ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ

ରସୁଲପୁର, ୧୮।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମହିଳା ହାଟଠାରେ ବୁଧବାର ୫୦୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଆନ୍ଦୋଳନ କରିଛନ୍ତି। କରୋନାର ସ୍ବତନ୍ତ୍ର ଆର୍ଥତ୍କ ସହାୟତାର ଦ୍ୱିତୀୟ ଦଫାରୁ ବଞ୍ଚତ୍ତ ଶ୍ରମିକ ଏହି ଆନ୍ଦୋଳନ କରିଥିଲେ। ପରେ ଶ୍ରମିକ ନେତା ପ୍ରଦୀପ ନାୟକଙ୍କ ତତ୍ତ୍ୱାବଧାନରେ ଶ୍ରମିକମାନେ ସେମାନଙ୍କ ସମସ୍ୟା ଆଲୋଚନା କରିଥିଲେ। ନାୟକ ଶ୍ରମିକଙ୍କୁ ବୁଝାଶୁଝା କରିବା ସହ ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତିଙ୍କୁ ଅବଗତ କରାଇଥିଲେ। ପରେ ଶ୍ରମ ଅଧିକାରୀ ମହାନ୍ତି ପହଞ୍ଚତ୍ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଦ୍ୱିତୀୟ କିସ୍ତିରୁ ବଞ୍ଚତ୍ତ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ୧୫୦୦ଟଙ୍କା ପଠାଯାଇଛି। ଅଧିକାଂଶ ଶ୍ରମିକଙ୍କ ଜମାଖାତା ସହ ଆଧାର ଲିଙ୍କ ହୋଇ ନ ଥିବାରୁ ସେମାନଙ୍କ ଜମାଖାତାକୁ ସହାୟତା ଯାଇପାରି ନ ଥିବା ଜଣାପଡ଼ିଛି। ଶ୍ରମ ଅଧିକାରୀ ହିତାଧିକାରୀଙ୍କୁ ସେମାନଙ୍କ ଜମାଖାତା ସହ ଆଧାର ଲିଙ୍କ କରିବାକୁ ପରାମର୍ଶ ଦେଇଥିଲେ। ଆଧାର ଲିଙ୍କ ପରେ ଶ୍ରମିକଙ୍କ ଜମାଖାତାରେ ଦ୍ୱିତୀୟ କିସ୍ତି ସହାୟତା ଉପଲବ୍ଧ ହେବ ବୋଲି ନାୟକ ସୂଚନା ଦେଇଥିଲେ। ଏହିକ୍ରମରେ ହାଟସ୍ଥଳରେ ଏକତ୍ରିତ ହୋଇଥିବା ୫୩୭ ଶ୍ରମିକଙ୍କଠାରୁ ପ୍ରମାଣପତ୍ର ସଂଗ୍ରହ କରାଯାଇଥିଲା। ପ୍ରକାଶଯୋଗ୍ୟ, ଯାଜପୁର ଜିଲାରେ ୮୪ ହଜାର ପଞ୍ଜୀକୃତ ନିର୍ମାଣ ଶ୍ରମିକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟତଃ ୪୯ହଜାର ଶ୍ରମିକ ପରିବାରକୁ ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ମିଳି ସାରିଛି। ସହାୟତାରୁ ବଞ୍ଚତ୍ତ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ଜିଲା ଶ୍ରମ ବିଭାଗ ପ୍ରତ୍ୟେକ ବ୍ଲକରେ ପହଞ୍ଚତ୍ ଶ୍ରମିକଙ୍କଠାରୁ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯାଉଛି ବୋଲି ଶ୍ରମ ଅଧିକାରୀ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri