ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ କୁଜଙ୍ଗ ରାଜାଙ୍କ ଶାସନ ସମୟରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ହୋଇଥିଲା ବୋଲି ଶୁଣିବାକୁ ମିଳେ। ସେତେବେଳେ ରାଜା ମା’ଙ୍କ ଦୈନନ୍ଦିନ ସେବାପୂଜା ପାଇଁ ଦୁଇ ଶହ ଏକରରୁ ଅଧିକ ଜମିଜମା ପ୍ରଦାନ କରିବା ସହ ସେବାୟତ ଓ ବିଭିନ୍ନ ସେବକମାନଙ୍କୁ ନିୟୋଜିତ କରିଥିଲେ।

ତେବେ ସମୟ ପରିବର୍ତ୍ତନ ସାଙ୍ଗକୁ ରାଜତନ୍ତ୍ର ଶାସନର ବିଲୋପ ଘଟିଥିଲା। ପରେ ୧୯୭୨ରେ ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ମନ୍ଦିର ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରାଯାଇ ଏହା ପରିଚାଳିତ ହେଉଛି। ମନ୍ଦିରର ନିର୍ମାଣ ଓ ପରିସର ନବୀକରଣ ପାଇଁ ପୂର୍ବ ସରକାରଙ୍କ ଅମଳରେ ସାଢ଼େ ଚାରି କୋଟିରୁ ଅଧିକ ଟଙ୍କା ଅଟକଳ କରାଯାଇଥିଲା। କିନ୍ତୁ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।

ଅପରପକ୍ଷରେ ନବୀକରଣରେ ଭବ୍ୟ ଓ ଦିବ୍ୟ ମନ୍ଦିର ନିର୍ମାଣ ପ୍ରସ୍ତାବ ରହିଛି। ହେଲେ ମୁଖ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଅନିଶ୍ଚିତତା ଘେରରେ ରହିଛି। ନୂଆ ମନ୍ଦିର ନିର୍ମାଣରେ ରାଜସ୍ଥାନ ଖଣ୍ଡେଲାଇଟ୍‌ ଓ ମୟୂରଭଞ୍ଜ ଜିଲା ଖିଚିଂ କଳା ମୁଗୁନି ପଥରରେ ନିର୍ମାଣ ପ୍ରସ୍ତାବ ରହିଛି ବୋଲି କୁହାଯାଉଛି। ଏହାର ବ୍ୟୟ ଅଟକଳ ୧୦ କୋଟି ବଜେଟ୍‌ ରହିଛି। ହେଲେ ମା’ଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନରେ ଆନ୍ତରିକତା ଅଭାବ ଯୋଗୁ ନିର୍ମାଣ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ଦେଖାଦେଇଛି। ଦୁଇ ବର୍ଷ ହେଲା ଦୈନଦିନ ମନ୍ଦିର କାର୍ଯ୍ୟ ନିର୍ବାହ ପାଇଁ ଦେବୋତ୍ତର ବିଭାଗ ଅଦ୍ୟାବଧି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ ମହାକାଳପଡ଼ା ତହସିଲଦାର ଭାରପ୍ରାପ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଦୁଇଦିନ ପୂର୍ବେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏକ ଟିମ୍‌ ମନ୍ଦିର ପରିସର ମଧ୍ୟରେ ପହଞ୍ଚି ସର୍ବେକ୍ଷଣ କରି ଫେରିଥିବା ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା କହିଛନ୍ତି। ଅଦ୍ୟାବଧି ମା’ଙ୍କ ସ୍ଥାୟୀ ବ୍ୟାଙ୍କ ଜମା ଖାତାରେ ୨୫ ଲକ୍ଷ ଟଙ୍କା ଜମା ରାଶି ରହିଛି। ସେହିପରି ମା’ଙ୍କ ଚଳନ୍ତି ଜମା ରାଶି ୨୮ ଲକ୍ଷ ଟଙ୍କା ରହିଛି ବୋଲି ଦାୟିତ୍ୱରେ ଥିବା ବେହେରାଙ୍କ ପକ୍ଷରୁ ସୂଚନା ମିଳିଛି।

ଏ ସଂକ୍ରାନ୍ତରେ ତହସିଲଦାର ତଥା ମନ୍ଦିରର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରୁ, ଗତ ମଙ୍ଗଳବାର ଅନୁଷ୍ଠିତ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନମୂଳକ ବୈଠକରେ ମନ୍ଦିର ନବୀକରଣ ସମ୍ପର୍କରେ ଆଲୋଚନା ହୋଇଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁଙ୍କୁ ପଚାରିବାରୁ ଆସନ୍ତା ସପ୍ତାହରୁ ମନ୍ଦିରର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା…

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଜେଲ୍‌ଗଲେ ଅଭିଯୁକ୍ତ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର…

ମ୍ୟାଚର ଦିନକ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ସିରିଜ ମଝିରେ ଭାରତୀୟ ଦଳରୁ ବିଦାୟ ନେବେ ଆଉ ଜଣେ ଷ୍ଟାର୍‌ ଖେଳାଳି! ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି…

ଦୀର୍ଘଦିନ ସମ୍ପର୍କର ଆଶା… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମୁହଁ ଖୋଲିଲେ ପଞ୍ଜାବ କିଙ୍ଗ୍ସର ମାଲିକ

ନୂଆଦିଲ୍ଲୀ,୧୨।୧୧: ପଞ୍ଜାବ କିଙ୍ଗ୍ସର ସହ-ମାଲିକ ନେସ ୱାଡିଆ ପୂର୍ଣ୍ଣ ଆଶାବାଦୀ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗମନ ଦଳ ପାଇଁ ବଡ଼ ସଫଳତା ଆଣିବ। ସେ ଆହୁରି ମଧ୍ୟ…

ମନ୍ଦିରରେ ଝୁଲୁଥିଲା ଡ୍ରାଇଭରଙ୍କ ମୃତଦେହ, ସ୍ଥାନୀୟ ଲୋକେ ଦେଖି…

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ନୂଆସୁଙ୍ଗୁଡ଼ା ଗୋଲେଇ ଛକ ନିକଟରେ ଥିବା ଷଣ୍ଢ ମନ୍ଦିରରେ ଗୁରୁବାର ପୂର୍ବାହ୍ନରେ ଜଣେ ଡ୍ରାଇଭରଙ୍କ…

ରାହୁ-ମଙ୍ଗଳଙ୍କ ଅଶୁଭ ଯୋଗ: ଆଜିଠୁ ୩ ରାଶିଙ୍କ ଜୀବନରେ ଘୋଟି ଆସିବ ବଡ଼ ସମସ୍ୟା, ଅଚାନକ ମିଳିବ ଖରାପ ଖବର!

ନଭେମ୍ବର ୧୨ ତାରିଖ ରାତିରେ ମଙ୍ଗଳ ଗ୍ରହ ସିଂହ ରାଶିକୁ ଗୋଚର କରିବେ। ଏହା ଫଳରେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁଙ୍କ ସହ ମଙ୍ଗଳଙ୍କର ସମସପ୍ତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?