ବ୍ରହ୍ମପୁର,୨୨ା୬ (ନରସିଂହ ସାହୁ)ରେଶମ ସହର ବ୍ରହ୍ମପୁରରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଭୀଷଣ ଜଳ କଷ୍ଟର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଜାନିବିଲି ବୃହତ୍ତର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ପଦକ୍ଷେପ ନେଲେ। ପ୍ରାୟ ୫ ଶହ କୋଟି ଟଙ୍କାର ଏହି ଯୋଜନା ପାଇଁ ୨୦୧୬ ନଭେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ମାତ୍ର ୨ ବର୍ଷ ଅର୍ଥାତ୍ ୨୦୧୮ ନଭେମ୍ବର ୩୦ରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଏବଂ ଧରାକୋଟ ବ୍ଲକର ଜାନିବିଲି ଆନିକଟରୁ ମୋଟା ପାଇପ ଯୋଗ ପାଣି ଆସି କୁକୁଡ଼ାକଣ୍ଡି ବ୍ଲକର ଜଗଦଳପୁର ଠାରେ ବିଶୋଧନ କରାଯାଇ ସହରକୁ ଛଡ଼ାଯିବ। ଫଳରେ ମହାନଗରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳିବାର ସେ ଆଙ୍କୁଶପୁର ନିକଟରେ ଆୟୋଜିତ ବିଶାଳ ଜନ ସମାବେଶରେ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ଜାନିବିଲି ଠାରୁ ବ୍ରହ୍ମପୁର ମଧ୍ୟରେ ଥିବା ୧୬ ପଞ୍ଚାୟତର ୫୩ ଗ୍ରାମବାସୀଙ୍କୁ ଏହି ସୁବିଧା ଉପଲବ୍ଧ ହେବାର ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ହେଲା। ଏକ ନାମୀଦାବୀ ଘରୋଇ ଉଦ୍ୟୋଗକୁ ନିର୍ମାଣ ଦାୟିତ୍ୱ ଦିଆଗଲା। ସେହି ସଂସ୍ଥା ବିପୁଳ ପରିମାଣର ଲୁହା ପାଇପ ଆଣି ସହର ସାରା ରଖିଲା। ଟାର୍ଗେଟ ୨୦୧୮ ନଭେମ୍ବର ୩୦ ସୁଦ୍ଧା ଏକ ଚତୁର୍ଥାଂଶ କାମ ମଧ୍ୟ ହୋଇନଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ଦରଖଣ୍ଡିଆ ବା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଭୋଟ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଏହାର ଏବେ ସାଢ଼େ ୪ ବର୍ଷ ବିତିଛି ଏବଂ ଆଗାମୀ ନିର୍ବାଚନ ପାଖେଇ ଆସୁଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପାଇପ ବିଛା କାର୍ଯ୍ୟ ଚାଲିଛି। ୫୩ ଗ୍ରାମାଞ୍ଚଳ ତେଣେ ଥାଉ ରେଶମ ନଗରୀବାସୀ ଏଯାବତ୍ ୨୪ ଘଣ୍ଟିଆ ପାଣିରୁ ବଞ୍ଚିତ ହୋଇଛନ୍ତି। ଜାନିବିଲି ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି।
ସମ୍ପୃକ୍ତ ଠିକା ସଂସ୍ଥା ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଖାତିରି ନ କରି ମନଇଚ୍ଛା କାର୍ଯ୍ୟ କରୁଛି। ପାଇପ ବିଛା ପାଇଁ ମହାନଗରର ଶତାଧିକ ରାସ୍ତା ଖୋଳି କଦର୍ଯ୍ୟ କରିଦେଉଛି। ନିଗମ ପକ୍ଷରୁ ନିର୍ମିତ ନୂଆ ରାସ୍ତା ଖୋଳି ତାଡ଼ି ଦେଇଛି। ଫଳରେ ଯାନବାହନ ଓ ଲୋକଙ୍କ ଯାତାୟତ ବିପଜ୍ଜନକ ହୋଇଯାଇଛି। ଘନଘନ ବିଦ୍ୟୁତ କାଟ ଯୋଗୁ ଷ୍ଟ୍ରିଟ ଲାଇଟ ଲିଭିଯାଉଛି ଏବଂ ଲୋକେ ଅନ୍ଧାରରେ ଯିବା ଆସିବା ବେଳେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜାନିବିଲି ପ୍ରକଳ୍ପ ଯନ୍ତ୍ରଣାରେ ମହାନଗରବାସୀ ତ୍ରାହି ତ୍ରାହି ଡ଼ାକୁଛନ୍ତି। ଠିକା ସଂସ୍ଥା ମନଇଚ୍ଛା ରାସ୍ତା ଖୋଳି ମାଟି ସଫା କରୁନଥିବାରୁ ତାହା ଡ୍ରେନରେ ପଡ଼ୁଛି ଏବଂ ସାମାନ୍ୟ ବର୍ଷା ହେଲେ ବିଚ ରାସ୍ତାରେ ମଇଳା ପାଣି ଲହଡ଼ି ମାରୁଛି।
ସୂଚନାଯୋଗ୍ୟ ନବୀନ ସରକାରଙ୍କ ୫ମ ପାଳି ଶାସନର ୪ର୍ଥ ବର୍ଷ ଗତ ମେ ୨୯ରେ ପୁରିଥିଲା। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲାର ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ୧୫୦୯.୯୧ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ମଞ୍ଜୁର ହୋଇଛି। ଫଳରେ ୧୨ ବ୍ଲକ ଅନ୍ତର୍ଗତ ୨୨୮ ପଞ୍ଚାୟତର ୭୨୦ ଗ୍ରାମରେ ବସବାସ କରୁଥିବା ୯ ଲକ୍ଷାଧିକ ଲୋକଙ୍କୁ ନିୟମିତ ବିଶୁଦ୍ଧ ପାଣି ଯୋଗାଣ ହେବାର ସରକାରୀ ଭାବେ ଘୋଷଣା କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହୋଇଛି ଜାନିବିଲି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ଭିତରେ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିବା ସେହି ଠିକା ସଂସ୍ଥାକୁ ଦେଢ଼ ହଜାର କୋଟିର ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସରକାର ଓ ଠିକା ସଂସ୍ଥା ମଧ୍ୟରେ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି।
ଅପରପକ୍ଷରେ ଜାନିିବଲି ଯୋଜାନ ସମ୍ପୂର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରିଥିବା ଠିକା ସଂସ୍ଥା ବିରୋଧରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ସ୍ଥିତିରେ ସେହି ଠିକାକୁ କାହିଁକି ଅନୁଗ୍ରହ ପୂର୍ବକ ଏକ ବୃହତ୍ତ ଯୋଜନାର ନିର୍ମାଣ ଦାୟିତ୍ୱ ଦିଆଗଲା ତାହା ରହସ୍ୟଘେରକୁ ଆସିଛି। ଗ୍ରାମାଞ୍ଚଳ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କେବେ ଆରମ୍ଭ ଓ ଶେଷ ହେବ ସେଥିପାଇଁ ଜିଲାର ସଚେତନ ଲୋକେ ଅପେକ୍ଷା କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…
ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…
ଲାଉସାନେ, ୬ା୧୦: ଅଲିମ୍ପିକ୍ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…
ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!
ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…
ହାଲ୍ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର…
କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…
ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…
ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ
ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…
ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍
ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

