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଲିଖିତ ଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ୍‌: ଏ ଜର୍ନି ଅଫ୍‌ ଲଭ୍‌’ର ଆନୁଷ୍ଠାନିକ ଉନ୍ମୋଚନ ସୋମବାର ନୂଆଦିଲ୍ଲୀରେ ହୋଇଛି। ଏହି କାର୍ଯ୍ୟକ୍ରମରେ…

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ…

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼…

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?